Tamil Nadu Politics / ତାମିଲନାଡୁ ରାଜନୀତିରେ ହଟଚମଟ; TVKର ସବୁ ବିଧାୟକ ଇସ୍ତଫା ଦେବାକୁ ଦେଲେ ଚେତାବନୀ
·1 week ago·2 min read

Key Points
ତାମିଲନାଡୁ ରାଜନୀତିରେ ସରକାର ଗଠନକୁ ନେଇ ବଢୁଛି ସସପେନ୍ସ
DMK ଓ AIADMK ଏକାଠି ହେବା ନେଇ ଚର୍ଚ୍ଚା ଜୋର୍
TVKର ସବୁ ବିଧାୟକ ଇସ୍ତଫା ଦେବାକୁ ଦେଲେ ଚେତାବନୀ

ତାମିଲନାଡୁ ରାଜନୀତିରେ ନୂଆ ଟୁଇଷ୍ଟ । ସରକାର ଗଠନକୁ ନେଇ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏବେ DMK ଏବଂ AIADMK ଏକାଠି ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏପରି ସ୍ଥିତିରେ TVK (ତାମିଲଗା ଭେଟ୍ରି କାଝାଗାମ)ର ୧୦୮ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି । ଟିଭିକେ ଏକକ ବହୁମତ ହାସଲ କରିଥିଲେ ସୁଦ୍ଧା ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇପାରିନାହିଁ । ଏଥିଲାଗି ଟିଭିକେକୁ ନୂଆ ସରକାର ଗଢିବାକୁ ତାମିଲନାଡୁ ରାଜ୍ୟପାଳ ଅନୁମତି ଦେଇନାହାନ୍ତି । ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ପରେ ହିଁ ସରକାର ଗଠନ କରିବ ବୋଲି କହିଛନ୍ତି ରାଜ୍ୟପାଳ ।
TVK ପାଖରେ ୧୦୮ ଆସନ ଥିବା ବେଳେ ସରକାର ଗଠନ ପାଇଁ ୧୧୮ ଆସନର ଆବଶ୍ୟକତା ରହିଛି । କଂଗ୍ରେସର ୫ଟି ସମର୍ଥନ ପରେ ମଧ୍ୟ TVK ମ୍ୟାଜିକ୍ ନମ୍ବରଠାରୁ ଦୂରରେ ରହିଛି । ଅନ୍ୟପଟେ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବା ପାଇଁ AIADMK ସମସ୍ତଙ୍କୁ ପୁଡୁଚେରୀର ଏକ ହୋଟେଲରେ ରଖିଛି । CPI, CPM ଏବଂ ଅନ୍ୟ ଛୋଟ ଆଞ୍ଚଳିକ ଦଳମାନେ ଆଜି ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି । AIADMK ମୁଖପାତ୍ର କୋଭାଇ ସାଥିୟାନ କହିଛନ୍ତି ଯେ, TVK ଏକାକୀ ସରକାର ଗଢ଼ିବା ସମ୍ଭବ ନୁହେଁ । କଂଗ୍ରେସ ଏପରି ଏକ ଜାହାଜରେ ଗାତ ଖୋଳିଛି ଯାହା ଶୀଘ୍ର ବୁଡ଼ିବା ନିଶ୍ଚିତ । କଂଗ୍ରେସ ଟିଭିକେକୁ ସମର୍ଥନ ଦେବା ପରେ ଏହାକୁ ଉଭୟ DMK ଏବଂ AIADMK ବିଶ୍ଵାସଘାତକତା ବୋଲି କହିଛନ୍ତି ।
ପଢନ୍ତୁ ଏହି ଖବର: ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ; ବିଜୟଙ୍କ ପାଖରେ କଣ ଅଛି ବିକଳ୍ପ ?

- ଆକ୍ଟିଭ୍ ମୋଡରେ DMK
ପଢନ୍ତୁ ଏହି ଖବର: ତାମିଲନାଡୁରେ ସରକାର ଗଠନ ନେଇ ସସପେନ୍ସ; ବିଜୟଙ୍କ ପାଖରେ କଣ ଅଛି ବିକଳ୍ପ ?
- ଚେନ୍ନାଇ ନ ଛାଡ଼ିବାକୁ ବିଧାୟକଙ୍କୁ କହିଛି DMK
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories