Videos
|
Politics

UP Politics / ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସପାକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସପାକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ
3 Samajwadi Party Rebel MLAs Join BJP

Key Points

ସମାଜବାଦୀ ପାର୍ଟିର ୩ ଜଣ ବିଦ୍ରୋହୀ ବିଧାୟକ ବୁଧବର ବିଜେପିରେ ସାମିଲ୍ ହୋଇଛନ୍ତି । ରାକେଶ ପ୍ରତାପ ସିଂହ, ଅଭୟ ସିଂହ ଓ ବିନୋଜ ଚତୁର୍ବେଦୀ ବିଜେପିର ସଦସ୍ୟତା ନେଇଛନ୍ତି ।
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଦଳବଦଳ ରାଜନୀତି । ସମାଜବାଦୀ ପାର୍ଟିର ୩ ଜଣ ବିଦ୍ରୋହୀ ବିଧାୟକ ବୁଧବର ବିଜେପିରେ ସାମିଲ୍ ହୋଇଛନ୍ତି । ଆମେଠିରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁର ଓ ଦଳର ମହାସଚିବ ସ୍ମୃତି ଇରାନୀଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି ।

ସମାଜବାଦୀ ପାର୍ଟିର ବିଦ୍ରୋହୀ ବିଧାୟକ ରାକେଶ ପ୍ରତାପ ସିଂହ, ଅଭୟ ସିଂହ ଓ ବିନୋଜ ଚତୁର୍ବେଦୀ ବିଜେପିର ସଦସ୍ୟତା ନେଇଛନ୍ତି । ୩ ବିଧାୟକ ୨ ବର୍ଷ ତଳେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ନିଜକୁ ଅଲଗା କରି ନେଇଥିଲେ ।

ଏଥିସହ ପଢ଼ନ୍ତୁ: ଏସଆଇଆର ସମର୍ଥନରେ ମାଡି଼ ଆସିଲା ଜନସମୁଦ୍ର; କ'ଣ କହିଲେ ମୁଖ୍ୟମନ୍ତ୍ରୀ-ଗୃହମନ୍ତ୍ରୀ? 

ସମାଜବାଦୀ ପାର୍ଟିର କୌଣସି ଦଳୀୟ କାର୍ଯ୍ୟକ୍ରମରେ ୩ ବିଧାୟକ ସାମିଲ୍ ହେଉ ନଥିଲେ । ଏବେ ୨ ବର୍ଷ ପରେ ୩ ବିଧାୟକ ବିଜେପିରେ ମିଶିଛନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ଏବେ ବିଜେପି ୩ ଜଣଙ୍କୁ ସେମାନଙ୍କ ଆସନରୁ ଆଗାମୀ ବିଧାନସଭା ଆସନରୁ ଟିକେଟ୍ ଦେଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସଦସ୍ୟତା ଦେଲେ ସ୍ମୃତି ଇରାନୀ

ଆମେଠିର ଗୌରଗଞ୍ଜ ଆସନରୁ ବିଧାୟକ ଅଭୟ ସିଂହ, ଅଯୋଧ୍ୟାର ଗୋସାଈଗଞ୍ଜ ଆସନର ବିଧାୟକ ରାକେଶ ପ୍ରତାପ ସିଂହ ଓ ଜାଲୌନର କାଲପି ଆସନରୁ ବିଧାୟକ ବିନୋଦ ଚତୁର୍ବେଦୀ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

କାହିଁକି ଛାଡ଼ିଲେ ସପା ?

ବିଜେପିରେ ସାମିଲ୍ ହୋଇଥିବା ସହ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ବିନୋଦ ଚତୁର୍ବେଦୀ ସମାଜବାଦୀ ପାର୍ଟି କାହିଁକି ଛାଡ଼ିଲେ ତାର କାରଣ ମଞ୍ଚରୁ କହିଛନ୍ତି । ୩ ବିଧାୟକ ସପାକୁ ସନାତନ ବିରୋଧୀ କହିବା ସହ ନିଯୁକ୍ତିରେ ଭେଦଭାବ କରାଯାଉଥିବା ଅଭିଯୋଗ କରିଛନ୍ତି ।

ଏଥିସହ ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀ ପଦ ସହ ରାଜ୍ୟସଭାରୁ ଇସ୍ତଫା ଦେଲେ ଏଲ୍. ମୁରୁଗନ, ତାମିଲନାଡୁରେ ବିଜେପିକୁ ମଜଭୁତ କରିବା ଲକ୍ଷ୍ୟ 

୨ ବର୍ଷ ତଳେ ୩ ବିଧାୟକ ରାଜ୍ୟସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟିରେ ବିଦ୍ରୋହ ସୃଷ୍ଟି କରିଥିଲେ । ୩ ବିଧାୟକ ଦଳୀୟ ନିଷ୍ପତ୍ତି ନ ମାନି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଯାହାପରେ ସେମାନେ ବିଜେପିରେ ମିଶିବା ଚର୍ଚ୍ଚା ଆରମ୍ଭ ହୋଇଥିଲା ।

୨୦୨୫ରେ ସମାଜବାଦୀ ପାର୍ଟି ୩ ବିଧାୟକଙ୍କୁ ଦଳରୁ ବହିଷ୍କାର କରି ଦେଇଥିଲା । ଯାହା ପରେ ସେମାନେ ବିଜେପିରେ ସାମିଲ୍ ହେବା ପଥ ପରିଷ୍କାର ହୋଇଥିଲା । ବୁଧବାର ସପାର ୩ ବିଦ୍ରୋହୀ ବିଧାୟକଙ୍କୁ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁର ଓ ଦଳର ମହାସଚିବ ସ୍ମୃତି ଇରାନୀ ଦଳର ସଦସ୍ୟତା ଦେଇଛନ୍ତି ।