India Politics 2026 / ସରକାରକୁ ଆସୁଛି 'ଡବଲ୍ ଇଞ୍ଜିନ୍'; ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳ ହାତରୁ ଖସୁଛି କ୍ଷମତା
·1 hour ago·3 min read

Key Points
ଭାରତୀୟ ଗଣତନ୍ତ୍ରରେ ଏକକ କ୍ଷମତା ଏବଂ ଏକକ ପରିଚୟକୁ ଭୋଟର ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଏହାର ଇତିହାସ ବି ରହିଛି । ଆଧୁନିକ ଭାରତରେ ମଧ୍ୟ ଇତିହାସର ପୁନରାବୃତ୍ତି ହେଉଛି ।
ନୂଆଦିଲ୍ଲୀ: ବିଶ୍ଵର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ । ଭାରତୀୟ ଗଣତନ୍ତ୍ରରେ ଏକକ କ୍ଷମତା ଏବଂ ଏକକ ପରିଚୟକୁ ଭୋଟର ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଏହାର ଇତିହାସ ବି ରହିଛି ।
ଆଧୁନିକ ଭାରତରେ ମଧ୍ୟ ଇତିହାସର ପୁନରାବୃତ୍ତି ହେଉଛି । ୧୯୪୭ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୁଅନ୍ତି ଜବାହରଲାଲ ନେହରୁ । ଏହାପରେ ଆସେ ଇନ୍ଦିରା ଯୁଗ । ଅର୍ଥାତ୍ ଦେଶର କ୍ଷମତା କେନ୍ଦ୍ର ରୁହେ ସିଧା ଗାନ୍ଧୀ ପରିବାର ହାତରେ ।
୧୯୬୬ରୁ ୧୯୭୭ ପୁଣି ୧୯୮୦-୧୯୮୪ ଇନ୍ଦିରା ଗାନ୍ଧୀ ଦେଶକୁ ଶାସନ କରନ୍ତି । ୧୯୭୫ରୁ ୧୯୭୭ ମଧ୍ୟରେ ଭାରତ ଜରୁରୀକାଳୀନ ସ୍ଥିତିର ସାମ୍ନା କରେ । ଏହା ପରେ କଡ଼ ଲେଉଟାଏ ରାଜନୀତି । ଏକକ ପାର୍ଟିରୁ କ୍ଷମତା ମେଣ୍ଟ (ଏକାଧିକ ଦଳର ଗଠବନ୍ଧନ)କୁ ଯାଏ । ଯେଉଁଠି କ୍ଷେତ୍ରୀୟ ବା ଆଞ୍ଚଳିକ ରାଜନୈତିକ ପାର୍ଟିର ଅଦ୍ଭ୍ୟୁଦୟକୁ ଦେଖି ଗଢ଼ି ଉଠେ NDA ଓ UPA ଭଳି ମେଣ୍ଟ ।
ଏଥିସହ ପଢ଼ନ୍ତୁ: ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା
୧୯୮୯ରୁ ଭାରତରେ ଉଭୟ ରାଜନୈତିକ ଓ ଆର୍ଥିକ କ୍ଷମତା କେନ୍ଦ୍ରରୁ ଦୂରେଇ ରାଜ୍ୟ ଗୁଡ଼ିକରେ ନୂତନ ଆଞ୍ଚଳିକ ଦଳକୁ ଜନ୍ମ ଦେଇଥିଲା । ଏହାପରେ ୨୦୦୪ ଓ ୨୦୦୯ରେ ଆଞ୍ଚଳିକ ଦଳ ସମର୍ଥନରେ କେନ୍ଦ୍ରରେ ଗଢ଼ା ହୋଇଥିଲା ସରକାର ।
ଦଶନ୍ଧି ଧରି କଂଗ୍ରେସ ଦଳ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାରରେ ରହିଥିଲା । ୧୯୯୦ରେ ମଣ୍ଡଳ କମିଶନ ରିପୋର୍ଟ ଆସିବା ପରେ ଆସିଥିଲେ ସୁନାମି । ଯାହା କଂଗ୍ରେସର ମେଣ୍ଟକୁ ଭାଙ୍ଗି ନୂଆ ରାଜନୀତିକୁ ଜନ୍ମ ଦେଇଥିଲା ।
୧୯୯୦ରୁ ୨୦୧୪
କଂଗ୍ରେସ ହାତରୁ କ୍ଷମତା ଖସିବାରେ ଲାଗିଲା । ଆଉ ସେହି ଖାଲି ସ୍ଥାନ ପୂରଣକୁ ଜନତା ଦଳ ପୂରଣ କଲା । ରାଜନୈତିକ ଆକାଶରେ ଏକ ଉଜ୍ଜ୍ଵଳ ନକ୍ଷତ୍ର ଭାବେ ଚମକିଥିବା ଜନତା ଦଳର ଅନ୍ତ ବେଶ୍ କ୍ଷିପ୍ର ଥିଲା । ଆଉ ଏଇଠି ଆରମ୍ଭ ହୋଇଥିଲା ଅନେକ ଆଞ୍ଚଳିକ ଦଳ । ସ୍ଥାନୀୟତ୍ତା ଭିତ୍ତିରେ, ଜାତି ଭିତ୍ତିରେ, ଭାଷା ଭିତ୍ତିରେ ନିଜ ନିଜ ରାଜ୍ୟରେ ଦଳ ଗଢ଼ି ଉଠିଥିଲା ।
ସେହି ସମୟରେ କଂଗ୍ରେସକୁ ଏକାଧିକ କ୍ଷେତ୍ରରେ କ୍ଷତି ସହିବାକୁ ପଡ଼ିଥିଲା । ଉତ୍ତର ଭାରତରେ ଜାତିଗତ ରାଜନୀତି ଲଗାତାର ବଦଳୁଥିବା ସମୀକରଣ ପାଇଁ ପରାଜୟ ସାମ୍ନା କରୁଥିଲା ।
ଆଉ ପୂର୍ବ ଓ ଦକ୍ଷିଣ ଭାରତରେ ସ୍ଥିତି ମଧ୍ୟ ଏକପ୍ରକାର ସମାନ ଥିଲା । ଓଡ଼ିଶା ସହ ଦକ୍ଷିଣ ଭାରତୀୟ ରାଜ୍ୟରେ ଶାସନ-ପ୍ରଶାସନର ଶିଥିଳତା ପାଇଁ ପରାଜୟ ଭୋଗିବାକୁ ପଡ଼ିଥିଲା ।
ବିଜେପିର ଉତ୍ଥାନ
କଂଗ୍ରେସ କ୍ଷମତା ଜାବୁଡ଼ି ଧରିବାକୁ ସଂଘର୍ଷ କରୁଥିବା ବେଳେ ୧୯୮୯ରେ ବିଜେପି ରାମ ମନ୍ଦିର ଆନ୍ଦୋଳନ ମାଧ୍ୟମରେ ବିପକ୍ଷଙ୍କ ସ୍ଥାନ ଅଧିକାର ପାଇଁ ପ୍ରୟାସ କରିଥିଲା ।
ତେବେ ଏହି ଯାତ୍ରା ଏତେଟା ସହଜ ନଥିଲା । ଉତ୍ତର ଭାରତରେ କ୍ଷମତା ଦଖଲ ସତ୍ତ୍ଵେ ବାବ୍ରୀ ମସଜିଦ୍ ମାମଲା ପରେ ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିଥିଲା । ଉତ୍ତରପ୍ରଦେଶରେ କ୍ଷମତାରେ ଆସିଥିଲା ସମାଜବାଦୀ ପାର୍ଟି । ଅଟଳ ବିହାରୀ ବାଜପେୟୀଙ୍କ ଦୃଷ୍ଟିକୋଣ ପାଇଁ ବିଜେପି ପ୍ରଥମଥର କେନ୍ଦ୍ରରେ କ୍ଷମତାସୀନ ହେଲା । ଏଥିପାଇଁ ଆଞ୍ଚଳିକ ଦଳ ଉପରେ ନିର୍ଭର କରିବାକୁ ପଡ଼ିଲା ।
ମୋଦି ଓ ଡବଲ୍ ଇଞ୍ଜିନ୍
୨୦୧୪ ଥିଲା ପରିବର୍ତ୍ତନର ବର୍ଷ । ଯାହା ଭାରତର ରାଜନୈତିକ ଦର୍ଶନକୁ ବିକାଶରେ ବଦଳାଇ ଦେଇଥିଲା । ୨୦୧୪ରୁ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦୃଢ଼ ପାଇଁ ଡବଲ୍ ଇଞ୍ଜିନ୍ ନାରା ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ସତ ହେଲା ଭବିଷ୍ୟବାଣୀ… 'ବଙ୍ଗ'ରେ ବିଜୟ ଦେଲା 'ଅଙ୍ଗ'ର ଏହି ୬ ପ୍ରସଙ୍ଗ
୨୦୨୬ର ରାଜନୈତିକ ସ୍ଥିତି
ଏହା ପରେ ବିଜେପି ଗୋଟିଏ ପରେ ଗୋଟିଏ ଅଣ ବିଜେପି ଶାସିତ ରାଜ୍ୟରେ କ୍ଷମତାକୁ ଆସିଛି । ଏବେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ନାଗାଲାଣ୍ଡ, ଓଡ଼ିଶା, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ବିଜେପି କିମ୍ବା ବିଜେପି ନେତୃତ୍ଵାଧିନ NDA କ୍ଷମତାରେ ରହିଛି । ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ଯେତେବେଳେ କି କଂଗ୍ରେସ କର୍ଣ୍ଣାଟକ, ତେଲଙ୍ଗାନା ଓ ହିମାଚଳ ପ୍ରଦେଶରେ ସୀମିତ ରହିଥିବା ବେଳେ ପଞ୍ଜାବରେ ଆପ୍, ଝାଡ଼ଖଣ୍ଡରେ ଜେଏମ୍ଏମ୍ ଶାସନ କରୁଛି । କେରଳରେ UDF ଓ ତାମିଲନାଡ଼ୁରେ TVK ସରକାର ଗଢ଼ିବାକୁ ଯାଉଛନ୍ତି ।
ପରିବର୍ତ୍ତିତ ଭାରତରେ ଏକଛତ୍ରବାଦର ସ୍ଥାନ ନାହିଁ । ଭୋଟର ଉତ୍ସାହର ସହ ରାଷ୍ଟ୍ରବାଦରେ ପରିଚାଳିତ ସ୍ଥାନୀୟ ସଶକ୍ତିକରଣ ମଡେଲ୍କୁ ବାଛୁଛନ୍ତି । ଯାହା ଏକଦା ଅଭେଦ୍ୟ ଦୁର୍ଗ ଥିଲା, ଏବେ ସେଠି ଡବଲ୍ ଇଞ୍ଜିନ୍ ସରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories