Shreemayee Mishra / ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି: ଶ୍ରୀମୟୀ ମିଶ୍ର

Key Points
ପୁଣି ସୋସିଆଲ ମିଡ଼ିଆ ପୋଷ୍ଟରେ ଟାର୍ଗେଟ କଲେ ଶ୍ରୀମୟୀ । ପ୍ରତାପ ଜେନାଙ୍କ ମନ୍ତବ୍ୟକୁ ନେଇ ମାରିଲେ ତେରେଛା ବାଣ । କହିଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି'।
ଏଥର ପାଣ୍ଡିଆନଙ୍କ ସହ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କାହା ରକ୍ତ କହି ଟାର୍ଗେଟ କରିଛନ୍ତି । ଗତକାଲି ପ୍ରତାପ ଜେନା ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ । ଆଉ ପ୍ରତାପ ଜେନାଙ୍କ ଏହି ମନ୍ତବ୍ୟ ପରେ ଆଜି ସୋସିଆଲ ମିଡିଆରେ ପୋଷ୍ଟ କରି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଜୟ ଯଦି ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ ବୋଲି ପ୍ରତାପ ଜେନା କହୁଛନ୍ତି । ତାହାଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି । କେଉଁ ମହାପୁରୁଷଙ୍କର ରକ୍ତ ଅଛି ଭାବି ତାଙ୍କ ଆଦେଶ ମାନୁଛନ୍ତି ପ୍ରତାପ । ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଶ୍ରୀମୟୀ । ତେବେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରିନି ।
ଅନ୍ୟପକ୍ଷରେ ଗତକାଲି ବି ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ ନାରୀନେତ୍ରୀ ଶ୍ରୀମୟୀ ମିଶ୍ର । ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପୂର୍ବରୁ ଶ୍ରୀମୟୀ ପାଣ୍ଡିଆନଙ୍କୁ କଟାକ୍ଷ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କହ୍ନେଇ ଓ ସନ୍ନ୍ୟାସୀ କହି ପରୋକ୍ଷରେ ଶ୍ରୀମୟୀ ମିଶ୍ର ଭିକେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କରିଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, କର୍ମୀ ଅନାଇ ବସିଛନ୍ତି, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ, ଭାରି ଭୟଙ୍କର ବୋଲି ଶ୍ରୀମୟୀ ଲେଖିଥିଲେ ।
ସେପଟେ ନୂଆପଡ଼ାରେ ଦେଖିବାକୁ ମିଳିଛି ନୂଆ ସମୀକରଣ । ନୂଆପଡ଼ା ଉପନିର୍ବାଚନର ଠିକ୍ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟ୍କା । ଦିବଙ୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ନଭେମ୍ବର ୧୧ରେ ହେବ ନିର୍ବାଚନ । ଆଉ ଭୋଟ୍ର ଠିକ୍ ମାସକ ପୂର୍ବରୁ ବିଜେପି ବଡ଼ ଗେମ୍ ଖେଳିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ: ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଜୟ ପଦ୍ମ ଶିବିରରେ ସାମିଲ୍ ହୋଇଛନ୍ତି ।
Related Topics
Explore more stories