Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେବେଗୌଡ଼ାଙ୍କ ଠାରୁ ଖାର୍ଗେ: ୧୮ ଜୁନ୍ ରେ ୨୬ ରାଜ୍ୟସଭା ଆସନ ପାଇଁ ହେବ ଭୋଟ୍

Politics

RS Poll 2026 June / ଦେବେଗୌଡ଼ାଙ୍କ ଠାରୁ ଖାର୍ଗେ: ୧୮ ଜୁନ୍ ରେ ୨୬ ରାଜ୍ୟସଭା ଆସନ ପାଇଁ ହେବ ଭୋଟ୍

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦେବେଗୌଡ଼ାଙ୍କ ଠାରୁ ଖାର୍ଗେ: ୧୮ ଜୁନ୍ ରେ ୨୬ ରାଜ୍ୟସଭା ଆସନ ପାଇଁ ହେବ ଭୋଟ୍
RS Poll 2026 June

Key Points

ନିର୍ବାଚନ କମିଶନ ୮ ରାଜ୍ୟରେ ଖାଲି ହେଉଥିବା ୨୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ଏହି ନିର୍ବାଚନ ଆସନ୍ତା ଜୁନ ୧୮ ତାରିଖରେ ଭୋଟ ଗ୍ରହଣ
ଅନୁଷ୍ଠିତ ହେବ।
RS POll 2026 June 18: ଭାରତୀୟ ନିର୍ବାଚନ କମିଶନ ଦେଶର ୮ ରାଜ୍ୟର ୨୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଏହି ନିର୍ବାଚନ ପାଇଁ ଭୋଟ୍ ଆସନ୍ତା ଜୁନ୍ ୧୮ ତାରିଖରେ ମତଦାନ ହେବ। ବର୍ତ୍ତମାନ ସଦସ୍ୟଙ୍କ ୬ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ଏହି ଆସନ ଖାଲି ହେଉଛି। ଅନ୍ୟପଟେ ପୂର୍ବରୁ ଖାଲି ହୋଇଥିବା ୨ ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟ ସଭରା ଯେଉଁ ପ୍ରମୁଖ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି଼ ଦେବଗୌଡ଼ା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, କେନ୍ଦ୍ର ମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ ରବନୀତ ସିଂହ ବିଟ୍ଟୁ।

ଏନେଇ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁସାରେ ଦେଶର ବିଭିନ୍ନ ରାଜ୍ୟରୁ ୨୪ ଆସନ ଖାଲି ହେଉଛି। ଏହି ୨୪ ଆସନ ଆନ୍ଧ୍ର ପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, ମିଜୋରାମର ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ଏହା ସହ ପଢନ୍ତୁ: ରାଜ୍ୟସଭାର ସେହି ୧୧ ଆସନ ଯେଉଁଠି ହେବ ସାମ୍ନାସାମ୍ନି ଲଢେଇ

ରାଜ୍ୟ ଅନୁସାରେ କାର୍ଯ୍ୟକାଳ ସରୁଥିବା ସାଂସଦଙ୍କ ତାଲିକା...


ଆନ୍ଧ୍ରପ୍ରଦେଶ
ଅଯୋଧ୍ୟା ରାମି ରେଡ୍ଡୀ ଆଲ୍ଲା- YSRCP
ପାରିମାଳ ନଥୱାନି- YSRCP
ପିଲି ସୁଭାଷ ଚନ୍ଦ୍ର ବୋଷ- YSRCP
ସନା ସତୀଶ ବାବୁ- TDP

ଗୁଜୁରାଟ
ରାମବାଇ ହରଜିଭାଇ ମୋକାରିଆ- ବିଜେପି
ଅମିନ ନରହରି ହିରାଭାଇ- ବିଜେପି
ଶକ୍ତି ସିଂହ ଗୋହିଲ- କଂଗ୍ରେସ
ରାମିଲା ବେଚାରଭାଇ ବାରା- ବିଜେପି

ଝାଡଖଣ୍ଡ
ଦୀପକ ପ୍ରକାଶ- ବିଜେପି
୨୦୨୫ ଅଗଷ୍ଟ- ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନଙ୍କ ମୃତ୍ୟୁ ପର ଠାରୁ ଗୋଟିଏ ଆସନ ଖାଲି ରହିଛି।

ମଧ୍ୟ ପ୍ରଦେଶ
କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍- ବିଜେପି
ଦିଗବିଜୟ ସିଂହ- କଂଗ୍ରେସ
ସୁମେର ସିଂହ ସୋଲାଙ୍କି- ବିଜେପି

ମଣିପୁର
ମହାରାଜା ସନାଜାଓବା ଲାଇସେମ୍ବା- ବିଜେପି

ମେଘାଳୟ
ୱାନୱେରୋଇ ଖାରଲୁଖି- ଏନପିପି

ରାଜସ୍ଥାନ
ନୀରଜ ଡାଙ୍ଗି- କଂଗ୍ରେସ
ରାଜେନ୍ଦ୍ର ଗେହଲୋତ- ବିଜେପି
କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ- ବିଜେପି

ଅରୁଣାଚଳ ପ୍ରଦେଶ
ନବାମ ରେବିଆ- ବିଜେପି

କର୍ଣ୍ଣାଟକ
ନାରାୟଣ କୋରାଗପ୍ପା- ବିଜେପି
ଇରାନ୍ନା କାଡାଡି- ବିଜେପି
ଏଚ୍.ଡି ଦେବଗୌଡ଼ା- ଜେଡି଼ଏସ୍
ମଲ୍ଲିକାର୍ଜୁନ ଖାର୍ଗେ - କଂଗ୍ରେସ

ମିଜୋରାମ
କେ. ଭାନଲାଲଭେନା- ମିଜୋ ନ୍ୟାସନାଲ୍ ଫ୍ରଣ୍ଟ (MNF)

ଏହା ସହଲ ପଢନ୍ତୁ: ୧୦ ରାଜ୍ୟର ୩୭ ସିଟ୍; କିଏ କେଉଁଠୁ ମାରିବ ବାଜି?

ନିର୍ବାଚନ କମିଶନ ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି। ଏନସିପି ନେତ୍ରୀ ସୁନେତ୍ର ପାୱାର ବାରାମତି ଆସନରୁ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଯାହା ପରେ ମହାରାଷ୍ଟ୍ରର ଗୋଟିଏ ରାଜ୍ୟସଭା ଆସନ ପଡ଼ିଛି। ବିଧାୟକ ନିର୍ବାଚିତ ସେ ରାଜ୍ୟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଦ୍ୱିତୀୟ ଉପନିର୍ବାଚନ ଏଆଇଏଡିଏମକେ ସାଂସଦ ସି.ଭି ଶଣମୁଗମଙ୍କ ଦ୍ୱାରା ଖାଲି ହୋଇଥିବା ତାମିଲନାଡୁ ଆସନ ପାଇଁ ଅନୁଷ୍ଠିତ ହେବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Polls: Voting for 26 Seats on June 18 as Veterans Retire | Argus News