Videos
|
Politics

West Bengal Bypoll 2026 / ଉପନିର୍ବାଚନକୁ ନେଇ ଚ୍ୟାଲେଞ୍ଜ ଦେଲେ ମୁଖ୍ୟମନ୍ତ୍ରୀ; କହିଲେ 'କାହା ସହିତ ଅଛ ତାହା ପ୍ରମାଣ କରି ଦେଖାଅ'

Subhramjit Ray
Browse all articles by Subhramjit Ray
·1 hour ago·2 min read
ଉପନିର୍ବାଚନକୁ ନେଇ ଚ୍ୟାଲେଞ୍ଜ ଦେଲେ ମୁଖ୍ୟମନ୍ତ୍ରୀ; କହିଲେ 'କାହା ସହିତ ଅଛ ତାହା ପ୍ରମାଣ କରି ଦେଖାଅ'
West Bengal Bypoll 2026

Key Points

ପଶ୍ଚିମବଙ୍ଗର ୨ ବିଧାନସଭା ଆସନ ନନ୍ଦିଗ୍ରାମ ଏବଂ ନାୱଦା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି।
ଆସନ୍ତା ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନରେ ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଯାହାକୁ ନେଇ ଏବେ ସରଗରମ ହୋଇଉଠିଛି ପଶ୍ଚିମବଙ୍ ରାଜନୀତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର (ସେପ୍ଟମ୍ବର ୧୫) ଦିନ ବିଜେପି ପ୍ରାର୍ଥୀ ହସିରାଣୀ ରଥଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ତାଙ୍କର ପାରମ୍ପରିକ ଗଡ଼ ନନ୍ଦିଗ୍ରାମ ବିଧାନସଭା ଆସନରେ ପହଞ୍ଚିଥିଲେ। ଉପନିର୍ବାଚନ ସମୟରେ, ସେ ମୁସଲିମ ମତଦାତାଙ୍କୁ ପଚାରିଥିଲେ ଯେ ସେମାନେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନରେ ​​ବିଜେପି ସରକାରଙ୍କୁ ସମର୍ଥନ କରିବେ ନା ନାହିଁ। ସେ କହିଥିଲେ ଯେ ସେମାନଙ୍କୁ ଏହି ପ୍ରଶ୍ନର ଉତ୍ତର ସେମାନଙ୍କ ଭୋଟ ମାଧ୍ୟମରେ ଦେବାକୁ ହେବ।

ମୁସଲିମ ମତାଦାତଙ୍କୁ କ'ଣ କହିଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ?
ହସିରାଣୀ ରଥଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଦଳୀୟ କର୍ମୀଙ୍କ ସହିତ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ନନ୍ଦିଗ୍ରାମ ଆସନରେ ବିଜେପି, ଅଧିକ ଭୋଟ୍ ବ୍ୟବଧାନରେ ଜିତିବି। ଯାହାକୁ କେହି କେବେ କେହି କଳ୍ପନା କରି ପାରିନଥିବେ ତାହାଠାରୁ ଅଧିକ ବ୍ୟବଧାନରେ ଜିତିବ। ମୁସଲିମ ମତଦାତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅକ୍ଟୋବର ୬ ତାରିଖ ନିର୍ବାଚନ ସେମାନଙ୍କ ପାଇଁ ଏକ ପରୀକ୍ଷା। ଭୋଟର ସେମାନଙ୍କ ଭୋଟ ମାଧ୍ୟମରେ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ଠିଆ ହେବେ କି ନାହିଁ ତାହା ନିଷ୍ପତ୍ତି ନେବେ। ମୁସଲିମ ମତଦାତାଙ୍କୁ ସେ କହିଥିଲେ ଯେ ଯଦି ସେମାନେ ସରକାରଙ୍କ ସହିତ କାମ କରିବାକୁ ଚାହାଁନ୍ତି ଏବଂ ଏଥିରୁ ଲାଭ ପାଇବାକୁ ଚାହାଁନ୍ତି, ତାହେଲେ ସେମାନଙ୍କୁ ଉପନିର୍ବାଚନରେ ​​ସେମାନଙ୍କ ଭୋଟ ମାଧ୍ୟମରେ ଏହି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। "ପାସ୍ କିମ୍ବା ଫେଲ୍" ନିଷ୍ପତ୍ତି ମତାଦାତାଙ୍କ ନିଷ୍ପତ୍ତି ଉପରେ ଛାଡି ଦିଆଯିବା ଆବଶ୍ୟକ। ଉଭୟ ନନ୍ଦିଗ୍ରାମ ଏବଂ ରାଜନଗର ଆସନରେ ମୁସଲିମ ଭୋଟରଙ୍କ ସଂଖ୍ୟା ଅଧିକ ରହିଛି।

ଏହା ସହ ପଢନ୍ତୁ: କିଏ ଏହି ହସିରାଣୀ ରଥ? ଯିଏ ହେଲେ ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ?

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ବଙ୍ଗ ରାଜନୀତିରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ବିରୋଧି ଏହାକୁ ମୁସଲିମ ମତଦାତାଙ୍କ ପାଇଁ ଏକ ରାଜନୈତିକ ବାର୍ତ୍ତା ଭାବରେ ଦେଖୁଛନ୍ତି। ହେଲେ ଅନ୍ୟପଟେ ଶାସକ ବିଜେପି ଏହାକୁ ଏକ ନିର୍ବାଚନୀ ଆବେଦନ ଏବଂ ସମର୍ଥନ ବୃଦ୍ଧି ରଣନୀତି ଭାବରେ ଉପସ୍ଥାପନ କରୁଛି। ଯାହାର ଫଳସ୍ୱରୂପ, ଅକ୍ଟୋବର ୬ ତାରିଖ ନିର୍ବାଚନକୁ ଏବେ ରାଜନୈତିକ ଦୃଷ୍ଟିରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

କାହିଁକି ଅନୁଷ୍ଠିତ ହେଉଛି ଉପନିର୍ବାଚନ?
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦିଗ୍ରାମ ବିଧାନସଭା ଆସନ ଏବଂ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଉଭୟ ​​ନନ୍ଦିଗ୍ରାମ ଏବଂ ଭବାନୀପୁର ଆସନରୁ ବାଜିମାତ କରିଥିଲେ। ହେଲେ, ସେ ଭବାନୀପୁର ଆସନ ବଜାୟ ରଖିଥିଲେ ଏବଂ ନନ୍ଦିଗ୍ରାମ ଆସନରୁ ଇସ୍ତଫା ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ​​ନନ୍ଦିଗ୍ରାମ ଆସନରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ, ମୁଖ୍ୟମନ୍ତ୍ରୀ ଅଧିକାରୀ ପାଖାପାଖି ୨୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ନନ୍ଦିଗ୍ରାମ ଉପନିର୍ବାଚନକୁ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି; କିଏ ହେବେ ବିଜେପି ପ୍ରାର୍ଥୀ

ଆମ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁନ କବୀର ରେଜିନଗର ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ସେ ନାୱଦା ଏବଂ ରେଜିନଗର ଆସନରେ ମଧ୍ୟ ବିଜୟୀ ହୋଇଥିଲେ। ହେଲେ ପରେ ସେ ରେଜିନଗର ଆସନରୁ ଇସ୍ତଫା ଦେଇଥିବା ବେଳେ ନାୱଦା ଆସନ ବଜାୟ ରଖିଥିଲେ। ଯାହା ରେଜିନଗର ଆସନରେ ଉପନିର୍ବାତନ ଉପନିର୍ବାଚନ ଆବଶ୍ୟକ ହୋଇପଡ଼ିଛି।