BJD Internal Politics / ବିଜେଡିରେ କୋଣଠେସା ହେବେ ବରିଷ୍ଠ ନେତା ! ଯୁବ ବର୍ଗଙ୍କୁ ମିଳିପାରେ ଅଧିକ ଦାୟିତ୍ୱ
·1 hour ago·2 min read

Key Points
ପୁଣି BJDରେ ବରିଷ୍ଠ ବନାମ କନିଷ୍ଠ
ଦଳର ପଲିଟିକାଲ ଷ୍ଟ୍ରାଟେଜି ନେଇ ମୁହାଁମୁହିଁ ଧ୍ରୁବ-ଅଶ୍ବିନୀ
ମିସେସ୍ ପାଣ୍ଡିଆନ୍ଙ୍କ ବିଜେଡି ଏଣ୍ଟ୍ରି ନେଇ ବଦ୍ରି ମାରିଲେ ତେର୍ଚ୍ଛା ବାଣ

ପ୍ରଥମେ ସୁଜାତାଙ୍କୁ ଦଳରେ ଏଣ୍ଟ୍ରି । ପରେ ଯୁବ ବର୍ଗଙ୍କୁ ଦଳରେ ଅଧିକ ଗୁରୁତ୍ୱ । CJP ଆନ୍ଦୋଳନକୁ ନବୀନଙ୍କ ସମର୍ଥନ ପରେ ଦଳର ବଦଳୁଥିବା ରାଜନୀତିକୁ ନେଇ ଏବେ ଚର୍ଚ୍ଚା ବଢିଛି । ଦଳର ପଲିଟିକାଲ ଷ୍ଟ୍ରାଟେଜି ନେଇ ମୁହାଁମୁହିଁ ଧ୍ରୁବ-ଅଶ୍ବିନୀ । ମିସେସ୍ ପାଣ୍ଡିଆନ୍ଙ୍କ ବିଜେଡି ଏଣ୍ଟ୍ରି ନେଇ ବଦ୍ରି ମାରିଲେ ତେର୍ଚ୍ଛା ବାଣ । କହିଲେ, ସୁଜାତାଙ୍କୁ ଭେଟିବା ଦରକାର ବୋଲି ଦଳରେ କେଉଁଠି ଲେଖା ହୋଇଛି କି ?
ପ୍ରଥମେ ସୁଜାତାଙ୍କୁ ଦଳରେ ଏଣ୍ଟ୍ରି । ପରେ ଯୁବ ବର୍ଗ ଙ୍କୁ ଦଳ ରେ ଅଧିକ ଗୁରୁତ୍ୱ। ସିଜେପି ଆନ୍ଦୋଳନକୁ ନବୀନ ଙ୍କ ସମର୍ଥନ ପରେ ଦଳର ବଦଳୁଥିବା ରାଜନୀତିକୁ ନେଇ ଏବେ ଚର୍ଚ୍ଚା ବଢିଛି । ଯୁବ ଓ ଛାତ୍ର ସଂଗଠନ ବିଜେଡିର ଫ୍ରଣ୍ଟ ଓ୍ଵିଙ୍ଗ ଭାବେ ଏକ ପ୍ରକାର କାର୍ଯ୍ୟ କରୁଥିବା ବେଳେ ନୂଆ ବ୍ରିଡ୍, ନୂଆ ଯୁବକ, ନୂଆ ନେତାଙ୍କୁ ଦାୟିତ୍ୱ ନ ଦେଲେ ଦଳ ଆଗକୁ ବଢ଼ି ପାରିବ ନାହିଁ କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେପଟେ ଧ୍ରୁବଙ୍କ କଥାକୁ କାଉଣ୍ଟର କରି ବରିଷ୍ଠ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଅଭିଜ୍ଞଙ୍କୁ ଛାଡି କେବଳ ଯୁବକଙ୍କୁ ନେଇ ଆଗକୁ ବଢ଼ି ପାରିବନି ଦଳ ।
ସୁଜାତା ବିଜେଡିରେ ସାମିଲ ହେବା ପରେ ଦଳରେ ବିଭାଜନ ଦେଖା ଦେଇଛି । ଗୋଟିଏ ପଟେ ପ୍ରୋ ପାଣ୍ଡିଆନ ଗୋଷ୍ଠୀର ଜଣେ ପରେ ଜଣେ ନେତା ସୁଜାତାଙ୍କୁ ଭେଟୁଥିବା ବେଳେ ଦଳରୁ ଦୂରେଇ ଅଛନ୍ତି ବଦ୍ରି ପାତ୍ର, ରାଜା ସ୍ୱାଇଁ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ । ଏପରି ସ୍ଥିତିରେ ଦୀର୍ଘ ଦିନ ଧରି ନୀରବ ଥିବା ବଦ୍ରି ଆଜି ପୁଣି ମାରିଛନ୍ତି ତେରଛା ବାଣ । ଦଳରେ କିଏ ମିଶିଲେ ମୁଁ ଅଟକାଇ ପାରିବିନି । ତାହା ସଭାପତିଙ୍କ ବ୍ୟାପାର କହିବା ସହ ବିରୋଧମାନେ କେବଳ ରାସ୍ତା ଘାଟରେ ହେବ କି ବୋଲି ପ୍ରଶ୍ନ କରିଛନ୍ତି ।
ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିରେ ସୁଜାତାଙ୍କ ବଡ଼ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି । ତେବେ ବରିଷ୍ଠ ଓ ପାଣ୍ଡିଆନ ଅନୁଗତଙ୍କ ଶୀତଳ ଯୁଦ୍ଧ ଆଗକୁ କେଉଁ ଆଡେ ଯାଉଛି ତାହା ଉପରେ ନଜର ।

ଅଧିକ ପଢ଼ନ୍ତୁ: ସରକାରରେ ୨୫ ବର୍ଷ ପୂରଣ କରିବେ ପ୍ରଧାନମନ୍ତ୍ରୀ ମୋଦି; ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେପି
ସୁଜାତା ବିଜେଡିରେ ସାମିଲ ହେବା ପରେ ଦଳରେ ବିଭାଜନ ଦେଖା ଦେଇଛି । ଗୋଟିଏ ପଟେ ପ୍ରୋ ପାଣ୍ଡିଆନ ଗୋଷ୍ଠୀର ଜଣେ ପରେ ଜଣେ ନେତା ସୁଜାତାଙ୍କୁ ଭେଟୁଥିବା ବେଳେ ଦଳରୁ ଦୂରେଇ ଅଛନ୍ତି ବଦ୍ରି ପାତ୍ର, ରାଜା ସ୍ୱାଇଁ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ । ଏପରି ସ୍ଥିତିରେ ଦୀର୍ଘ ଦିନ ଧରି ନୀରବ ଥିବା ବଦ୍ରି ଆଜି ପୁଣି ମାରିଛନ୍ତି ତେରଛା ବାଣ । ଦଳରେ କିଏ ମିଶିଲେ ମୁଁ ଅଟକାଇ ପାରିବିନି । ତାହା ସଭାପତିଙ୍କ ବ୍ୟାପାର କହିବା ସହ ବିରୋଧମାନେ କେବଳ ରାସ୍ତା ଘାଟରେ ହେବ କି ବୋଲି ପ୍ରଶ୍ନ କରିଛନ୍ତି ।
ଆଗକୁ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିରେ ସୁଜାତାଙ୍କ ବଡ଼ ଭୂମିକା ରହିବ ବୋଲି ଚର୍ଚ୍ଚା ହେଉଛି । ତେବେ ବରିଷ୍ଠ ଓ ପାଣ୍ଡିଆନ ଅନୁଗତଙ୍କ ଶୀତଳ ଯୁଦ୍ଧ ଆଗକୁ କେଉଁ ଆଡେ ଯାଉଛି ତାହା ଉପରେ ନଜର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories