Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୋଟିଏ ପରିବାର, ୨ଟି ବିଧାନସଭା, ୩ଟି ପାର୍ଟି; ଏବେ ସମସ୍ତେ ଯିବେ ବିଧାନସଭା

Politics

3 MLAs one family / ଗୋଟିଏ ପରିବାର, ୨ଟି ବିଧାନସଭା, ୩ଟି ପାର୍ଟି; ଏବେ ସମସ୍ତେ ଯିବେ ବିଧାନସଭା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗୋଟିଏ ପରିବାର, ୨ଟି ବିଧାନସଭା, ୩ଟି ପାର୍ଟି; ଏବେ ସମସ୍ତେ ଯିବେ ବିଧାନସଭା
3 MLAs one family

Key Points

ଏଥର ନିର୍ବାଚନରେ ଅନେକଙ୍କ ଭାଗ୍ୟ ଚମକିଛି
ତାମିଲନାଡୁରେ ଗୋଟିଏ ପରିବାରର ୩ଜଣ ଜିତିଲେ
ସ୍ତ୍ରୀ-ପୁଅ-ଜ୍ଵାଇଁ ସମସ୍ତେ ଯିବେ ବିଧାନସଭା
ଏଥର ତାମିଲନାଡୁ ନିର୍ବାଚନରେ ​​ଏକ ପରିବାରରେ ଘଟିଛି ଚମତ୍କାର ଘଟଣା । କୋଟି କୋଟି ଟଙ୍କାର ମାଲିକ ସାଣ୍ଟିଆଗୋ ମାର୍ଟିନଙ୍କ ପରିବାରରେ ଲାଗିଛି ଲଟେରୀ । ୪ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ ମାର୍ଟିନଙ୍କ ଜ୍ୱାଇଁ ଆଡଭା ଅର୍ଜୁନ, ପତ୍ନୀ ଲିମା ମାର୍ଟିନ୍ ଏବଂ ପୁଅ ଜୋସ୍ ଚାର୍ଲ୍ସ ମାର୍ଟିନ୍ ତାମିଲନାଡୁ ଏବଂ ପୁଡୁଚେରୀ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିଛନ୍ତି । ଏହି ପରିବାରର ୩ ଜଣ ହୋଇଛନ୍ତି ବିଧାୟକ ।

ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଅଭିନେତା ଥାଲାପତି ବିଜୟଙ୍କ ଦଳ ଟିଭିକେ ୨୩୪ ଆସନରୁ ୧୦୭ ଆସନ ଜିତିଛି । ଦୁଇ ବର୍ଷ ପୂର୍ବେ ଗଠିତ ଏହି ଦଳ ତାମିଲନାଡୁର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ଏହି ଦକ୍ଷିଣ ରାଜ୍ୟରେ ପ୍ରଭାବ ବିସ୍ତାର କରିଥିବା ପୁରୁଣା ଦଳ DMK ଏବଂ AIADMK ଏବେ ମାଟି କାମୁଡିଛନ୍ତି । DMK ୬୦ ଆସନ ପାଇଛି ଏବଂ AIADMK ୪୭ ଆସନରେ ଜିତିଛି ।

  • ଲଟେରୀ କିଙ୍ଗର ମାଲିକ ସାଣ୍ଟିଆଗୋ ମାର୍ଟିନ୍
ସାଣ୍ଟିଆଗୋ ମାର୍ଟିନ୍‌ଙ୍କ ଜ୍ୱାଇଁ ଆଦବ ଅର୍ଜୁନ ରେଡ୍ଡୀ ବିଜୟଙ୍କ TVK ଦଳର ସବୁଠାରୁ ବିଶ୍ୱସ୍ତ ନେତାମାନଙ୍କ ମଧ୍ୟରୁ ଜଣେ । ସେ ଭିଲିଭାକ୍କମ୍ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୭,୦୦୦ ଭୋଟର ବିପୁଳ ବ୍ୟବଧାନରେ ଜିତିଛନ୍ତି । ଆଦବ ଅର୍ଜୁନ ସାଣ୍ଟିଆଗୋ ମାର୍ଟିନଙ୍କ ଝିଅ ଡେଜି ମାର୍ଟିନଙ୍କୁ ବିବାହ କରିଥିଲେ । ସେ ଟିଭିକେର ସାଧାରଣ ସମ୍ପାଦକ ଦାୟିତ୍ଵରେ ବି ଅଛନ୍ତି । ମାର୍ଟିନଙ୍କ ପତ୍ନୀ ଲିମା ମଧ୍ୟ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଲାଲଗୁଡ଼ି ଆସନରୁ ନିର୍ବାଚନ ଲଢି ବିଜୟିନୀ ହୋଇଛନ୍ତି । ଲିମା ଏଆଇଏଡିଏମ୍‌କେ ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରି ଡିଏମ୍‌କେ ଏବଂ ଟିଭିକେକୁ ପରାସ୍ତ କରି ୨୫୦୦ ଭୋଟ୍‌ରେ ଜିତିଛନ୍ତି ।

  • ନିର୍ବାଚନରେ ​​ଉତ୍କୃଷ୍ଟ ପ୍ରଦର୍ଶନ
ସାଣ୍ଟିଆଗୋଙ୍କ ପୁଅ ଜୋସ୍ ଚାର୍ଲ୍ସ ମାର୍ଟିନଙ୍କର ନିଜସ୍ୱ ଦଳ ଲଚ୍ଛିଆ ଜନନାୟକ କାଚ୍ଚି ପାର୍ଟି ଅଛି, ଯାହା ଏନଡିଏର ଏକ ସହଯୋଗୀ ଦଳ । ଜୋସ୍ ମାର୍ଟିନଙ୍କ ଦଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ​​ଦୁଇଟି ଆସନ ମଧ୍ୟରୁ ଗୋଟିଏ ଜିତିଛି । ଜୋସ୍ ଡିସେମ୍ବରରେ ଏହି ଦଳ ଗଠନ କରିଥିଲେ । ଜୋସ୍ କାମରାଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ୧୦,୨୦୫ ଖଣ୍ଡ ଭୋଟରେ ନିର୍ବାଚନ ଜିତିଛନ୍ତି ।

ପଢନ୍ତୁ ଏହି ଖବର: ତାମିଲନାଡୁ ନା ପଶ୍ଚିମବଙ୍ଗ; କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ଦରମା ଦିଅନ୍ତି ସରକାର ?

  • କମ୍ପାନୀର କାରବାର ପ୍ରାୟ ୧୫ ହଜାର କୋଟି
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଟେରୀ କିଙ୍ଗ ଭାବରେ ଜଣାଶୁଣା ସାଣ୍ଟିଆଗୋ ମାର୍ଟିନଙ୍କ ପାଖରେ ଫ୍ୟୁଚର୍ ଗେମିଂ ନାମକ ଏକ କମ୍ପାନୀ ଅଛି । ମାର୍ଟିନ ପରିବାରର ମୋଟ ସମ୍ପତ୍ତି ପ୍ରାୟ ₹୪,୧୫୦ କୋଟି । ଲଟେରୀ ବ୍ୟବସାୟରେ ସେମାନଙ୍କ କମ୍ପାନୀର ବାର୍ଷିକ କାରବାର ପ୍ରାୟ ₹୧୫,୦୦୦ କୋଟି ବୋଲି ଜଣାପଡ଼ିଛି । ସାଣ୍ଟିଆଗୋଙ୍କ ପତ୍ନୀ ଲିମାଙ୍କ ପାଖରେ କେବଳ ₹୧,୦୦୦ କୋଟି ମୂଲ୍ୟର ସମ୍ପତ୍ତି ଅଛି । ତାଙ୍କ ଦଳ ୨୦୧୯ରୁ ୨୦୨୪ ମଧ୍ୟରେ ପ୍ରାୟ ₹୧,୩୬୮ କୋଟି ମୂଲ୍ୟର ନିର୍ବାଚନୀ ବଣ୍ଡ୍ କିଣିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Three MLAs from One Family won Election in Tamil Nadu | Argus News