UP mass wedding gifts probe / ବିବାହ ଉପହାରରେ ଦିଆଗଲା ଟିଏମସି ମାର୍କା ଗଦି; ବଳି ପଡ଼ିଗଲା କମ୍ପାନୀ
·1 hour ago·2 min read

Key Points
ଗଣ ବିବାହ ଉତ୍ସବ ପାଇଁ ଗଦି ଯୋଗାଇଥିବା ଘରୋଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏହାକୁ କଳା ତାଲିକାଭୁକ୍ତ କରାଯାଇଛି। ସେହିପରି ସମାଜ କଲ୍ୟାଣ ବିଭାଗର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
Mukhyamantri Samuhik Vivah Yojana controversy: ସଦ୍ୟ ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଆସିଛି ଏକ ଚମକାଇବା ଭଳି ଖବର। ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ଗଣ ବିବାହ ସମାରୋହରେ ନବବିବାହିତ ଦମ୍ପତିଙ୍କୁ ତୃଣମୂଳ କଂଗ୍ରେସ (ଟିଏମସି) ନିର୍ବାଚନ ସଂଙ୍କେତ ରହିଥିବା ଗଦି ବଣ୍ଟନ କରା ଯାଇଥିବାର ଅଭିଯୋଗ ହୋଇଛି। ଉନ୍ନାଓ ଜିଲ୍ଲାରେ ଗତ ୨୪ ତାରିଖରେ ୪୫୯ ଜଣ ଦମ୍ପତିଙ୍କ ପାଇଁ ଏକ ଗଣ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା।
ଉନ୍ନାଓ ଜିଲ୍ଲାପାଳ କୃତି ରାଜ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନବବିବାହିତ ଦମ୍ପତିଙ୍କୁ ଦିଆଯାଇଥିବା କିଛି ଗଦିରେ ଏକ ରାଜନୈତିକ ଦଳର ବ୍ୟାନର ରହିଥିବାର ଅଭିଯୋଗ ଆସିଥିଲା। ଏହି ଗଦିକୁ ସେହି ଦଳର ରାଜନୈତିକ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା।
ଏନେଇ ଅଭିଯୋଗ ହେବା ପରେ ଏହି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ଆଧାରରେ ଗଦି ଯୋଗାଇଥିବା ଘରୋଇ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାକୁ କଳା ତାଲିକାଭୁକ୍ତ କରାଯାଇଛି। ସମାଜ କଲ୍ୟାଣ ବିଭାଗର ଜଣେ କର୍ମଚାରୀଙ୍କୁ ମଧ୍ୟ ଏହି ଘଟଣାରେ ନିଲମ୍ବିତ କରାଯାଇଛି।
ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଗଦି ଯୋଗାଇଥିବା କମ୍ପାନୀ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ
ଏହି ମାମଲାରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଥିଲା। ଉନ୍ନାଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଦ୍ୱାରା କରାଯାଇଥିବା ତଦନ୍ତରେ ଗଦି ପ୍ରଦାନକାରୀ ସଂସ୍ଥାର ଭୂମିକା ସାମ୍ନାକୁ ଆସିଥିଲା। ଏହାକୁ କଳା ତାଲିକାଭୁକ୍ତ କରାଯାଇଥିଲା ଏବଂ ଗଦି ରସିଦ ପାଇଥିବା ବ୍ୟକ୍ତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ମାମଲାରେ ସମାଜ କଲ୍ୟାଣ ବିଭାଗର ଜଣେ କର୍ମଚାରୀଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UP mass wedding TMC mattress controversyUnnao mass marriage TMC bannerMukhyamantri Samuhik Vivah Yojana controversyUP govt event TMC flag mattressesUnnao mass wedding mattress supplier FIRTMC printed mattresses distributed in UPUnnao supplier firm blacklisted mass weddingUP official suspended mass marriage lapseUnnao DM action TMC mattress case