Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"

Politics

TMC Pushpa moves Calcutta HC / ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"

Subhramjit Ray
Browse all articles by Subhramjit Ray
·1 day ago·2 min read
ଘାରିଲା ଗିରଫଦାରୀ ଭୟ; କୋର୍ଟ ଶରଣରେ 'ପୁଷ୍ପା"
TMC Pushpa Jahangir Khan

Key Points

ଫାଲଟା ଆସନରେ ମତଦାନ ହେବା ପୂର୍ବରୁ କଲିକତା ହାଇକୋର୍ଟଙ୍କ ଶରଣକୁ ଚାଲି ଯାଇଛନ୍ତି ଟିଏମସି "ପୁଷ୍ପା"।
Jahangir Khan moves Calcutta HC: ପଶ୍ଚିମବଙ୍ଗର ଫଲଟା ଆସନରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି
ତଥାକଥିତ "ପୁଷ୍ପା" ତଥା ଫାଲାଟା ଆସନର ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ। ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଗ୍ରହଣ କରାଯିବାକୁ ରହିଥିବା ଯେକୌଣସି କାର୍ଯ୍ୟାନୁଷ୍ଠାନରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସେ କଲିକତା ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ବିରୋଧରେ ବାରମ୍ବାର ଅପରାଧିକ ମାମଲା ରୁଜୁ କରାଯାଉଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧିକାରୀଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଚେତାବନୀ ପରେ ଏବେ କଲିକତା ହାଇକୋର୍ଟଙ୍କ ଶରଣକୁ ଚାଲି ଯାଇଛନ୍ତି ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ। ନିକଟରେ ଫଲଟା ଆସନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ତଥାକଥିତ "ପୁଷ୍ପା" ତଥା ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ସମ୍ପର୍କର ଉଲ୍ଲେଖ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜେ "ପୁଷ୍ପା" ସହ ଜଡ଼ିତ ମାମଲାକୁ ବ୍ୟକ୍ତିଗତ ଭାବରେ ପରିଚାଳନା କରିବେ ବୋଲି ଚେତାବନୀ ଦେଇଥିଲେ।

ଏହା ସହ ପଢନ୍ତୁ: କୁଆଡ଼େ ଗଲେ 'ପୁଷ୍ପା'? ଯାହାଙ୍କୁ ସିଂଘମ୍ ଙ୍କ ପରେ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଚେତାବନୀ ଦେବାର ୨ ଦିନ ପରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ଏବେ କଲିକତା ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ମାମଲାରେ ତାଙ୍କ ଓକିଲ କିଶୋର ଦତ୍ତ, ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ କୋର୍ଟକୁ ଯାଇ ତୁରନ୍ତ ତାଙ୍କ ମହକିଲଙ୍କ ଆବେଦନ ଉପରେ ଶୁଣାଣି କରିବା ପାଇଁ ନିବେଦନ କରିଛନ୍ତି। ଜାହାଙ୍ଗୀର ଖାନଙ୍କ ଓକିଲ କିଶୋର ଦତ୍ତ ତାଙ୍କ ମହକିଲଙ୍କ ବିରୋଧରେ ଦାଏର ହୋଇଥିବା ସମସ୍ତ ମାମଲା ପ୍ରକାଶ କରିବା ସହିତ ତାଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବା ପାଇଁ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ଜଷ୍ଟିସ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସେ ଦିନକ ପରେ ଏହି ମାମଲାର ଶୁଣାଣି କରିବେ। ପଶ୍ଚିମବଙ୍ଗର ପୂର୍ବତନ ଆଡ଼ଭୋକେଟ୍ ଜେନେରାଲ କିଶୋର ଦତ୍ତ କୋର୍ଟରେ ତାଙ୍କ ଆବେଦନ ଦାଖଲ କରି କହିଛନ୍ତି ଯେ ତାଙ୍କ ମହକିଲ ତଥା ଜାହାଙ୍ଗୀର ଖାନ ଖାନ ଫଲଟା ନିର୍ବାଚନମଣ୍ଡଳୀରେ ଟିଏମସି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଯେଉଁଠାରେ ଗୁରୁବାର (ମେ ୨୧) ମତଦାନ ହେବାକୁ ଯାଉଥିବା ରବିବାର (ମେ ୨୪) ଭୋଟ ଗଣତି କରାଯିବ। 

ଫଲଟା ଆସନରେ କାହିଁକି ହେଉଛି ପୁନର୍ବାର ନିର୍ବାଚନ?
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଗତ ଅପ୍ରେଲ ୨୯ ତାରିଖରେ ଫଲଟା ନିର୍ବାଚନମଣ୍ଡଳୀରେ ହୋଇଥିଲା ଭୋଟ ଗ୍ରହଣ। ହେଲେ ପରେ ନିର୍ବାଚନ କମିଶନ ଏହି ଆସନରେ ଗୁରୁତର ଅନିୟମିତତା ହୋଇଥିବାର ଅଭିଯୋଗ ପାଇବା ପରେ ଏଠାରେ ନିର୍ବାଚନକୁ ବାତିଲ କରି ଦେଇଥିଲେ। ଏନେଇ ନିର୍ବାଚନ ଆୟୋଗଙ୍କ କହିବା କଥା ଯେ ଭୋଟିଂ ସମୟରେ ଇଭିଏମ୍ ଟ୍ୟାମ୍ପରିଂ କରିବା ମତାଦାତାଙ୍କୁ ଧମକାଇବା ଏବଂ ବୁଥ୍ ଜବର ଦଖଲ କରାଯିବା ଭଳି ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଉପରେ କାର୍ଯ୍ୟାମନୁଷ୍ଠାନ ଗ୍ରହଣ କରି ଆସନ୍ତା ମେ ୨୧ ତାରିଖ ଗୁରୁବାର ଫାଲଟା ଆସନରେ ପୁନର୍ବାର ମତଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ନିର୍ବାଚନ ଆୟୋଗ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Falta Re-Poll: TMC's Jahangir Khan Moves Calcutta HC for Protection | Argus News