Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

Abhishek Banerjee / ଅମିତ ଶାହଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ; ମୁସ୍କିଲରେ ଅଭିଷେକ ବାନାର୍ଜୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଅମିତ ଶାହଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ; ମୁସ୍କିଲରେ ଅଭିଷେକ ବାନାର୍ଜୀ
Abhishek Banerjee

Key Points

ଅଡୁଆରେ ମମତା ବାନାର୍ଜୀଙ୍କ ଲାଡଲା ଅଭିଷେକ
ଅମିତ ଶାହଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ
ଏବେ ଆକ୍ସନ ମୋଡରେ ବେଙ୍ଗଲର ଶୁଭେନ୍ଦୁ ସରକାର
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମାହୋଲ ଥିଲା ଗରମ । ଜୋରଦାର ହେଉଥିଲା ପ୍ରଚାର । ହେଲେ ଏଇଠି ସୀମା ପାର କରିଥିଲେ ମମତା ବାନାର୍ଜୀଙ୍କ ଲାଡଲା ଅଭିଷେକ ବାନାର୍ଜୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ । ଏପରିକି ଜନସଭାରେ ଅନେକ ପ୍ରବର୍ତ୍ତାଇବା ଏବଂ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ, ଯାହାକୁ ନେଇ ଏବେ ଆକ୍ସନ । ଏବେ ଅଭିଷେକଙ୍କ ବିରୋଧରେ ବିଧାନନଗର ସାଇବର ଅପରାଧ ଥାନାରେ ମାମଲା ରୁଜୁ ହୋଇଛି । ଫଳରେ ଏବେ ଅଡୁଆରେ ଅଭିଷେକ ବାନାର୍ଜୀ ।

ଏହି ଅଭିଯୋଗ ସାମାଜିକ କର୍ମୀ ରାଜୀବ ସରକାରଙ୍କ ଦ୍ଵାରା ମେ ୫ ତାରିଖରେ ହୋଇଥିଲା । ବାଗୁଇଆଟି ଥାନାରେ ଅଭିଯୋଗ ଦେବା ସମୟରେ ରାଜୀବ ସରକାର କହିଥିଲେ ଯେ ଅଭିଷେକ ନିର୍ବାଚନୀ ପ୍ରଚାର ସମୟରେ ଏକାଧିକ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ, ଏପିରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସିଧାସଳଖ ଧମକ ଦେଇଥିଲେ । ଏହାର ପ୍ରମାଣ ଦେବା ଲାଗି ଅଭିଯୋଗକାରୀ ଅଭିଷେକ ବାନାର୍ଜୀଙ୍କ ସେହି ଆପତ୍ତିଜନକ ଭାଷଣ ଦେଉଥିବାର ଅନେକ ଭିଡିଓ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

  • BNS ଆଧାରରେ ମାମଲା ରୁଜୁ
ରାଜୀବ ସରକାରଙ୍କ ଅଭିଯୋଗ ଓ ପ୍ରାରମ୍ଭିକ ଯାଞ୍ଚ ଆଧାରରେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି । ପୋଲିସ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ମୋଟ ୫ଟି ଗମ୍ଭୀର ଧାରାରେ ମାମଲା ରୁଜୁ କରିଛି । ଏଥିରେ ଭାରତୀୟ ଦଣ୍ଡ ସଂହିତା (BNS)ର ୩ଟି ଭିନ୍ନ ଭିନ୍ନ ଧାରା ଏବଂ ଏହାସହିତ ନିର୍ବାଚନୀ ଆଚାର ସଂହିତାର ନିୟମ ଉଲ୍ଲଙ୍ଘନ ଠାରୁ ଆରମ୍ଭ କରି ଜନପ୍ରତିନିଧିତ୍ଵ ଅଧିନିୟମ (Representation of the People Act)ର ଦୁଇଟି ଧାରା ଲାଗିଛି । ଏହି ମାମଲାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଥିବାବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ ।

ପଢନ୍ତୁ ଏହି ଖବର: ନନ୍ଦିଗ୍ରାମ ସିଟ୍ କାହିଁକି ଛାଡ଼ିଲେ ଶୁଭେନ୍ଦୁ ଅଧିକାରୀ ?

ସବ-ଇନ୍ସପେକ୍ଟର ସୋମନାଥ ସିଂହା ରୟଙ୍କୁ ତଦନ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଫଆଇଆର ବିଷୟରେ ପ୍ରତିକ୍ରିୟା ରଖି ବିଜେପି ନେତା ତଥା ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଦିଲୀପ ଘୋଷ କହିଛନ୍ତି, "ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ ଏବଂ ସେମାନଙ୍କ ନେତାମାନେ ବହୁ ଅତ୍ୟାଚାର କରିଛନ୍ ତି। ଭୟ ଯୋଗୁଁ ଲୋକମାନେ ସେତେବେଳେ ଅଭିଯୋଗ କରିନଥିଲେ । କିନ୍ତୁ, ସେମାନେ ଏବେ ଅଭିଯୋଗ କରିବାକୁ ପ୍ରସ୍ତୁତ ଏବଂ ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ପ୍ରସ୍ତୁତ ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored