Videos
|
Politics

UP Election 2027 / କଂଗ୍ରେସ କାହାକୁ ଭିକ ମାଗୁନାହିଁ: ୨୬ ଆସନ ପ୍ରସ୍ତାବକୁ ନେଇ ଇମ୍ରାନ ମାସୁଦଙ୍କ ବଡ଼ ବୟାନ

Subhramjit Ray
Browse all articles by Subhramjit Ray
·1 hour ago·2 min read
କଂଗ୍ରେସ କାହାକୁ ଭିକ ମାଗୁନାହିଁ: ୨୬ ଆସନ ପ୍ରସ୍ତାବକୁ ନେଇ ଇମ୍ରାନ ମାସୁଦଙ୍କ ବଡ଼ ବୟାନ
Photo Source: Social Media/AI

Key Points

୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସପା-କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ମତଭେଦ ଦେଖାଦେଇଛି। ସପା କଂଗ୍ରେସକୁ ୨୬ଟି ଆସନ ପ୍ରସ୍ତାବ ଦେଇଥିବା ରାମ ଗୋପାଳ ଯାଦବ କହିଛନ୍ତି। ହେଲେ ଇମ୍ରାନ ମାସୁଦ ସମ୍ମାନଜନକ ମେଣ୍ଟ ବୁଝାମଣା ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି।

ଲକ୍ଷ୍ନୌ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି (ସପା) ଏବଂ କଂଗ୍ରେସ ମଧ୍ୟରେ ଜାରି ରହିଛି ବୟାନବାଜି। ସପା ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ ନିଶ୍ଚିତ କରିଛନ୍ତି ଯେ କଂଗ୍ରେସକୁ ୨୬ ବିଧାନସଭା ଆସନ ପ୍ରଦାନ କରାଯାଇଛି। ହେଲେ ତଥାପି ଏହାକୁ ନେଇ ଉତ୍ତର ପ୍ରଦେଶ କଂଗ୍ରେସ ଆଭିମୁଖ୍ୟ ବଦଳିବା ଭଳି ମନେ ହେଉଛି। ଉତ୍ତର ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟର ସାହାରନପୁର ଲୋକସଭା ଆସନର ସାଂସଦ ଇମ୍ରାନ ମାସୁଦ ୨୬ ସିଟ୍ ମିଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କଂଗ୍ରେସ କାହାକୁ ଭିକ ମାଗୁନାହିଁ। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ କଂଗ୍ରେସ-ସପା ମଧ୍ୟରେ ସବୁ କିଛି ଠିକ ନଥିବା ଭଳି ମନେ ହେଉଛି।

ଆମେ କାହାକୁ ଭିକ ମାଗୁନାହୁଁ: ଇମ୍ରାନ ମାସୁଦ
ସମାଜବାଦୀ ପାର୍ଟି ପକ୍ଷରୁ ୨୬ ଆସନ ପ୍ରଦାନ କରାଯିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଇମ୍ରାନ ମାସୁଦ। ଏନେଇ ସେ କହିଛନ୍ତି, "ମୁଁ ଜାଣିନାହିଁ ଯେ ସେମାନେ (ସମାଜବାଦୀ ପାର୍ଟି) କେବେ ଏହି ପ୍ରସ୍ତାବ ଦେଇଛନ୍ତି। ମୁଁ କାହାକୁ କିଛି ଭିକ ମାଗୁନାହିଁ।" ସେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟ ସମ୍ପର୍କରେ ତାଙ୍କ ଦଳର ଦୃଷ୍ଟିକୋଣ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, "ସିଟ୍ ମାଗିବା ଏବଂ ସହଯୋଗ କରିବା ମଧ୍ୟରେ ପାର୍ଥକ୍ୟ ଅଛି। ଏକ ମେଣ୍ଟରେ, ଆପଣଙ୍କୁ କିଛି ମାଗିବାର ଆବଶ୍ୟକତା ନାହିଁ। ମେଣ୍ଟରେ ପାରସ୍ପରିକ ସହଯୋଗ ବିଷୟରେ ଆଲୋଚନା ହୋଇଥାଏ। ଆମେ ଏକାଠି ବସି ଏ ବିଷୟରେ ଆଲୋଚନା କରିବୁ। ଆମେ ଆଶା କରୁଛୁ ଯେ ଆସନ ବଣ୍ଟନ ଫର୍ମୁଲା ଖୁବଶୀଘ୍ର ଚୂଡ଼ାନ୍ତ ରୂପ ହେବ।" ତାଙ୍କର ଏହି ବୟାନ ସ୍ପଷ୍ଟ ଭାବରେ ଦର୍ଶାଉଛି କଂଗ୍ରେସ, ସପା ସହ ହେବାକୁ ଯାଉଥିବା ମେଣ୍ଟରେ ଏକ ସମ୍ମାନଜନକ ବୁଝାମଣା ଉପରେ ଜୋର ଦେଉଛି। କଂଗ୍ରେସ କୌଣସି ପରିସ୍ଥିତିରେ ୨୬ ଆସନ ନେବାକୁ ଆଗ୍ରହୀ ନୁହେଁ।


ଏହା ସହ ପଢନ୍ତୁ: ବଢୁଛି କଂଗ୍ରେସ ଚାପ; ଦାବି ଆଗରେ ଦବି ଯିବକି ସମାଜବାଦୀ ପାର୍ଟି?

ଅନ୍ୟପଟେ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ଆସନ ବୁଝାମଣା ସମ୍ପର୍କରେ ଏକ ନରମ ମନୋଭାବ ଗ୍ରହଣ କରିଥିଲେ। ସେ କହିଥିଲେ ଯେ, "ଆମେ ଏକ ଆପୋଷ ସମାଧାନ କରିବାକୁ ଚେଷ୍ଟା କରିବୁ ଏବଂ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସମ୍ମାନଜନକ ଚୁକ୍ତିରେ ପହଞ୍ଚିବୁ।" କଂଗ୍ରେସ ପ୍ରଭାରୀଙ୍କ ଏହି ବୟାନ ସୂଚାଉଛି ଯେ କଂଗ୍ରେସ ସାର୍ବଜନୀନ ବୟାନବାଜି ବଦଳରେ ଆଲୋଚନା ମାଧ୍ୟମରେ ଆସନ ଭାଗବଣ୍ଟା କରିବାକୁ ଚାହୁଁଛି।

୨୬ ପ୍ରଦାନ କରାଯାଇଥିବା ନେଇ ନିଶ୍ଚିତ କରିଛନ୍ତି ରାମ ଗୋପାଳ ଯାଦବ
ସପା ରାଜ୍ୟସଭା ସାଂସଦ ରାମ ଗୋପାଳ ଯାଦବ, କଂଗ୍ରେସ ପାଇଁ ୨୬ ଆସନ ପ୍ରଦାନ କରାଯାଇଥିବା ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, "ବୈଠକରେ ଆମର ଯାହା କହିବାର ଥିଲା, ଆମେ ଗତକାଲି ତାହା କହିଥିଲୁ। ଆମେ (ସପା) ସେମାନଙ୍କୁ (କଂଗ୍ରେସ) ୨୬ ଆସନ ପ୍ରଦାନ କରିଛୁ। ଆମେ ପୁଣି ତାଙ୍କ ସହ ଆଲୋଚନା କରିବାକୁ ଯାଉଛୁ।" ରାମ ଗୋପାଳ ଯାଦବଙ୍କ ବୟାନ କଂଗ୍ରେସ ଶିବିରରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସମାଜବାଦୀ ପାର୍ଟି ଅନୁସାରେ ସେ ଏହାର ପ୍ରସ୍ତାବ କଂଗ୍ରେସ ସାମ୍ନାରେ ଏହାର ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ଏବେ ଏହି ପ୍ରସ୍ତାବ ଉପରେ କଂଗ୍ରେସ ଶେଷ ନିଷ୍ପତ୍ତି ନେବ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: