BJP Stronghold Seats UP / ସେହି ବିଧାନସଭା ଆସନ; ଯେଉଁଠି ୨୦୨୭ ଲଢେଇରେ ଲଢିବାକୁ ଚାହୁଁନାହାଁନ୍ତି ସପା କିମ୍ବା କଂଗ୍ରେସ
·1 hour ago·3 min read

Key Points
ଉତ୍ତର ପ୍ରଦେଶରେ ଏପରି କିଛି ବିଧାନସଭା ଆସନ ରହିଛି ଯାହାକୁ ସମାଜବାଦୀ ପାର୍ଟି କିମ୍ବା କଂଗ୍ରେସ ଜିତିବା ଯୋଗ୍ୟ ବୋଲି ଭାବୁନାହାଁନ୍ତି। ଆସନ ବଣ୍ଟନ ଆଲୋଚନାରେ କୌଣସି ଦଳ ଏହି ଆସନଗୁଡ଼ିକୁ ନେବାକୁ ଚାହିଁବେ ନାହିଁ।
ଆସନ୍ତାବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ ମଧ୍ୟରେ ହେଉଛି ମେଣ୍ଟ। ଆଉ ଏବେ ଆସନ ଭାଗବଣ୍ଟାାକୁ ନେଇ ଉଭୟ ଦଳ ମଧ୍ୟରେ ଦୀର୍ଘ ସମୟ ଧରି ଛକାପଞ୍ଝା ଲାଗି ରହିଛି। ଆଗାମୀ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛିଛ। ହେଲେ ଉଭୟ ଦଳ ଏହା ପୂର୍ବରୁ ଆସନ ଭାଗଗଣ୍ଟା କରିବାକୁ ଚାହୁଁଛନ୍ତି। ଗୋଟିଏ ପଟେ କଂଗ୍ରେସ ଅଧିକରୁ ଅଧିକ ବିଜୟ ସମ୍ଭାବନା ରହିଥିବା ଆସନ ଦାବି କରୁଛି। ଅନ୍ୟପଟେ ସପା ବାରମ୍ବାର ଏକଥା ମନେ ପକାଇ ଦେଉଛି ଯେ କଂଗ୍ରେସ କେତେ ଆସନ ଜିତିପାରିବ। ଗତ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଲାଗି ଶହେରୁ ଅଧିକ ଆସନ ଛାଡି଼ବା ସପା ପାଇଁ ଏକ ଝଟକା ସଦୃଶ୍ୟ ରହିଥିଲା। କାରଣ କଂଗ୍ରେସ ୧୦୦ ରୁ ଅଧିକ ଆସନରେ ଲଢିଥିଲେ ମଧ୍ୟ କେବଳ ୭ ଆସନ ଜିତିଥିଲା। ହେଲେ ତଥାପି ଆସନ ବୁଝାମଣା ବିବାଦରେ ଏକ ସମସ୍ୟା ରହିଛି। ଯାହାକୁ ସମାଧାନ କରିବା ଅଧିକ କଷ୍ଟକର ହେବ।
ଏହି ପ୍ରସଙ୍ଗ ସେହି ଆସନ ସହିତ ଜଡିତ ଯାହାକୁ ସପା କିମ୍ବା କଂଗ୍ରେସ ଜିତିବା ଯୋଗ୍ୟ ବୋଲି ବିବେଚନା କରନ୍ତି ନାହିଁ। ଯାହାର ଫଳସ୍ୱରୂପ ଆସନ ଭାଗବଣ୍ଟା ଆଲୋଚନାରେ କୌଣସି ଦଳ ଏହି ଆସନକୁ ନେବାକୁ ଚାହିଁବେ ନାହିଁ। ଏହି ଆସନ ମଧ୍ୟରେ ରହିଛି ସାହିବାବାଦ, ଗାଜିଆବାଦ, ନୋଏଡା, ମେରଠ କ୍ୟାଣ୍ଟ, ବାରାଣସୀ କ୍ୟାଣ୍ଟ, ଜେୱାର, ଗୋରଖପୁର ସଦର, କୁଣ୍ଡା ଏବଂ ଅଯୋଧ୍ୟା। ମେରଠ କ୍ୟାଣ୍ଟ ଆସନ କଥା କହିବାକୁ ଗଲେ, ବିଜେପି ୧୯୮୯ ମସିହାରୁ ଲଗାତାର ଏହି ଆସନ ଜିତି ଆସୁଛି। ବିଏସପି ମଧ୍ୟ ଏଠାରେ ଏକ କାରକ ହୋଇଛି। ହେଲେ ସପା ଏବଂ କଂଗ୍ରେସ ସ୍ଥିତ ଏହି ଆସନରେ ବହୁତ ଦୁର୍ବଳ ରହିଛି। ଉଭୟ ଦଳ ମଧ୍ୟରୁ କିଏ ଏହି ଆସନ ପାଇଁ କିଏ ଦାବି କରିବ ତାହା ଦେଖିବାକୁ ବାକି ରହିଛି। ଏପରି ଏକ ଅନ୍ୟତମ ଆସନ ହେଉଛି ଗାଜିଆବାଦ ଜିଲ୍ଲାର ସାହିବାବାଦ ନିର୍ବାଚନମଣ୍ଡଳୀ। ଏହି ଆସନ ୨୦୧୨ ରେ ଗଠିତ ହୋଇଥିଲା। ଗତ ୨୦୧୨ ବିଧାନସଭା ନିର୍ବାଚନରେ ଏହି ଆସନରେ ବିଏସପି ପ୍ରାର୍ଥୀ ଅମରପାଲ ଶର୍ମା ଜିତିଥିଲେ। ହେଲେ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ବିଜେପି ଏଠାରୁ ବୃହତ୍ତ ବିଜୟ ହାସଲ କରିଛି।
ଏହା ସହ ପଢନ୍ତୁ: ବିଧାନସଭା ପୂର୍ବରୁ ରାଜ୍ୟସଭା-ବିଧାନ ପରିଷଦ ନିର୍ବାଚନକୁ ନେଇ ସରଗରମ ରାଜନୀତି; କିଏ ମାରିବ ବାଜି?
ପଶ୍ଚିମ ଉତ୍ତର ପ୍ରଦେଶର ଏହି ଆସନ ମଧ୍ୟ ପ୍ରଭାବଶାଳୀ
ବିଜେପି ବିଧାୟକ ତଥା ମନ୍ତ୍ରୀ ସୁନୀଲ କୁମାର ଶର୍ମା ଗାଜିଆବାଦ ଜିଲ୍ଲାର ସାହିବାବାଦ ଆସନରୁ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ। ସେ ବର୍ତ୍ତମାନ ଯୋଗୀ ସରକାରରେ ମନ୍ତ୍ରୀ ଅଛନ୍ତି। କୁହାଯାଉଛି ଯେ ୨୦୧୨ ମସିହାରେ ଯେତେବେଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ଥିଲା ସେତେବେଳେ ବିଜେପି ଏଠାରେ ମଧ୍ୟ ପରାସ୍ତ ହୋଇଥିଲା। ଆସନ୍ତା ୨୦୨୭ ବିଧାନସଭା ନିର୍ବାଚନରେ ଏହି ଆସନରେ ସପା ନା କଂଗ୍ରେସ କିଏ ପ୍ରତିଦ୍ୱନ୍ଦିତା କରିବ ତାହା ଦେଖିବାକୁ ବାକି ରହିଛି। ଏହି ସମୟରେ ଗଠିତ ହୋଇଥିବା ନୋଏଡା ଆସନ, ପ୍ରତିଷ୍ଠା ହେବା ପରଠାରୁ ବିଜେପି ପାଇଁ ଏକ ଗଡ଼ ହୋଇଆସିଛି। ମହେଶ ଶର୍ମା ପ୍ରଥମେ ଏଠାରୁ ସର୍ବପ୍ରଥମେ ବିଧାୟକ ହୋଇଥିଲେ। ଯିଏ ୨୦୧୪ ଲୋକସଭା ନିର୍ବାଚନରେ ଗୌତମବୁଦ୍ଧ ନଗର ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ।
ଗତ ୨୦୧୪ ନୋଏଡ଼଼ା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିମଳା ବାଥମ ଏଠାରୁ ବାଜିମାତ କରିଥିଲେ। ଏହା ପରେ ପଙ୍କଜ ସିଂହ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ନୋଏଡ଼ା ଆସନରେ ବିଜୟୀ ହୋଇଥିଲେ। କୁହାଯାଉଛି ୨୦୨୭ ନିର୍ବାଚନରେ ପଙ୍କନ ସିଂହ ପୁନର୍ବାର ନୋଏଡ଼ା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏପରି ଏକ ଆସନ ହେଉଛି ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱାର ଆସନ। ୧୯୯୧, ୧୯୯୩ ଏବଂ ୧୯୯୬ ନିର୍ବାଚନରେ ବିଜେପି ଏଠାରେ ଜିତିଥିଲା। ଏହା ପରେ ୨୦୦୨, ୨୦୦୭, ୨୦୧୭ ନିର୍ବାଚନରେ ଏହି ଆସନରେ ବିଏସପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ବିଜେପି ପୁନର୍ବାର ଜେୱାର ଆସନରେ ବିଜୟ ବାନା ଉଡ଼ାଇଥିଲା। ସ୍ପଷ୍ଟ ଭାବରେ କହିବାକୁ ଗଲେ କଂଗ୍ରେସ କିମ୍ବା ସମାଜବାଦୀ ପାର୍ଟି ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜେୱାର ଆସନ ଜିତି ନାହାଁନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋରଖପୁର ସଦର ଏବଂ ବାରାଣସୀ କ୍ୟାଣ୍ଟ ଲଗାତାର ଜିତିଆସୁଛି ବିଜେପି
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ହେଉଛି ଗୋରଖପୁର ସଦର ଆସନ। ୧୯୮୯ ମସିହାରୁ ବିଜେପି ଏହି ଆସନ ଲଗାତାର ଜିତି ଆସୁଛି। ପ୍ରତି ଥର ଦଳର ବିଜୟ ବ୍ୟବଧାନ ମଧ୍ୟ ବହୁତ ଅଧିକ ରହିଛି। ଯୋଗୀ ଆଦିତ୍ୟନାଥ ନିଜେ ବର୍ତ୍ତମାନ ଏଠାରୁ ବିଧାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀର କ୍ୟାଣ୍ଟ ବିଧାନସଭା ଆସନ ମଧ୍ୟ ସମାନ। ୧୯୯୧ ମସିହାରୁ ବିଜେପି ଏଠାରେ ନିରନ୍ତର ବିଜୟ ହାସଲ କରିଆସୁଛି। ଏହି ସମୟରେ, ପ୍ରତାପଗଡ଼ ଜିଲ୍ଲାର କୁଣ୍ଡା ଆସନ ମଧ୍ୟ କଂଗ୍ରେସ କିମ୍ବା ସମାଜବାଦୀ ପାର୍ଟି ପାଇଁ ଏକ ଦୂର ସ୍ୱପ୍ନ ହୋଇ ରହିଛି। ରାଜା ଭୈୟା ଓରଫ୍ ରଘୁରାଜ ପ୍ରତାପ ସିଂହ ୧୯୯୩ ମସିହାରୁ ନିରନ୍ତର ଏହି ଆସନରୁ ଜିତି ଆସୁଛନ୍ତି। ଶେଷରେ କୁଣ୍ଡା ଆସନରେ ସପା ନା କଂଗ୍ରେସ କିଏ ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ଆସନ ଭଗବଣ୍ଟା ପରେ ଜଣାପଡ଼ିବ।

Related Topics
Explore more stories