UP Poll 2027 / ବିଜୟ ପାଇଁ ୧୮,୯୦୦ ବୁଥ୍ ଉପରେ ରହିଛି ବିଜେପି ନଜର
·1 hour ago·2 min read

Key Points
ଗ୍ରାମାଞ୍ଚଳରେ ବିଜେପି ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା। ପ୍ରାୟ ୮୦ ବୁଥ୍ ଠାରେ ଦଳ ପଛେଇ ଯାଇଥିଲା। ଅୱଧ ଏବଂ ପୂର୍ବାଞ୍ଚଳରେ ଦଳକୁ ସବୁଠାରୁ ଅଧିକ କ୍ଷତି ହୋଇଥିଲା।
୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ସବୁ ଥର ଭଳି, ଏଥର ମଧ୍ୟ ପୁଣି ଥରେ ବୁଥ୍ ସ୍ତରୀୟ ପରିଚାଳନା ଉପରେ ଧ୍ୟାନ ଦେଇଛି। ଦଳୀୟ କର୍ମକର୍ତ୍ତା କିପରି କାମ କରିବେ, କିପରି ଲୋକଙ୍କ ପାଖରେ ପହଞ୍ଚିବେ ଏବଂ ପ୍ରତ୍ୟେକ ବୁଥ୍ ଠାରେ ଦଳୀୟ ବାର୍ତ୍ତା କିପରି ପହଞ୍ଚିବ ତାହା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
ଏହି ପରିପ୍ରେକ୍ଷୀରେ ବିଜେପି ୧୮,୯୦୦ ବୁଥ୍ ଉପରେ ଧ୍ୟାନ ଦେଉଛି। ଯେଉଁଠାରେ ଦଳ ୨୦୨୨ ବିଧାନସଭା ନିର୍ବାଚନରେ ଜିତିଥିଲା। ହେଲେ ୨ ବର୍ଷ ପରେ ଅର୍ଥାତ ୨୦୨୪ ଲୋକସଭା ନିର୍ବାଚନରେ ଏଠାର ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜିତ ବୁଥ୍ ଠାରେ ପୁନର୍ବାର ବିଜୟ ବାନା ଉଡ଼ାଇବା ପାଇଁ ବିଜେପି ଏହାର ରଣନୀତି ଉପରେ ଏବେ ଧ୍ୟାନ କେନ୍ଦ୍ରିତ କରିବାରେ ଲାଗିଛି।
ଏହି ସମ୍ପର୍କରେ ଉତ୍ତର ପ୍ରଦେଶ ବିଜେପି ପ୍ରଭାରୀ ବିନୋଦ ତାୱଡେ ସେପ୍ଟେମ୍ବର ୧୬ ତାରିଖରୁ ୨୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟୟରେ, ଦଳ ଗତ ଥର ପରାଜୟ ବରଣ କରିଥିବା ନିର୍ବାଚନମଣ୍ଡଳୀ ଉପରେ ବିଶେଷ ଧ୍ୟାନ ଦିଆଯିବ। ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବିଜେପି, ବିପର୍ଯ୍ୟୟନର ସାମ୍ନା କରିଥିଲା। ଗତ ୨୦୨୪ ଲୋକସଭା ନିର୍ବାଚନରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ଆଗୁଆ ପ୍ରସ୍ତୁତି।
ଏହା ସହ ପଢନ୍ତୁ: ମିଶନ୍ ୨୦୨୭ ଲାଗି କିପରି ପ୍ରସ୍ତୁତି କରୁଛି ବିଜେପି? ସାମ୍ନାକୁ ଆସିଲା ରଣନୀତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ରାମୀଣ ଅଞ୍ଚଳରେ ଦଳ ସବୁଠାରୁ ବଡ଼ ଧରଣର ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା। ଯେଉଁଠାରେ ଦଳ ପ୍ରାୟ ୮୦% ବୁଥ୍ ଠାରେ ତାର ନେତୃତ୍ୱ ହରାଇଥିଲା। ଅବଧ ଏବଂ ପୂର୍ବାଞ୍ଚଳ ସାଙ୍ଗଠନିକ କ୍ଷେତ୍ରରେ ଦଳକୁ ସର୍ବାଧିକ କ୍ଷତି ସହିବାକୁ ପଡ଼ିଥିଲା। ୨୦୨୨ ବିଧାନସଭା ନିର୍ବାଚନରେ ଅୱଧ କ୍ଷେତ୍ରର ୧୫୪ ଆସନରୁ ବିଜେପି ୧୦୧ ସିଟ୍ ଜିତିଥିଲା। ପୂର୍ବାଞ୍ଚଳର ୧୦୨ ଆସନରୁ ୫୩ ଜିତିଥିଲା। ହେଲେ ତଥାପି, ଅଯୋଧ୍ୟା, ଫୈଜାବାଦ, ସୁଲତାନପୁର ଏବଂ ସୀତାପୁର ଭଳି ଆସନରେ ଦଳକୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ିଥିଲା।
ସେହିପରି ପୂର୍ବାଞ୍ଚଳରେ ଅଣ-ଓବିସି ବର୍ଗର ଭୋଟ୍ କିଛି ମାତ୍ରାରେ ସମାଜବାଦୀ ପାର୍ଟି ଆଡ଼କୁ ସ୍ଥାନାନ୍ତରିତ ହୋଇଥିଲା। ଯାହାର ପରିଣାମ ସ୍ୱରୂପ ଜୌନପୁର, ଗାଜିପୁର, ଚନ୍ଦୌଲି ଏବଂ ପ୍ରୟାଗରାଜ ଭଳି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ରୋହିଲଖଣ୍ଡରେ ବିଜେପି ୨୦୨୨୨ ବିଧାନସଭା ନିର୍ବାଚନରେ ୧୨୮ ଆସନରୁ ୮୭ ସିଟ୍ ଜିତିଥିଲା। ହେଲେ ତଥାପି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି କେବଳ ୬୫ ଆସନରେ ଆଗୁଆ ରହିଥିଲା। ବୁନ୍ଦେଲଖଣ୍ଡ ଅଞ୍ଚଳରେ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୧୯ ଆସନ ଜିତିଥିଲା। ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ଦଳ କେବଳ ୯ ଆସନରେ ଆଗୁଆ ରହିଥିଲା।

Related Topics
Explore more stories