Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସେମାନଙ୍କ ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନଥିଲି: ରାଘବ ଚଢ଼ା

Politics

AAP Faces Big Split / ସେମାନଙ୍କ ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନଥିଲି: ରାଘବ ଚଢ଼ା

Sushanta Sahoo
Browse all articles by Sushanta Sahoo
·5 days ago·3 min read
ସେମାନଙ୍କ ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନଥିଲି: ରାଘବ ଚଢ଼ା
Major setback for AAP

Key Points

ରାଘବ ଚଢ଼ା କହିଛନ୍ତି, "ଯେଉଁ ଆମ୍ ଆଦମୀ ପାର୍ଟିକୁ ମୁଁ ମୋର ରକ୍ତ ଓ ଝାଳ ଦେଇ, ଜୀବନର ୧୫ ବର୍ଷ ଦେଇଥିଲି । ସେହି ଦଳ ଆଜି ଦଳୀୟ ସିଦ୍ଧାନ୍ତ ଠାରୁ, ମୌଳିକ ନୀତି ଠାରୁ ଦୂରେଇ ଯାଇଛି ।"
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିକୁ ଝଟ୍‌କା । ଦଳ ଛାଡ଼ିଲେ ରାଘବ ଚଢ଼ାଙ୍କ ୭ ଜଣ ଆପ୍ ସାଂସଦ । ଆପ୍ ଛାଡ଼ି ରାଘବ ଚଢ଼ା ଅନ୍ୟ ସାଂସଦମାନଙ୍କ ସହ ବିଜେପିରେ ମିଶିବାକୁ ଘୋଷଣା କରିଛନ୍ତି ।

ଆପ୍‌କୁ ଭର୍ତ୍ସନା, ବିଜେପିକୁ ପ୍ରଶଂସା

ଆମ୍ ଆଦମୀ ପାର୍ଟି ଛାଡ଼ିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଘବ ଚଢ଼ା । ସେ କହିଛନ୍ତି, "ଯେଉଁ ଆମ୍ ଆଦମୀ ପାର୍ଟିକୁ ମୁଁ ମୋର ରକ୍ତ ଓ ଝାଳ ଦେଇ, ଜୀବନର ୧୫ ବର୍ଷ ଦେଇଥିଲି । ସେହି ଦଳ ଆଜି ଦଳୀୟ ସିଦ୍ଧାନ୍ତ ଠାରୁ, ମୌଳିକ ନୀତି ଠାରୁ ଦୂରେଇ ଯାଇଛି । ଏବେ ଦଳ ଦେଶର ସ୍ଵାର୍ଥ ପାଇଁ ନୁହେଁ, ବରଂ ବ୍ୟକ୍ତିଗତ ଫାଇଦା ପାଇଁ କାମ କରୁଛନ୍ତି ।"


ଏଥିସହ ପଢ଼ନ୍ତୁ: ଆମ୍‌ ଆଦମୀ ପାର୍ଟିରୁ ରାଘବ ଚଢ଼ାଙ୍କ ଇସ୍ତଫା; ୩ ସାଂସଦଙ୍କ ସହ ବିଜେପିରେ ମିଶିବେ

ସବୁ କହିଦେଲେ ରାଘବ

ରାଘବ ଚଢ଼ା ଆହୁରି କହିଛନ୍ତି, "ଆପଣମାନେ ପ୍ରାୟ ବର୍ଷେ ହେଲା ମୋତେ ପଚାରୁଥିଲେ, ମୁଁ କାହିଁକି ଦଳୀୟ କାର୍ଯ୍ୟକ୍ରମ ଠାରୁ ଦୂରରେ ? ଦଳ ଠାରୁ ଅଲଗା କାହିଁକି ରହୁଥିଲି ? ସେତେବେଳେ ଚୁପ୍ ରହୁଥିଲି । ମୁଁ ଚେଷ୍ଟା କରୁଥିଲି ସବୁକିଛି ଠିକ୍ ହେଇ ଯାଉ ।"


ପାପରେ ସାମିଲ୍ ନାହିଁ

ଆଜି ମୁଁ ଆପଣମାନଙ୍କୁ ପ୍ରକୃତ କାରଣ କହୁଛି । କାହିଁକି ନିଜକୁ ଦଳ ଠାରୁ ଦୂରେଇ ରଖିଥିଲି । ଏହାର କାରଣ ହେଲା, ମୁଁ ସେମାନଙ୍କ ପାପରେ ସାମିଲ୍ ହେବାକୁ ଚାହୁଁ ନଥିଲି । ଆଜି ଆମେ ଏମିତି ଏକ ସ୍ଥିତିରେ ଅଛୁ, ଯେଉଁଠି ଆମ ପାଖରେ ୨ଟି ବିକଳ୍ପ । ଗୋଟିଏ ହେଉଛି ରାଜନୀତି ଛାଡ଼ିଦେବା ଅନ୍ୟଟି ୧୫ ବର୍ଷ ଧରି ସାର୍ବଜନୀନ ଭାବେ କରିଥିବା ତ୍ୟାଗକୁ, ଅନୁଭବକୁ, ଅଭିଜ୍ଞତାକୁ, କ୍ଷମତାକୁ ନେଇ ସକରାତ୍ମକ ରାଜନୀତି କରିବା ।


ଏଥିସହ ପଢ଼ନ୍ତୁ: କିଏ ସେ ୭ ସାଂସଦ ? ଆପ୍ ଛାଡ଼ି ବିଜେପିରେ ମିଶିବେ; ନାଁ କହିଦେଲେ ରାଘବ

ରାଘବ ଚଢ଼ା ଆହୁରି କହିଛନ୍ତି ଯେ, "ଆମେ ନିଷ୍ପତ୍ତି ନେଇଛୁ ଆମ୍ ଆଦମୀ ପାର୍ଟିର ଦୁଇ ତୃତୀୟାଂଶ ସାଂସଦ ବିଜେପିରେ ମିଶିବୁ ଏବଂ ଏଥିପାଇଁ ଆମେ ପଦକ୍ଷେପ ନେଇ ସାରିଛୁ । ରାଜ୍ୟସଭାରେ ଆପ୍‌ର ୧୦ ସାଂସଦଙ୍କ ମଧ୍ୟରୁ ଆମ ସହ ଦୁଇ ତୃତୀୟାଂଶ ସଦସ୍ୟ ଅଛନ୍ତି । ଆଜି ସକାଳେ ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହସ୍ତାକ୍ଷର କରି ଡକ୍ୟୁମେଣ୍ଟ ଦେଇଛୁ । ଆମ ସହ ହରଭଜନ ସିଂହ, ସ୍ଵାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ସନ୍ଦୀପ ପାଠକ, ବିକ୍ରମଜିତ ସାହନୀ ଓ ଅଶୋକ ମିତ୍ତଲ ଅଛନ୍ତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raghav Chadha Quits AAP, Announces Merger with BJP | Argus News | Argus News