ED Arrest Sanjeev Arora / ଇଡ଼ି ପଞ୍ଝାରେ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଅରୋରା; ପୂର୍ବରୁ ବାସଭନବରେ ହୋଇଥିଲା ଚଢାଉ
·1 hour ago·2 min read

Key Points
ଇଡି଼ ପଞ୍ଜାବ ସରକାରଙ୍କ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ରାଜଧାନୀ ଚଣ୍ଡିଗଡ଼ ସ୍ଥିତ ସେକ୍ଟର-୨ ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି।
Punjab Minister Sanjeev Arora Arrested: ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟି ସରକାରଙ୍କ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି। ଗିରଫ କରିବା ପୂର୍ବରୁ ଇଡି଼ ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ସଞ୍ଜୀବ ଅରୋରା। ଇଡି ୨୦୦୨ ଅର୍ଥ ହେରଫେର ନିବାରଣ ଆଇନ ଆଧାରରେ ମନ୍ତ୍ରୀ ଅରୋରାଙ୍କୁ ଚଣ୍ଡିଗଡ଼ ସେକ୍ଟର-୨ ସ୍ଥିତ ସରକାରୀ ବାସଭବନରୁ ଶନିବାର ଗିରିଫ କରିଛି ଇଡ଼ି। ହେଲେ ଇଡ଼ି ଏ ପର୍ଯ୍ୟନ୍ତ ମନ୍ତ୍ରୀଙ୍କ ଗିରଫଦାରୀ କରିବା ସମ୍ପର୍କରେ କୌଣସି ଔପଚାରିକ ବିବୃତ୍ତି ଜାରି କରିନାହିଁ।
ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମଜିଠିଆ ଦାବି କରିଛନ୍ତି ଯେ ଏକ କଥିତ ଜିଏସଟି ଠକେଇ ମାମଲାରେ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ଗିରଫ କରାଯାଇଛି। ଇଡି଼ ଶନିବାର ସକାଳ ସମୟରୁ ମନ୍ତ୍ରୀଙ୍କ ସହ ଜଡି଼ତ ଚାରୋଟି ସ୍ଥାନରେ ଚଢାଉ କରିଥିଲା। ଏହା ହେଉଛି ବର୍ଷେ ମଧ୍ୟରେ ତୃତୀୟ ଚଢାଉ। ଇଡି଼ ଗତ ମାସରେ ଦ୍ୱିତୀୟ ଥର ପାଇଁ ତାଙ୍କ ସହ ଜଡ଼ିତ ଠିକଣା ଉପରେ ମଧ୍ୟ ଚଢାଉ କରିସାରିଛି। ଅଧିକାରୀ କହିବା ଅନୁଯାୟୀ ଏହି ଚଢାଉ ଚଣ୍ଡିଗଡ଼ ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳରେ ହୋଇଥିଲା। ଚଢାଉ କରାଯାଇଥିବା ସ୍ଥାନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ମନ୍ତ୍ରୀ ଅରୋରାଙ୍କୁ ରାଜଧାନୀ ଚଣ୍ଡିଗଡ଼ ଠାରେ ଆବଣ୍ଟିତ ହୋଇଥିାବ ସରକାରୀ ବାସଭବନ ମଧ୍ୟ ଅନ୍ତର୍ଭୂକ୍ତ ରହିଛି।
ଏହା ସହ ପଢନ୍ତୁ: ଡିସିପି ଶାନ୍ତନୁ ସିହ୍ନା ବିଶ୍ୱାସ କିଏ? ଯାହଙ୍କ ବିରୋଧରେ ଜାରି ହୋଇଛି ଲୁକଆଉଟ୍ ନୋଟିସ୍
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାମ୍ପଟନ୍ ସ୍କାଏ ରିଅଲ୍ଟି ଲିମିଟେଡ୍ ସହିତ ଜଡି଼ତ ଏକ କଥିତ ମନି ଲଣ୍ଡରିଂ ମାମଲାରେ ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ଇଡି଼ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର ପାଞ୍ଚଟି ସ୍ଥାନରେ ଚଢାଉ କରିଥିଲା। ଅର୍ଥ ହେରଫେର ନିବାରଣ ଆଇନ ୨୦୦୨ (PMLA Act 2002) ଅପରାଧିକ ଧାରା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏନେଇ ଇଡ଼ି ପକ୍ଷରୁ କୁହାଯାଉଛି ଯେ ଏହି ମାମଲା ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମୋବାଇଲ୍ ଫୋନ୍, ନକଲି ଜିଏସଟି କ୍ରୟ ଏବଂ ପରବର୍ତ୍ତୀ ସମୟରେ ଦୁବାଇରୁ ଭାରତକୁ ଅବୈଧ ପାଣ୍ଠିକୁ ରାଉଣ୍ଡ-ଟ୍ରିପ୍ ରପ୍ତାନି ମାଧ୍ୟମରେ କଥିତ ବଡ଼ ପରିମାଣର ମନି ଲଣ୍ଡରିଂ ସହିତ ଜଡି଼ତ। ଇଡି ନକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍, ରପ୍ତାନି କ୍ରେଡିଟ୍ ଉପରେ ଜିଏସଟି ରିଫଣ୍ଡ ଏବଂ ଡ୍ୟୁଟି ଡ୍ରବ୍ୟାକ୍ ଲାଭ ଦାବି କରିବା ପାଇଁ ଦିଲ୍ଲୀରେ ଅବସ୍ଥିତ ନଥିବା ଫାର୍ମ ପାଖରୁ ଅନେକ ନକଲି ଜିଏସଟି କ୍ରୟ ବିଲ୍ ପାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଏଜେନ୍ସି କହିବା ଅନୁଯାୟୀ ଏହି କାରବାର ପଞ୍ଜାବ ସରକାରଙ୍କ ସରକାରୀ ରାଜକୋଷକୁ ଯଥେଷ୍ଟ କ୍ଷତି ପହଞ୍ଚାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories