West Bengal CM Suvendu Adhikari / କୁଆଡ଼େ ଗଲେ 'ପୁଷ୍ପା'? ଯାହାଙ୍କୁ ସିଂଘମ୍ ଙ୍କ ପରେ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ
·1 day ago·3 min read

Key Points
ଫଲଟା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଙ୍କୁ ଟାର୍ଗେଟ କରିଥିଲେ। ୟୁପି କ୍ୟାଡ଼ର ଦବଙ୍ଗ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ହୋଇଥିବା "ପୁଷ୍ପା ବନାମ ସିଂଘମ" ବିବାଦ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ତଥାକଥିତ ଟିଏମସି "ପୁଷ୍ପା" ଆଉ ଦେଖାଯାଉ ନାହାଁନ୍ତି।
TMC Leader Jahangir Khan Pushpa: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇସାରିବା ପରେ ଏବେ ଚର୍ଚ୍ଚାକୁ ଆସିଛି ରାଜ୍ୟର ଫାଲଟା ଆସନ। କାରଣ ଏହି ନିର୍ବାଚନମଣ୍ଡଳୀରେ ଆସନ୍ତା ଗୁରୁବାର (ମେ ୨୧) ହେବାକୁ ଯାଉଛି ମତଦାନ। ଏବେ ଫାଲଟା ଆସନରେ ମତଦାନ ହେବାକୁ ଯାଉଥିବା ବେଳେ ବିଭିନ୍ନ ଦଳ ସେମାନଙ୍କର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବାରେ ଲାଗିପଡ଼ିଛନ୍ତି।
ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହେବା ଅବସରରେ ସେ ଫଲଟା ଆସନର ଟିଏମସି ପ୍ରାର୍ଥୀ ପ୍ରାର୍ଥୀ ଜାହାଙ୍ଗୀର ଖାନ୍ ଓରଫ୍ "ପୁଷ୍ପା" ଙ୍କ ବିରୋଧରେ ବର୍ଷିଥିଲେ। ଫାଲଟା ଆସନର ଦଳୀୟ (ବିଜେପି) ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କ ସମର୍ଥନରେ ଏକ ବିଶାଳ ରାଲି କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଟିଏମସି ସରକାରଙ୍କ ଅମଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା, ନିର୍ବାଚନୀ ହିଂସା ଏବଂ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଫାଲଟା ଗସ୍ତରେ ଆସିଛନ୍ତି ଶୁଭେନ୍ଦୁ ଅଧିକାରୀ। ଏଠାରେ ସେ ତାଙ୍କର ପ୍ରଥମ ବଡ଼ ରାଲି କରିଥିଲେ। ଯେଉଁଠି ସେ ପ୍ରଚାର କରିବା ବେଳେ ଟିଏମସି ବିରୋଧରେ ବର୍ଷିଥିଲେ।
ଯଦି ଟିଏମସି ପ୍ରାର୍ଥୀ "ପୁଷ୍ପା" ତାହେଲେ ତାହା କଥା ମୁଁ ବୁଝିବି: ଶୁଭେନ୍ଦୁ ଅଧିକାରୀ
ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କ ପାଇଁ ରାଲି କରିବା ସମୟର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଓରଫ୍ "ପୁଷ୍କା" କୁ ଟାର୍ଗେଟ କରିଥିଲେ। ଟିଏମସି ପ୍ରାର୍ଥୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ "ପୁଷ୍ପା" କୌଣସି ସାଧାରଣ ରାଜନୈତିକ ବ୍ୟକ୍ତି ନୁହେଁ ବରଂ ଜଣେ କୁଖ୍ୟାତ ଅପରାଧି। ୨୦୧୯ ନିର୍ବାଚନ ପରେ ହୋଇଥିବା ହିଂସା ପରେ ଜାତୀୟ ମାନବାଧିକାର କମିଶନ ପଶ୍ଚିମବଙ୍ଗର ଯେଉଁ ୧୯ ଜଣ କୁଖ୍ୟାତ ଅପରାଧିଙ୍କ ତାଲିକା ପ୍ରକାଶ କରିଥିଲେ ତାହା ମଧ୍ୟରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନାଁ ରହିଥିଲା। ଯିଏ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଜ ସଂରକ୍ଷଣରେ ବଢିଥିଲା। ଏବେ ସେହି ତଥାକଥିତ "ପୁଷ୍ପା" କୁ ମୋ ଉପରେ ଛାଡିଦିଅ। ଯିଏ ଏବେ ଅଦୃଶ୍ୟ ହୋଇଯାଇଛି। ଏବେ "ପୁଷା" ଦାୟିତ୍ୱ ମୋର। ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ରାଲିରେ ସାମିଲ ହୋଇଥିବା ବିଜେପି ସମର୍ଥକ ଜୋରଦାର ସ୍ଲୋଗାନ ଦେଇଥିଲେ।
ଏହା ସହ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ ଧମକ; ଉଠାଇନେଲା ଏସଟିଏଫ ସାଇବର ସେଲ୍
ପୁଷ୍ପା-ସିଂଘମ୍ ବିବାଦ କ'ଣ?
ଫଲଟା ଆସନରେ ମତଦାନ ଚାଲିଥିବା ସମୟରେ ମତାଦାତାଙ୍କୁ ଭୟଭୀତ କରିବା ଏବଂ ଇଭିଏମ ଟ୍ୟାମ୍ପରିଂ ହୋଇଥିବାର ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଏବଂ ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମା, ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ଏହା ପରେ ଟିଏମସି ପ୍ରାର୍ଥୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲା ଯେ ଯଦି ସେ (ଆଇପିଏସ ଅଜୟ ପାଲ ଶର୍ମା) "ସିଂଘମ", ତାହେଲେ ମୁଁ ହେଉଛି "ପୁଷ୍ପା"। ଯିଏ କେବେ ମୁଣ୍ଡ ନୂଆଁଇବ ନାହିଁ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ଏହି ବିବୃତ୍ତି ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇ କହିଛନ୍ତି ଯେ ବର୍ତ୍ତମାନ ସେହି ତଥାକଥିତ "ପୁଷ୍ପା" ଆଉ ଦେଖାଯାଉନାହିଁ। ମୁଖ୍ୟମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ନିର୍ବାଚିତ କରି ଗଣତାନ୍ତ୍ରିକ ଅଧିକାରର ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଫାଲଟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ଘୋଷଣା
ତାଙ୍କ ଭାଷଣ ଶେଷରେ ମୁଖ୍ୟମନ୍ତ୍ରୀ ଅଧିକାରୀ ଫଲଟା ଅଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଲୋକେ ତାଙ୍କୁ କେବଳ କ୍ଷମତା ଗ୍ରହଣ କରିବା ପାଇଁ ନୁହେଁ ବରଂ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ନିର୍ବାଚିତ କରିଛନ୍ତି। ବିଜେପି ସରକାର ରାଜ୍ୟରେ ଆଇନର ଶାସନ ବଜାୟ ରଖିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଫଲଟା ଆସନରେ କାହିଁକି ହେଉଛି ପୁନର୍ବାର ନିର୍ବାଚନ?
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଗତ ଅପ୍ରେଲ ୨୯ ତାରିଖରେ ଫଲଟା ନିର୍ବାଚନମଣ୍ଡଳୀରେ ହୋଇଥିଲା ଭୋଟ ଗ୍ରହଣ। ହେଲେ ପରେ ନିର୍ବାଚନ କମିଶନ ଏହି ଆସନରେ ଗୁରୁତର ଅନିୟମିତତା ହୋଇଥିବାର ଅଭିଯୋଗ ପାଇବା ପରେ ଏଠାରେ ନିର୍ବାଚନକୁ ବାତିଲ କରି ଦେଇଥିଲେ। ଏନେଇ ନିର୍ବାଚନ ଆୟୋଗଙ୍କ କହିବା କଥା ଯେ ଭୋଟିଂ ସମୟରେ ଇଭିଏମ୍ ଟ୍ୟାମ୍ପରିଂ କରିବା ମତାଦାତାଙ୍କୁ ଧମକାଇବା ଏବଂ ବୁଥ୍ ଜବର ଦଖଲ କରାଯିବା ଭଳି ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଉପରେ କାର୍ଯ୍ୟାମନୁଷ୍ଠାନ ଗ୍ରହଣ କରି ଆସନ୍ତା ମେ ୨୧ ତାରିଖ ଗୁରୁବାର ଫାଲଟା ଆସନରେ ପୁନର୍ବାର ମତଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନିର୍ବାଚନ ଆୟୋଗ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories