AAP MPs Join BJP / ରାଘବ ଚଢ଼ାଙ୍କ ସହ AAP ଛାଡ଼ିଲେ ୭ ସାଂସଦ, ଜାଣନ୍ତୁ କାହିଁକି ଲାଗୁ ହେବନି ଦଳ ବଦଳ ଆଇନ୍ ?
·5 days ago·3 min read

Key Points
ସମ୍ବିଧାନର ଦଶମ ଅନୁସୂଚୀ ଅନୁସାରେ, ଯଦି କୌଣସି ସାଂସଦ ଏକାକୀ ଦଳ ଛାଡ଼ନ୍ତି ତାହେଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବ । କିନ୍ତୁ, କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ ଏକସଙ୍ଗରେ ଅନ୍ୟ ଦଳରେ ବିଲୟ ହେଲେ, ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ୍ ଲାଗୁ ହୋଇ ନଥାଏ ।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (AAP)କୁ ବଡ଼ ରାଜନୈତିକ ଝଟ୍କା ଲାଗିଛି । ଅରବିନ୍ଦ କେଜ୍ରିୱାଲ୍ଙ୍କ ଘନିଷ୍ଠ ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ା ଶୁକ୍ରବାର ବିଧିବଦ୍ଧ ବାବେ ଆପ୍ ଛାଡ଼଼ି ବିଜେପିରେ ସାମିଲ୍ ହୋଇଛନ୍ତି । ରାଘବ ଚଢ଼ାଙ୍କ ସହ ଆଉ ୬ ସାଂସଦ ମଧ୍ୟ ଦଳ ଛାଡ଼ିଛନ୍ତି ।
ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଖୁବଶୀଘ୍ର ଅନ୍ୟ ୪ ଜଣ ସାଂସଦ ମଧ୍ୟ ପଦ୍ମ ଧରିବେ । ରାଘବ ଚଢ଼ା କହିଛନ୍ତି, "ଆପ୍ର ଦୁଇ ତୃତୀୟାଂଶ ସାଂସଦ ସହ ସେମାନେ ବିଜେପିରେ ମିଶିଛନ୍ତି ।" ଏଠାରେ ବିଜେପିରେ ସାମିଲ୍ ହେବାକୁ କୌଶଳ ଭାବେ ବିଜେପିରେ ବିଲୟ କୁହାଯାଇଛି, ଯାହା ଦଳ ବଦଳ ବିରୋଧୀ ଆଇନ୍ରୁ ବଞ୍ଚିବା ଲାଗି ଏକ ଆଇନଗତ ପଦକ୍ଷେପ ।
ଏଥିସହ ପଢ଼ନ୍ତୁ: ଯୋଗେନ୍ଦ୍ର ଯାଦବଙ୍କଠୁ ରାଘବ ଚଢା; କାହିଁକି AAPଠୁ ଦୂରଉଛନ୍ତି କେଜ୍ରିୱାଲଙ୍କ 'ବିଶ୍ଵସ୍ତ'
କ'ଣ କହୁଛି ଆଇନ୍ ?
ସମ୍ବିଧାନର ଦଶମ ଅନୁସୂଚୀ ଅନୁସାରେ, ଯଦି କୌଣସି ସାଂସଦ ଏକାକୀ ଦଳ ଛାଡ଼ନ୍ତି ତାହେଲେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବ । କିନ୍ତୁ, କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ ଏକସଙ୍ଗରେ ଅନ୍ୟ ଦଳରେ ବିଲୟ ହେଲେ, ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ୍ ଲାଗୁ ହୋଇ ନଥାଏ । ଏହି କ୍ଷେତ୍ରରେ ରାଘବ ଚଢ଼ା ଏକାକୀ ଦଳ ଛାଡ଼ିଥିଲେ, ଦଳ ବଦଳ ଆଇନ୍ ଲାଗୁ ହୋଇଥାନ୍ତା, ରାଘବଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ ହୋଇଥାନ୍ତା ।
ଏଭଳି ସ୍ଥିତିରେ ରାଘବ ଚଢ଼ା ନିଜ ସହ ସାଥି ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ଓ ଅଶୋକ କୁମାର ମିତ୍ତଲଙ୍କ ସହ ଘୋଷଣା କଲେ ଯେ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭାରେ ୧୦ ଜଣ ସାଂସଦ ଅଛନ୍ତି । ଯେଉଁଥିରୁ ୭ ଜଣ ଅର୍ଥାତ୍ ଦୁଇ ତୃତୀୟାଂଶ ଦଳ ଛାଡ଼ି ବିଜେପିରେ ବିଲୟ ହେଉଛନ୍ତି ।
ଆପ୍ କାହିଁକି କଲାନି ବହିଷ୍କାର ?
ସେପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ରାଘବ ଚଢ଼ାଙ୍କୁ ଦଳରୁ ବହିଷ୍କାର କରି ନାହିଁ । ଏହା ପଛରେ ମୁଖ୍ୟ କାରଣ ହେଉଛି, ଯଦି ଦଳ କୌଣସି ସାଂସଦଙ୍କୁ ବାହାର କରେ ତାହେଲେ ସଂସଦର ସଦସ୍ୟତା ରହିବ । ଏଭଳି ସ୍ଥିତିରେ ଆପ୍ ଚାହୁଁ ନଥିଲା ଚଢ଼ାଙ୍କୁ ଦଳରୁ ବାହାର କରିବା ପରେ ବି ସେ ସାଂସଦ ରୁହନ୍ତୁ । କିନ୍ତୁ, ରାଘବ ଚଢ଼ା ପର୍ଯ୍ୟାପ୍ତ ସଂଖ୍ୟା ବଳ ଜୁଟାଇ ଏହି ମାମଲାର ଅନ୍ତ ଘଟାଇ ବିଜେପି ସହ ବିଲୟର ରାସ୍ତା ବାଛି ସଦସ୍ୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ସେମାନଙ୍କ ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନଥିଲି: ରାଘବ ଚଢ଼ା
ପଞ୍ଜାବ ରାଜନୀତି ଉପରେ ପ୍ରଭାବ
ଆପ୍ର ୭ ରାଜ୍ୟସଭା ସାଂସଦ ଦଳ ଛାଡ଼ିବାର ବଡ଼ ପ୍ରଭାବ ପଞ୍ଜାବରେ ପଡ଼ିବ । ଦଳ ବଦଳ କରୁଥିବା ୭ ସାଂସଦଙ୍କ ମଧ୍ୟରୁ ୬ ଜଣ ପଞ୍ଜାବର । ୨୦୨୨ରେ ପଞ୍ଜାବରେ ଆପ୍ର ପ୍ରଚଣ୍ଡ ବିଜୟ ପରେ ନିର୍ବାଚିତ ହୋଇଥିଲେ । ଏବେ ପଞ୍ଜାବରେ ଆପ୍ର ଏକମାତ୍ର ରାଜ୍ୟସଭା ସାଂସଦ ଭାବେ ଅଛନ୍ତି ବଲବୀର ସିଂହ ସିଚେୱାଲ ।
କିଏ କିଏ ଦଳ ଛାଡ଼ିଲେ ?
ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ଵାତୀ ମାଲିୱାଲ, ହରଭଜନ ସିଂହ, ବିକ୍ରମ ସାହନୀ ଓ ରାଜେନ୍ଦ୍ର ଗୁପ୍ତା ଦଳ ଛାଡ଼ିଛନ୍ତି ।

Today, exercising the provisions of the Constitution of India, more than two-thirds of the AAP MPs in the Rajya Sabha have merged with the BJP.
— Raghav Chadha (@raghav_chadha) April 24, 2026
Seven MPs have signed the document, which was submitted to the Hon’ble Chairman of the Rajya Sabha.
I, along with two other MPs,…
ଏଭଳି ସ୍ଥିତିରେ ରାଘବ ଚଢ଼ା ନିଜ ସହ ସାଥି ରାଜ୍ୟସଭା ସାଂସଦ ସନ୍ଦୀପ ପାଠକ ଓ ଅଶୋକ କୁମାର ମିତ୍ତଲଙ୍କ ସହ ଘୋଷଣା କଲେ ଯେ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭାରେ ୧୦ ଜଣ ସାଂସଦ ଅଛନ୍ତି । ଯେଉଁଥିରୁ ୭ ଜଣ ଅର୍ଥାତ୍ ଦୁଇ ତୃତୀୟାଂଶ ଦଳ ଛାଡ଼ି ବିଜେପିରେ ବିଲୟ ହେଉଛନ୍ତି ।
ଆପ୍ କାହିଁକି କଲାନି ବହିଷ୍କାର ?
ସେପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ରାଘବ ଚଢ଼ାଙ୍କୁ ଦଳରୁ ବହିଷ୍କାର କରି ନାହିଁ । ଏହା ପଛରେ ମୁଖ୍ୟ କାରଣ ହେଉଛି, ଯଦି ଦଳ କୌଣସି ସାଂସଦଙ୍କୁ ବାହାର କରେ ତାହେଲେ ସଂସଦର ସଦସ୍ୟତା ରହିବ । ଏଭଳି ସ୍ଥିତିରେ ଆପ୍ ଚାହୁଁ ନଥିଲା ଚଢ଼ାଙ୍କୁ ଦଳରୁ ବାହାର କରିବା ପରେ ବି ସେ ସାଂସଦ ରୁହନ୍ତୁ । କିନ୍ତୁ, ରାଘବ ଚଢ଼ା ପର୍ଯ୍ୟାପ୍ତ ସଂଖ୍ୟା ବଳ ଜୁଟାଇ ଏହି ମାମଲାର ଅନ୍ତ ଘଟାଇ ବିଜେପି ସହ ବିଲୟର ରାସ୍ତା ବାଛି ସଦସ୍ୟତା ବଜାୟ ରଖିବାରେ ସଫଳ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ସେମାନଙ୍କ ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନଥିଲି: ରାଘବ ଚଢ଼ା
ପଞ୍ଜାବ ରାଜନୀତି ଉପରେ ପ୍ରଭାବ
ଆପ୍ର ୭ ରାଜ୍ୟସଭା ସାଂସଦ ଦଳ ଛାଡ଼ିବାର ବଡ଼ ପ୍ରଭାବ ପଞ୍ଜାବରେ ପଡ଼ିବ । ଦଳ ବଦଳ କରୁଥିବା ୭ ସାଂସଦଙ୍କ ମଧ୍ୟରୁ ୬ ଜଣ ପଞ୍ଜାବର । ୨୦୨୨ରେ ପଞ୍ଜାବରେ ଆପ୍ର ପ୍ରଚଣ୍ଡ ବିଜୟ ପରେ ନିର୍ବାଚିତ ହୋଇଥିଲେ । ଏବେ ପଞ୍ଜାବରେ ଆପ୍ର ଏକମାତ୍ର ରାଜ୍ୟସଭା ସାଂସଦ ଭାବେ ଅଛନ୍ତି ବଲବୀର ସିଂହ ସିଚେୱାଲ ।
କିଏ କିଏ ଦଳ ଛାଡ଼ିଲେ ?
ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ଵାତୀ ମାଲିୱାଲ, ହରଭଜନ ସିଂହ, ବିକ୍ରମ ସାହନୀ ଓ ରାଜେନ୍ଦ୍ର ଗୁପ୍ତା ଦଳ ଛାଡ଼ିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories