RS Poll 2026 June / ରାଜ୍ୟସଭା ନିର୍ବାଚନ ପାଇଁ ଅଣ୍ଟାଭିଡ଼ିଲା ବିଜେପି; ଖୁବ ଶୀଘ୍ର ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା
·1 hour ago·4 min read

Key Points
ଆସନ୍ତା ଜୁନ୍ ୧୮ ତାରିଖରେ ଦେଶର ୧୦ ରାଜ୍ୟର ୨୭ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହେଉଛି ବିଧାନସଭା ନିର୍ବାଚନ। ଚଳିତ ମାସରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବେଗୌଡ଼ା, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଏବଂ ରଭନୀତ ସିଂହ ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି।
Rajya Sabha Election 2026 June: ଆସନ୍ତା ଜୁନ୍ ୧୮ ତାରିଖରେ ୨୭ ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ। ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଅନ୍ୟାନ୍ୟ ରାଜନୈତିକ ପ୍ରସଙ୍ଗ ମଧ୍ୟରେ ଏହି ବୈଠକରେ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଆଲୋଚନା ହୋଇଥିଲା। ଦଳ ଖୁବ୍ ଶୀଘ୍ର ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଅନ୍ୟପଟେ ମୋଦି ସରକାରରେ କାର୍ଯ୍ୟରତ ୨ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଚଳିତ ମାସରେ ଶେଷ ହେଉଛି। ତୃତୀୟ ପାଳି ମୋଦି କ୍ୟାବିନେଟ ପୁନର୍ଗଠନ ଚର୍ଚ୍ଚା ମଧ୍ୟରେ, କାର୍ଯ୍ୟକାଳ ସରୁଥିବା କେନ୍ଦ୍ରମନ୍ତ୍ରୀଙ୍କୁ ପୁନର୍ବାର ନିର୍ବାଚିତ ହେବେ ନା ନାହିଁ ତାହା ମଧ୍ୟ ବିଚାର କରାଯାଉଛି।
ରାଜ୍ୟସଭାର ଯେଉଁ ୨୭ ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି ତାହା ମଧ୍ୟରୁ କାର୍ଯ୍ୟକାଳ ସମାପ୍ତ ହେବା ଯୋଗୁଁ ୨୨ ଆସନ ପାଇଁ ପୁନର୍ବାର ନିର୍ବାଚନ ହେବାକୁ ଯାଉଛି। ଅନ୍ୟପଟେ ୩ ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୨୦୨୬ ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟସଭାରେ ଶାସକ ଏନଡିଏ ମେଣ୍ଟ ୧୫୦ ସିଟ୍ ଅତିକ୍ରମ କରିଯିବ। ଯାହା ଦୁଇ-ତୃତୀୟାଂଶ ବହୁମତ ପାଖକୁ ପହଞ୍ଚାଇବ। ଚଳିତ ମାସରେ ୧୧ ବିଜେପି ଏବଂ ଏହାର ସହଯୋଗୀ ଦଳର ୩ ଜଣ ସାଂସଦ ଅବସର ନେଉଛନ୍ତି। ବିଜେପି ସହଯୋଗୀ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ର ପାୱାରଙ୍କ ଦ୍ୱାରା ଖାଲି ହୋଇଥିବା ଆସନ ପାଇଁ ଏକ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଅନ୍ୟପଟେ ବିଜେଡି଼ ରାଜସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇ ବିଜେପି ହାତ ଧରି ସାରିଛନ୍ତି। ତାଙ୍କ ଆସନରେ ମଧ୍ୟ ଏକ ଉପନିର୍ବାଚନ ଅନୁଷ୍ଠିତ ହେଉଛି। କୁହାଯାଉଛି ଯେ ଶାସକ ଏନଡି଼ଏ ମେଣ୍ଟ ୨୭ ସିଟ୍ ମଧ୍ୟରୁ ୧୭-୧୮ ଆସନ ଜିତିପାରେ। ଏହା ରାଜ୍ୟସଭାରେ ଶାସକ ମେଣ୍ଟକୁ ୧୫୦ ଆସନ ଅତିକ୍ରମ କରାଇବ। ଯାହା ବର୍ତ୍ତମାନ ୧୪୮ ରହିଛି। ଟିଡି଼ପି ସବୁଠାରୁ ଅଧିକ ଲାଭବାନ ହେବ।
କିଛି ରାଜ୍ୟରେ କ୍ରସ୍-ଭୋଟିଂ ହେବାର ସମ୍ଭାବନା ରହିଛି। ଖାସ୍ କରି ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକଙ୍କ ଉପରେ ରାଜନୈତିକ ମହଲର ନଜର ରହିଛି। ଯେଉଁଠାରେ ଦଳ ଏହାର ସଂଖ୍ୟା ବଳ ଆଧାରରେ ତିନୋଟି ଆସନ ମଧ୍ୟରୁ ଗୋଟିଏ ଆସନ ହାତେଇବାର ସାମର୍ଥ୍ୟ ରଖିଛି। ହେଲେ ଏଥିପାଇଁ ଦଳକୁ କଠିନ ପରିଶ୍ରମ କରିବାକୁ ହେବ। ଏବେ ଦଳ ପାଖରେ କେବଳ ୬ ଅତିରିକ୍ତ ଭୋଟ ରହିଛି। ମଧ୍ୟ ପ୍ରଦେଶରୁ ଦଳର ଜଣେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିପାରନ୍ତି କଂଗ୍ରେସ ନେତୃବୃନ୍ଦ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ନିଜେ ପୁନର୍ବାର ରାଜ୍ୟସଭା ଯିବା ପାଇଁ ମନା କରି ସାରିଛନ୍ତି। ମଧ୍ୟ ପ୍ରଦେଶର ତିନୋଟି ରାଜ୍ୟସଭା ସିଟ୍ ମଧ୍ୟରୁ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିପାରେ। ଚଳିତ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ ମଧ୍ୟ ଦଳୀୟ ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଛନ୍ତି।
ଏହା ସହ ପଢନ୍ତୁ: ଦେବେଗୌଡ଼ାଙ୍କ ଠାରୁ ଖାର୍ଗେ: ୧୮ ଜୁନ୍ ରେ ୨୬ ରାଜ୍ୟସଭା ଆସନ ପାଇଁ ହେବ ଭୋଟ୍
ରାଜ୍ୟସଭା ନିର୍ବାଚନ ଦୌଡ଼ରେ ରହିଥିବା କେନ୍ଦ୍ର ମନ୍ତ୍ରୀ
କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ରାଜସ୍ଥାନରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର କାର୍ଯ୍ୟକାଳ ଜୁନ୍ ୨୧ ତାରିଖରେ ଶେଷ ହେଉଛି। ସେହିପରି ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟପାଳନ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଏନ୍ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟ ସେହି ଜୁନ୍ ୨୧ ତାରିଖରେ ଶେଷ ହେଉଛି। କୁହାଯାଉଛି ଯେ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବନୀତ ସିଂହଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠା ଯାଇପାରେ। ୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ଜର୍ଜ କୁରିଏନ୍ ଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା। ବିଜେପି ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବା ନାଁ ନାହିଁ ତାହା ଦେଖିବାକୁ ବାକି ରହିଲା। କେନ୍ଦ୍ର ମନ୍ତ୍ରୀଣ୍ଡଳରେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ତାଙ୍କ ପଦ ବଜାୟ ରଖିପାରିବେ ନାଁ ନାହିଁ ତାହା ଏକଥା ଉପରେ ନିର୍ଭର କରୁଛି ଯେ ଦଳ ସେମାନଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଉଛି ନାଁ ନାହଁ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ା, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନ୍ ଏବଂ ରଭନୀତ ସିଂହ ବିଟ୍ଟୁଙ୍କ ରାଜ୍ୟସଭା କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି।
ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇପାରନ୍ତି ଖାର୍ଗେ
କର୍ଣ୍ଣାଟକରେ ଦଳର ସଂଖ୍ୟାଗତ ଶକ୍ତିକୁ ଆଧାର କରି କଂଗ୍ରେସ ତିନୋଟି ଆସନ ଜିତିପାରେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ୩ ସିଟ୍ ମଧ୍ୟରୁ ଗୋଟିଏ ଆସନରେ ନିର୍ବାଚିତ ହେବାର ଆଶା କରାଯାଉଛି। ରାଜସ୍ଥାନରେ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିପାରେ। ରାଜସ୍ଥାନରୁ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ବିଜେପି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କିମ୍ବା ଦଳର ମୁଖପାତ୍ର ପବନ ଖେଡ଼ା କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି।
ଗୁଜୁରାଟରେ ସଫା ହୋଇଯିବ କଂଗ୍ରେସ
ଜୁନ୍ ୨୦୨୬ ରାଜ୍ୟସଭା ନିର୍ବାଚନରେ ଗୁଜୁରାଟରେ ଏକ ବଡ଼ ଝଟକାର ସାମ୍ନା କରିପାରେ କଂଗ୍ରେସ। ବର୍ତ୍ତମାନ ଗୁଜୁରାଟର ମୋଟ ୧୧ ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ପାଖରେ କେବଳ ଜଣେ ମାତ୍ର ସାଂସଦ ରହିଛନ୍ତି। କଂଗ୍ରେସ ରାଜ୍ୟସଭା ସାଂସଦ ଶକ୍ତିସିଂହ ଗୋହିଲ୍ ଙ୍କ ରାଜ୍ୟସଭା କାର୍ଯ୍ୟକାଳ ଜୁନ୍ ୨୧ ତାରିଖରେ ଶେଷ ହେଉଛି। ବର୍ତ୍ତମାନ ଗୁଜୁରାଟରେ ଗୋଟିଏ ରାଜ୍ୟସଭା ଆସନ ଜିତିବା ପାଇଁ ୪୬ ଭୋଟ ଆବଶ୍ୟକ। ଯେତେବେଳେ କଂଗ୍ରେସ ପାଖରେ କେବଳ ୧୨ ଜଣ ବିଧାୟକ ଅଛନ୍ତି।
ଯାହାର ଅର୍ଥ ହେଉଛି ଗୁଜୁରାଟରେ କୌଣସି କଂଗ୍ରେସ ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଜିତିପାରିବେ ନାହିଁ। ଏହା ପ୍ରଥମ ଥର ହେବ ଯେତେବେଳେ ଗୁଜରାଟ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରୁ ରାଜ୍ୟସଭାରେ କୌଣସି କଂଗ୍ରେସ ସଦସ୍ୟ ରହିବେ ନାହିଁ। ଅନ୍ୟପଟେ ଝାଡ଼ଖଣ୍ଡରେ କଂଗ୍ରେସ, ରାଜ୍ୟରେ ଶାସକ ମେଣ୍ଟ ମହାଗଠବନ୍ଧନର ନେତୃତ୍ୱ ନେଉଥିବା ଜେଏମଏମ ଉପରେ ନିର୍ଭର କରୁଛି। ଏହି ରାଜ୍ୟରେ ୨ ଆସନ ପାଇଁ ନିର୍ବାଚନ ହେଉଛି। ଯାହା ମଧ୍ୟରୁ ଗୋଟିଏ ଆସନ ଶିବୁ ସୋରେନଙ୍କ ମୃତ୍ୟୁ ପାଇଁ ଖାଲି ହୋଇଥିଲା। କଂଗ୍ରେସ ଆଶା କରୁଛି ଯେ ଜେଏମଏମ ଏହାକୁ ଗୋଟିଏ ଆସନ ଛାଡି଼ପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
RS Poll 2026 JuneRajya Sabha elections BJP strategyCross voting in Rajya Sabha pollsBJP Rajya Sabha candidatesRajya Sabha election updatesVoting pattern in Rajya Sabha electionsBJP monitors cross voting in key statesRajya Sabha voting whip rulesOpposition MLAs cross voting BJPUpper House elections political maneuveringStrict vigil by BJP in Rajya Sabha polls