|
logo
Live

Argus News - ଦଳୀୟ ସଙ୍ଗଠକଙ୍କୁ ଭେଟିଲେ CM Yogi; ଖୁବ ଶୀଘ୍ର ବଦଳିବ କ୍ୟାବିନେଟ୍-ସଙ୍ଗଠନ!

Politics

UP Mission 2027 / ଦଳୀୟ ସଙ୍ଗଠକଙ୍କୁ ଭେଟିଲେ CM Yogi; ଖୁବ ଶୀଘ୍ର ବଦଳିବ କ୍ୟାବିନେଟ୍-ସଙ୍ଗଠନ!

Subhramjit Ray
Browse all articles by Subhramjit Ray
·3 hours ago·3 min read
ଦଳୀୟ ସଙ୍ଗଠକଙ୍କୁ ଭେଟିଲେ CM Yogi; ଖୁବ ଶୀଘ୍ର ବଦଳିବ କ୍ୟାବିନେଟ୍-ସଙ୍ଗଠନ!
UP Mission 2027

Key Points

ଆଗାମୀ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେପି। ଏହି କ୍ରମରେ ମନ୍ତ୍ରିମଣ୍ଡଳ ଏବଂ ସଙ୍ଗଠନରେ ପରିବର୍ତ୍ତନ ଆଣିବା ନେଇ ବିଚାର କରୁଛନ୍ତି ଦଳୀୟ ନେତୃବୃନ୍ଦ।
UP CM Yogi Adityanath: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ବର୍ଷେକରୁ କମ ସମୟ ବାକି ରହିଛି। ହେଲେ ଏବେ ଠାରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଶାସକ ଦଳ ବିଜେପି। ଏହି କ୍ରମରେ ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଏବଂ ଦଳୀୟ ସଙ୍ଗଠନରେ ପଦାଧିକାରୀଙ୍କ ନାଁ ଘୋଷଣା କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦଳୀୟ ସଙ୍ଗଠନ ଏବଂ ସରକାରରେ ହେବାକୁ ଯାଉଥିବା ସାମ୍ଭାବ୍ୟ ପରିବର୍ତ୍ତନର ଝଲକ ଗତକାଲି ଅନୁଷ୍ଠିତ ହୋଇଥିବା ବୈଠକରୁ ମିଳିଯାଇଛି। ଶନିବାର (ଅପ୍ରେଲ ୧୧) ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ ଏବଂ ସଙ୍ଗଠନ ମହାସଚିବ ଧରମପାଲ ସିଂହ ଶନିବାର ମୁଖ୍ୟମନ୍ତ୍ରୀ ଯୋ ଆଦିତ୍ୟନାଥଙ୍କୁ ଭେଟିଥିଲେ। ଏହି ଭେଟଘାଟ ପରେ ବଡ଼ ଧରଣର କୌଣସି ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବଦଳିପାରେ ସରକାର-ସଙ୍ଗଠନ
ବିଜେପି ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦଳୀୟ ସଙ୍ଗଠନ ସହ ସରକାରରେ ଖୁବ୍ ଶୀଘ୍ର ପରିବର୍ତ୍ତନ ହୋଇପାରେ। ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡ଼େ ଆସନ୍ତାକାଲି ଲକ୍ଷ୍ନୌ ଗସ୍ତରେ ଆସୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ଏବଂ ସଙ୍ଗଠନ ମହାମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ। ବିଜେପି ମହାସଚିବଙ୍କ ଏହି ବୈଠକ କୌଣସି ଏକ ବଡ଼ ପରିବର୍ତ୍ତନକୁ ନେଇ ଆୟୋଜିତ ହୋଇପାରେ। ଦଳୀୟ ସୂତ୍ରକୁ ବିଶ୍ୱାସ କରାଯାଏ ତାହେଲେ ଚଳିତ ମାସରେ ଦଳରେ ସାଙ୍ଗଠନିକ ପରିବର୍ତ୍ତନ ହୋଇପାରେ। ଅନ୍ୟପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସରିବା ପରେ ମନ୍ତ୍ରୀମଣ୍ଡଳର ରୂପରେଖ ପରିବର୍ତ୍ତନ ହୋଇପାରେ।

ଏହା ସହ ପଢନ୍ତୁ: ମିଶନ ୨୦୨୭ ପାଇଁ ପ୍ରସ୍ତୁତ ବିଜେପି; ବଦଳିବ ସଙ୍ଗଠନ- ମନ୍ତ୍ରୀମଣ୍ଡଳ ରୂପରେଖ

ଗତ ବର୍ଷ ଡିସେମ୍ବରରେ ପଙ୍କଜ ଚୌଧୁରୀଙ୍କୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ନିଯୁକ୍ତ କରାଯାଇଥିଲେ। ଦଳର ନୂଆ ମଙ୍ଗୁଆଳ ନିଯୁକ୍ତ ହେବା ପରେ ଚର୍ଚ୍ଚା ହେଉଥିଲା ଯେ ହୋଲି ପରେ ରାଜ୍ୟ ପଦାଧିକାରୀଙ୍କ ତାଲିକା ଘୋଷଣା ହୋଇପାରେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ତାଲିକା ପ୍ରକାଶିତ ହୋଇନାହିଁ। ଅନ୍ୟପଟେ ଦଳ ଆଉ ବିଳମ୍ବ କରିବାକୁ ଚାହୁଁନାହିଁ। ରାଜ୍ୟ ନେତୃବୃନ୍ଦ ଯଥାଶୀଘ୍ର ଦଳୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିବାକୁ ଚାହୁଁଛନ୍ତି। କାରଣ ଯେତେବେଳେ ଦଳର ପଦାଧିକାରୀଙ୍କ ନାଁ ଘୋଷଣା କରାଯିବ ସେତେ ଶୀଘ୍ର ସେମାନଙ୍କୁ ଦଳର ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ ହସ୍ତାନ୍ତର କରାଯିବ। ସୂତ୍ର ଅନୁସାରେ ଆସନ୍ତା ୧୫ ତାରିଖ ବେଳକୁ ଦଳୀୟ ସଙ୍ଗଠନ ପଦାଧିକାରୀଙ୍କ ନାଁ ଘୋଷଣା ହୋଇପାରେ।

ମନ୍ତ୍ରୀମଣ୍ଡଳରେ ହେବ କି ପରିବର୍ତ୍ତନ?
ଯଦି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କଥା କୁହାଯାଏ ତାହାଲେ ଦଳର କହିବା ଅନୁସାରେ ନିର୍ବାଚନ ପୂର୍ବରୁ କ୍ୟାବିନେଟ୍ ପୁନର୍ଗଠିତ ହୋଇପାରେ। ହେଲେ ତଥାପି ଚଳିତ ମାସରେ ମନ୍ତ୍ରିମଣ୍ଡଳ ପୁନର୍ଗଠନର ସମ୍ଭାବନା ବହୁତ କମ୍ ରହିଛି। କାରଣ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ପ୍ରମୁଖ ଭୂମିକା ରହିଛି। ହେଲେ ବର୍ତ୍ତମାନ ଦଳର କେନ୍ଦ୍ରୀୟ ନେତୃତ୍ୱ ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଏହି ନିର୍ବାଚନ ସରିବା ପରେ ଯାଇ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇପାରେ।

ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ ଏବଂ ସଙ୍ଗଠନ ମହାମନ୍ତ୍ରୀ ଧରମପାଲ ସିଂହଙ୍କ ସାକ୍ଷାତ କରିଥିଲେ। ଏହି ଭେଟଘାଟ ସମୟରେ କିଛି ଦଳୀୟ ନେତାଙ୍କୁ ରାଜ୍ୟର ବିଭିନ୍ନ ବୋର୍ଡ, ନିଗମ, ଆୟୋଗରେ ଥାଇଥାନ କରିବାକୁ ନେଇ ଆଲୋଚନା ହୋଇଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ଜାତି ଏବଂ ଅଞ୍ଚଳ ଆଧାରରେ ନେତାଙ୍କୁ ଏକତ୍ରୀତ କରି ଦଳୀୟ ସଙ୍ଗଠନରେ ପଦାଧିକାରୀ ନିଯୁକ୍ତ କରିବାକୁ ନେଇ ଆଲୋଚନା ହୋଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କୁ କମିଶନ ଏବଂ କର୍ପୋରେସନ ଦାୟିତ୍ୱ ମିଳିପାରେ।

ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି

ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଦଳ ଏହି ନିର୍ବାଚନରେ ହିନ୍ଦୁତ୍ୱ, ବିକାଶ, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ୧୦ ବର୍ଷର ସରକାରଙ୍କ ସଫଳତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଦଳର ସାଙ୍ଗଠନିକ ଶକ୍ତିକୁ ଆଧାର କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। ଦଳ ବର୍ତ୍ତମାନ ସମାଜବାଦୀ ପାର୍ଟି ପିଡିଏ ଫର୍ମୁଲା ସହିତ ସିଧାସଳଖ ଲଢେଇ କରୁଛି। ଲୋକସଭା ନିର୍ବାଚନରେ ଜବରଦସ୍ତ ଝଟକା ଖାଇବା ପରେ ବିଜେପି ଆଉ ଏଥର କୌଣସି ଭୁଲ କରିବାକୁ ଚାହୁଁନାହିଁ। ପୁରୁଣା ଦୋଷ ତ୍ରୁଟି ସୁଧାରି ଦଳୀୟ ନେତୃତ୍ୱ ଏଥର ଜାତି, ବର୍ଗ, କ୍ଷେତ୍ର ଆଦିକୁ ଆଧାର ଭାବେ ନେଇ ଦଳୀୟ ସଙ୍ଗଠନ ଏବଂ ସରକାରରେ ସମ୍ଭାବ୍ୟ ପରିବର୍ତ୍ତନ କରିବା ଯୋଜନାରେ ରହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP Mission 2027: ଦଳୀୟ ସଙ୍ଗଠକଙ୍କୁ ଭେଟିଲେ CM Yogi; ଖୁବ ଶୀଘ୍ର ବଦଳିବ କ୍ୟାବିନେଟ୍-ସଙ୍ଗଠନ! | Argus News