BJP Mission 2027 UP / ମିଶନ୍ ୨୦୨୭ ଲାଗି କିପରି ପ୍ରସ୍ତୁତି କରୁଛି ବିଜେପି? ସାମ୍ନାକୁ ଆସିଲା ରଣନୀତି
·1 hour ago·2 min read

Key Points
ଉତ୍ତର ପ୍ରଦେଶରେ, ବିଜେପିର ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆୟୋଜିତ ଏକ ଅନଲାଇନ୍ ପରୀକ୍ଷାରେ ୯୦ ପ୍ରତିଶତ ଦଳୀୟ କର୍ମକର୍ତ୍ତା ପାସ୍ କରିଛନ୍ତି।
BJP Strategy UP Poll 2027: ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଏହି କ୍ରମରେ ଦଳ ଏହାର ଇତିହାସ ଏବଂ କାର୍ଯ୍ୟ ସଂସ୍କୃତିର ମୂଲ୍ୟାଙ୍କନ ପାଇଁ ବିଜେପି ଡିଜିଟାଲ ଲର୍ଣ୍ଣିଂ ପ୍ରୋଗ୍ରାମ ନାମକ ଏକ ଅଭିଯାନ କାର୍ଯ୍ୟକାରୀ କରିଛି। ଏହି ଅଭିଯାନ ଲାଗି ତାଲିମ ପରେ,ଏକ ଅନଲାଇନ୍ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ରାଜ୍ୟର ଦଳୀୟ କର୍ମୀକର୍ତ୍ତା ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଉତ୍ତର ପ୍ରଦେଶର ୯୦% ବିଜେପି କର୍ମୀ ଏହି ପରୀକ୍ଷାରେ ପାସ୍ କରିଥିବାର ଜଣାପଡ଼ିଛି।
ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ ଜାରି ରଖିଛି ବିଜେପି
ବିଜେପି ଲଗାତାର ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବାରେ ଲାଗିଛି। ଏହି ସମୟରେ ବିଜେପି ଏହାର ଇତିହାସ ଏବଂ କାର୍ଯ୍ୟ ସଂସ୍କୃତିର ମୂଲ୍ୟାଙ୍କନ ପାଇଁ ଏକ ଅନଲାଇନ୍ ପରୀକ୍ଷା କରିଥିଲା। ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଏହି ପରୀକ୍ଷା ବିଜେପି ପକ୍ଷରୁ "ସରଳ ଆପ୍" ମାଧ୍ୟମରେ କରାଯାଇଥିଲା। ଏହି ପରୀକ୍ଷାରେ ଉତ୍ତର ପ୍ରଦେଶର ୯୦% ଦଳୀୟ କର୍ମକର୍ତ୍ତା ପାସ୍ କରିଥିଲେ।
ଏହା ସହ ପଢନ୍ତୁ: ଦଳୀୟ ସଙ୍ଗଠକଙ୍କୁ ଭେଟିଲେ CM Yogi; ଖୁବ ଶୀଘ୍ର ବଦଳିବ କ୍ୟାବିନେଟ୍-ସଙ୍ଗଠନ!
"ସରଳ ଆପ୍" ମାଧ୍ୟମରେ ଆୟୋଜିତ ହୋଇଥିଲା ଅନଲାଇନ୍ ପରୀକ୍ଷା
ବିଜେପି କର୍ମକର୍ତ୍ତାଙ୍କ ପାଇଁ ପରୀକ୍ଷା "ସରଳ ଆପ୍" ମାଧ୍ୟମରେ କରାଯାଇଥିଲା। ସେମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ଦଳର ଇତିହାସ (BJP History), ସାଙ୍ଗଠନିକ ବିକାଶ, ସଫଳତା, ଦଳୀୟ ମେଣ୍ଟ ଏବଂ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା। ଏହି ପ୍ରଶ୍ନରେ ଦଳର ପ୍ରତିଷ୍ଠାତା ଏବଂ ଦଳୀୟ ନେତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଏବଂ କାର୍ଯ୍ୟ ସଂସ୍କୃତି ଭଳି ବିଷୟ ସାମିଲ ରହିଥିଲା। ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରାୟ ୭୦ ପ୍ରଶ୍ନ ପ୍ରଦାନ କରାଯାଇ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବାକୁ କୁହାଯାଇଥିଲା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କର୍ମକର୍ତ୍ତାଙ୍କୁ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ନିକଚରେ ଲକ୍ଷ୍ନୌ ଗସ୍ତ ସମୟରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦଳୀୟ କର୍ମକର୍ତ୍ତାଙ୍କ ଲାଗି ଡିଜିଟାଲ ମାଧ୍ୟମରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୬ ତାରିଖରୁ ୨୮ ମଧ୍ୟରେ, ଉତ୍ତର ପ୍ରଦେଶରେ ପ୍ରାୟ ୫.୩୪ ଲକ୍ଷ କର୍ମକର୍ତ୍ତା ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୪.୮୨ ଲକ୍ଷ ପାସ୍ କରିଥିଲେ। ସମସ୍ତ ୬ ମୋର୍ଚ୍ଚାର ଅଧିକାରୀ ମଧ୍ୟ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UP Assembly Election 2027 BJP prepBJP corporate style training UP 2027UP BJP Saral App online examBJP worker training exam 90 percent passUP BJP election strategy 2027BJP digital learning exam Uttar PradeshUP BJP cadre training Saral App resultsUttar Pradesh election 2027 booth preparationBJP corporate style evaluation for party workersUP political news BJP election campaign 2027