Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତାମିଲନାଡୁରେ ସରକାର ଗଢିପାରିବେ ତ ବିଜୟ ? ଶପଥ ନେଇ ଦ୍ଵନ୍ଦ୍ଵ; ମିଳୁନି ୨ ବିଧାୟକଙ୍କ ସମର୍ଥନ

Politics

TN Govt Confusion / ତାମିଲନାଡୁରେ ସରକାର ଗଢିପାରିବେ ତ ବିଜୟ ? ଶପଥ ନେଇ ଦ୍ଵନ୍ଦ୍ଵ; ମିଳୁନି ୨ ବିଧାୟକଙ୍କ ସମର୍ଥନ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ତାମିଲନାଡୁରେ ସରକାର ଗଢିପାରିବେ ତ ବିଜୟ ? ଶପଥ ନେଇ ଦ୍ଵନ୍ଦ୍ଵ; ମିଳୁନି ୨ ବିଧାୟକଙ୍କ ସମର୍ଥନ
TN Govt Confusion

Key Points

ନୂଆ ସରକାର ଗଠନ ପୂର୍ବରୁ ତାମିଲନାଡୁରେ ହାଇଡ୍ରାମା
ଆବଶ୍ୟକ ବହୁମତରୁ ଏବେ ବି ୨ ବିଧାୟକ କମ ଅଛନ୍ତି
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରିବେନି ବିଜୟ
ତାମିଲନାଡୁରେ ନୂଆ ସରକାର ଗଠନକୁ ନେଇ ଜାରି ରହିଛି ସସପେନ୍ସ । ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନି । ୨୦୨୬ ନିର୍ବାଚନରେ ଏକକ ବହୁମତ ପାଇବା ସତ୍ତ୍ଵେ ସରକାର ଗଢିବାକୁ ଅସମର୍ଥ ବିଜୟ । ପାଖରେ ନାହିଁ ସଂଖ୍ୟାଗରିଷ୍ଠତା । ୧୦୮ ଆସନ ଜିତିଥିବା ବିଜୟଙ୍କ ଦଳ ତାମିଲଗା ଭେଟ୍ରି କାଝାଗମ (TVK) କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଠାରୁ ସମର୍ଥନ ପାଇବା ପରେ ମଧ୍ୟ ସରକାର ଗଠନ ପାଇଁ ଏବେ ବି ଆବଶ୍ୟକ ବହୁମତରୁ ଦୁଇ ବିଧାୟକ କମ୍ ଅଛନ୍ତି ।

ଗତକାଲି (ଶୁକ୍ରବାର) ବିଜୟଙ୍କ ନିକଟରେ ବହୁମତ ମିଳିଥିବାବେଳେ ସେ ସରକାର ଗଢିବେ ବୋଲି କୁହାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ତାମିଲନାଡୁ ରାଜନୀତି ଏକ ନୂଆ ମୋଡ଼ ନେଇଛି । କାରଣ ଶେଷ ମୁହୂର୍ତ୍ତରେ ବିଦୁଥଲାଇ ଚିରୁଥାଇଗଲ କାଚି (ଭିସିକେ)ର ଏକ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପତ୍ରକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଯାବତ VCK ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ବିଧିବଦ୍ଧ ସମର୍ଥନ ପତ୍ର ପ୍ରଦାନ କରିନାହିଁ । ଏଥିଲାଗି ପୁଣି ବିଳମ୍ବ ହୋଇଛି ତାମିଲନାଡୁରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ଆର୍ଲେକର ଏବେ ବି VCKଠାରୁ ସମର୍ଥନର ଆନୁଷ୍ଠାନିକ ଚିଠି ଅପେକ୍ଷା କରିଛନ୍ତି ।

  • ବିଜୟଙ୍କ ନିକଟରେ ୧୧୬ ବିଧାୟକଙ୍କ ସମର୍ଥନ
ଟିଭିକେ ମୁଖ୍ୟ ବିଜୟ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ୧୧୬ ବିଧାୟକଙ୍କ ଦସ୍ତଖତ ଦାଖଲ କରିଥିଲେ, ଯାହା ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ ଦୁଇ ଜଣ କମ୍ ଥିଲା । ପୂର୍ବରୁ, VCK ବିଜୟଙ୍କ TVKକୁ ସମର୍ଥନ କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ବିଜୟ ଶନିବାର ସକାଳ ୧୧ଟାରେ ଶପଥ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା ।

  • ମିଳୁନି VCK ମୁଖ୍ୟଙ୍କ ପତ୍ତା
ସୂତ୍ର ଅନୁସାରେ ଟିଭିକେ ନେତାମାନେ ଭିସିକେ ମୁଖ୍ୟ ଥୋଲ ଥିରୁମାଭାଲାଭାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ପତ୍ତା ମିଳୁନାହିଁ । ରାଜଭବନ ସୂତ୍ର ଅନୁସାରେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଭିସିକେଙ୍କ ଆନୁଷ୍ଠାନିକ ସମର୍ଥନ ପତ୍ର ପାଇବା ପରେ ହିଁ ଶପଥ ଗ୍ରହଣ ଉତ୍ସବ ଘୋଷଣା କରିବ । ସୂତ୍ର ଅନୁସାରେ ଦଳ ଶନିବାର ଟିଭିକେକୁ ସମର୍ଥନ କରିବା ନେଇ ନିଷ୍ପତ୍ତି ନେବ ।

  • ୩ ଥର ରାଜଭନବ ଚକ୍କର କାଟିଲେଣି ବିଜୟ
ବିଜୟ ପୂର୍ବରୁ ଦୁଇ ଥର ରାଜ୍ୟପାଳଙ୍କୁ ଭେଟିବା ସମୟରେ ତାଙ୍କୁ ବହୁମତ ପ୍ରମାଣ ଦେଖାଇବାକୁ କୁହାଯାଇଥିଲା । କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ପକ୍ଷରୁ ଗତକାଲି ସମର୍ଥନ ମିଳିଥିଲା । ଏହାପରେ ଶୁକ୍ରବାର ରାତିରେ ବିଜୟ ରାଜ୍ୟପାଳଙ୍କ ନିକଟକୁ ତାଙ୍କର ତୃତୀୟ ଗସ୍ତ କରିଥିଲେ । ହେଲେ ଭିସିକେ ନିଜର ଆନୁଷ୍ଠାନିକ ସମର୍ଥନ ପତ୍ର ଦେଇନଥିବାରୁ ପୁଣି ଦ୍ଵନ୍ଦ୍ଵରେ ଟିଭିକେ । ଏଠାରେ କହିରଖୁଛୁ କି, VCK, CPI ଏବଂ CPI(M) ପୂର୍ବରୁ DMKର ସହଯୋଗୀ ଥିଲେ ।

ପଢନ୍ତୁ ଏହି ଖବର: ତାମିଲନାଡୁ ରାଜନୀତିରେ ହଟଚମଟ; TVKର ସବୁ ବିଧାୟକ ଇସ୍ତଫା ଦେବାକୁ ଦେଲେ ଚେତାବନୀ

ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ​​ଟିଭିକେ ଏକ ଚମତ୍କାର ପ୍ରଦର୍ଶନ କରି ୧୦୮ଟି ଆସନ ଜିତିଛି, କିନ୍ତୁ ୨୩୪ ସଦସ୍ୟ ବିଶିଷ୍ଟ ଗୃହରେ ବହୁମତ ସଂଖ୍ୟାଗରିଷ୍ଠତା ସଂଖ୍ୟାରୁ କମରେ ଅଛି । ଅଭିନେତା ତଥା ରାଜନେତା ବିଜୟ ପେରାମ୍ବୁର ଏବଂ ତିରୁଚିରାପାଲି ପୂର୍ବ ଆସନରୁ ଜିତିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay CM Oath Ceremony Faces Delay Amid Majority Confusion | Argus News