Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା, ଆଉ କିଛି ସମୟ ପରେ ମିଶିବେ ବିଜେଡିରେ

Politics

Sujata Kartikeyan / ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା, ଆଉ କିଛି ସମୟ ପରେ ମିଶିବେ ବିଜେଡିରେ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା, ଆଉ କିଛି ସମୟ ପରେ ମିଶିବେ ବିଜେଡିରେ
Sujata Kartikeyan

Key Points

ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା କାର୍ତ୍ତିକେୟନ
ବିଜୁ ଜନତା ଦଳରେ ମିଶିବା ନେଇ ଚର୍ଚ୍ଚା
ଆଜି ବିଜେଡିରେ ସାମିଲ ହୋଇପାରନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ଏଥିପାଇଁ ସେ ଶଙ୍ଖଭବନରେ ପହଞ୍ଚିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ଶଙ୍ଖ ଭବନରେ ହଲଚଲ ଆରମ୍ଭ ହୋଇଯାଇଛି । ଜଣଙ୍କ ପରେ ଜଣେ ନେତା ବିଜେଡି କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି । ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଜେଡି ନେତ୍ରୀ ଟୁକୁନି ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତା ପଦ୍ମନାଭ ବେହେରା, ବିଧାୟକ ଧ୍ରୁବ ସାହୁ ପ୍ରମୁଖ ପହଞ୍ଚି ସାରିଛନ୍ତି । ଅପରାହ୍ନ ୧୨ଟାରେ ଶଙ୍ଖ ଭବନକୁ ଆସିବେ ନବୀନ ପଟ୍ଟନାୟକ। ନବୀନଙ୍କ ଉପସ୍ଥିତିରେ ଦଳରେ ସୁଜାତା ମିଶିବେ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ଶିବସେନା, ଟିଏମସି ପରି ଭାଙ୍ଗିବ କି ବିଜେଡି ? ସାଂସଦଙ୍କ ପରେ NDA ମୁହାଁ ବିଧାୟକ ଗୋଷ୍ଠୀ


ପାଣ୍ଡିଆନଙ୍କ ବିଜେଡିରେ ଏଣ୍ଟ୍ରି ପରେ ସୁଜାତା ସରକାରୀ ପଦବୀରେ ରହି ବି ଦଳ ପାଇଁ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଥିଲା । ଏନେଇ ଅଭିଯୋଗ ପରେ ସାଧାରଣ ନିର୍ବାଚନ ପୂର୍ବରୁ ସୁଜାତାଙ୍କୁ ନିଜ ପଦରୁ ହଟାଇଥିଲେ ନିର୍ବାଚନ କମିଶନ । ପରେ ଚାକିରୀ ଛାଡିବା, ନବୀନଙ୍କ ଅସୁସ୍ଥତା ବେଳେ ତାଙ୍କ ପାଖେ ପାଖେ ରହିବା ସୁଜାତାଙ୍କ ବିଜେଡିରେ ଏଣ୍ଟ୍ରି ଚର୍ଚ୍ଚା ବଢ଼ାଇଥିଲା । ତେବେ ସୁଜାତା ଶଙ୍ଖ ଧରିବା ଚର୍ଚ୍ଚା ଭିତରେ ଶ୍ରୀମୟୀ ମିଶ୍ର ବିଜେଡିକୁ କଟାକ୍ଷ କରି ସୋସିଆଲ ମେଡିଆରେ ଲେଖିଛନ୍ତି କାଲି ଦଳ ନିଶ୍ଚିହ୍ନ ହେବାର ମୁଳଦୁଆ ପଡିବ । ଏଲିନା ଦାସ ଲେଖିଛନ୍ତି ବିଜେଡିର ନେତୃତ୍ବ ଜଣେ ମହିଳା ନେଲେ ଦଳର ମହିଳା ସୁରକ୍ଷିତ ରହିବେ ।

୨୦୨୪ ନିର୍ବାଚନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ବିଜେଡିର ବିପର୍ଯ୍ୟୟ ହେଲା ବୋଲି ଅନେକ କହିଲେ। ଖୋଦ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଲେ । ହେଲେ ପରଦା ପଛରେ ରହି ବିଜେଡିର ସର୍ବେସର୍ବା ସାଜିଥିବାର ଅଭିଯୋଗ ଭିତରେ ନେତାଙ୍କ ଭିତରେ ଏବେ ବି କୁହୁଳୁଛି ଅସନ୍ତୋଷ । ପାଣ୍ଡିଆନଙ୍କ ହାକିମାତିକୁ ପସନ୍ଦ କରୁ ନଥିବା ନେତା ବିଜେଡିକୁ ବାଏ ବାଏ କରୁଛନ୍ତି । ଏପରି ସ୍ଥିତିରେ ସୁଜାତାଙ୍କ ଏଣ୍ଚ୍ରିକୁ କର୍ମୀ କେମିତି ଗ୍ରହଣ କରିବେ ତା ଉପରେ ନଜର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored