Videos
|
Politics

UP Political Poster War / ଚର୍ଚ୍ଚାରେ 'ଚା, ସମୋସା, ରସମଲାଇ, ସବୁ ମାଫିଆ ଆମର ଭାଇ' ପୋଷ୍ଟର, କାହାକୁ କରଗଲା ଟାର୍ଟେଟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଚର୍ଚ୍ଚାରେ 'ଚା, ସମୋସା, ରସମଲାଇ, ସବୁ ମାଫିଆ ଆମର ଭାଇ' ପୋଷ୍ଟର,  କାହାକୁ କରଗଲା ଟାର୍ଟେଟ
UP Political Poster War

Key Points

ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ସପା ମୁଖ୍ୟଙ୍କ ବିରୋଧରେ ପୋଷ୍ଟର ଲାଗିଛି। କେତେକ ପରିବାରବାଦ ଅଭିଯୋଗ କରୁଛନ୍ତି, ଆଉ କେତେକ ମାଫିଆଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଗମ୍ଭୀର ଦାବି କରୁଛନ୍ତି।
ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏବେ ଏହି ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଲାଣି ରାଜ୍ୟ ରାଜନୀତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଲଗାଯାଇଥିବା ପୋଷ୍ଟର ପାଇଁ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ଗତ ଗୁରୁବାର (୨୨ ଅକ୍ଟୋବର) ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ଜେଲ୍ ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଥିଲେ। ଶୁକ୍ରବାର (ଅକ୍ଟୋବର ୨୩) ସକାଳେ ଯେତେବେଳେ ଲୋକେ ଛକ ବଜାର, ରାସ୍ତା ଭଳି ସର୍ବ ସାଧାରଣ ସ୍ଥାନରେ ଏପରି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ପାଇଥିଲେ, ସେତେବେଳେ ସେମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହି ପୋଷ୍ଟର ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି ଲଗାଯାଇଥିବାର କୁହାଯାଉଛି। ଏପରିକି ତାଙ୍କୁ ଏହି ପୋଷ୍ଟର ମାଧ୍ୟମରେ ସମାଲୋଚନା ମଧ୍ୟ କରାଯାଇଛି। ଏହା ବିଭିନ୍ନ କଳାକୃତି ଦେଖିବାକୁ ମିଳିବା ସହ ଛନ୍ଦ ଯୁକ୍ତ ସ୍ଲୋଗାନ ସହିତ ବିଭିନ୍ନ ଫଟୋ ମଧ୍ୟ ବ୍ୟବହାର କରାଯାଇଛି।

ଅଖିଳେଶ ଯାଦବଙ୍କ ବିରୋଧରେ ଲାଗିଲା ପୋଷ୍ଟର
ଲକ୍ଷ୍ନୌ ସ୍ଥିତ ନ୍ୟାସନାଲ ପିଜି କଲେଜ କ୍ରସିଂ ନିକଟରେ ଅଖିଳେଶ ଯାଦବଙ୍କ ବିରୋଧରେ ଏକ ବଡ଼ ପୋଷ୍ଟର ଲଗାଯାଇଛି। ଯେଉଁଥିରେ ସାପ ମୁଖିଆ ଏକ ଗୋଲ ଟୋପି ପିନ୍ଧିଥିବାର ଏକ ଫଟୋ ରହିଛି। ଏଥିରେ ଅଖିଳେଶ ଯାଦବଙ୍କ ସହିତ ମାଫିଆ ନେତା ଅତୀକ୍ ଅହମ୍ମଦ ଏବଂ ମୁଖତାର ଅନସାରୀଙ୍କ ଫଟୋ ମଧ୍ୟ ରହିଛି। ଏହାରେ ସ୍ଲୋଗାନ ଏହା ଲେଖାହୋଇଛି ଯେ, "ଚା, ସମୋସା, ରସମଲାଇ, ସବୁ ମାଫିଆ ଆମର ଭାଇ।"

ଏହା ସହ ପଢନ୍ତୁ:  ଦଶହରା ବେଳେ ଲାଗିଲା 'ଭାରତ ବିରୋଧି ଦଶାନନ' ପୋଷ୍ଟର? କିଏ କିଏ ଆସିଲେ ନଜର?

କେବଳ ଲକ୍ଷ୍ନୌ ନୁହେଁ ବରଂ ରାଜ୍ୟର ଅନ୍ୟ ୧୫ ଜିଲ୍ଲାରେ ଲଗାଯାଇଛି ପୋଷ୍ଟର
କେବଳ ରାଜଧାନୀ ଲକ୍ଷ୍ନୌ ନୁହେଁ ବରଂ ରାଜ୍ୟର ଅନ୍ୟ ୧୫ ଜିଲ୍ଲାରେ ମଧ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି। ଲକ୍ଷ୍ନୌ ବ୍ୟତୀତ ରାଜ୍ୟର ଯେଉଁ ୧୫ ଜିଲ୍ଲାରେ ଏହି ପୋଷ୍ଟର ଲଗାଯାଇଛି ତାହା ହେଉଛି ବଲିଆ, ମଉ, ଗାଜିପୁର, ଆଜମଗଡ଼, ବାରାଣସୀ, ବସ୍ତି, ହରଦୋଇ, ସୀତାପୁର। ଏଥିରେ ମାଫିଆ ଅତୀକ୍ ଅହମ୍ମଦ, ମୁଖତାର ଅନସାରୀ ଏବଂ ଆଜମ ଖାନଙ୍କ ଫଟୋ ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ପୋଷ୍ଟର କ୍ୟାପସନ୍ ରେ ଲେଖା ହୋଇଥିଲା, "ଆପଣ ସପା ନେତାଙ୍କୁ କିପରି ବିଶ୍ୱାସ କରିପାରିବେ? ଚା, ସମୋସା, ରସମଲାଇ, ସବୁ ମାଫିଆ ଆମର ଭାଇ।" ଏହି ସହରରେ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ମାଧ୍ୟମରେ ୨୦୧୩ ୟୁପି-ପିସିଏସ୍ ନିଯୁକ୍ତି ପରୀକ୍ଷା ବାବଦରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ୮୬ ନିଯୁକ୍ତିପ୍ରାପ୍ତ ପଦ ମଧ୍ୟରୁ ୫୬ ପଦ କେବଳ ଏକ ନିର୍ଦ୍ଦିଷ୍ଟ ଜାତିର ଲୋକଙ୍କୁ ଦିଆଯାଇଥିଲା। ସପା ଉଦ୍ଦେଶ୍ୟରେ ଟାର୍ଗେଟ କରି ଆହୁରି ଲେଖାଥିଲା ଯେ, "ରସଗୋଲା ଏବଂ ରସମଲାଇ, ଏକ ଜାତି ସତ୍ତା (କ୍ଷମତା) ମେଁ ଆଇ (ଆସିଛି)।"

ଏହି ପୋଷ୍ଟର ମାଧ୍ୟମରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସପା ବିରୋଧରେ ପରିବାରବାଦ ଅଭିଯୋଗ ଅଣାଯାଇଥିଲା। ଏଥିରେ ଲେଖାହୋଇଛି, "ଡାଲି, ଭାତ, ଆଚାର, ଦଳର (ସମାଜବାଦୀ ପାର୍ଟି) ଅର୍ଥ ହେଉଛି ଗୋଟିଏ ପରିବାର।" ଏଥିରେ ଅଖିଳେଶ ଯାଦବଙ୍କ ଇଫତାର ପାର୍ଟି ଏବଂ ସପା ସରକାର ସମୟରେ ହୋଇଥିବା ମୁଜାଫରନଗ ଦଙ୍ଗା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିରେ ଲେଖାଯାଇଛି, "ଦଙ୍ଗା, ଇଫତାର ଏବଂ ବିରିୟାନୀ," ସମାଜାବଦୀ ସରକାର ଶାସନର ସତ୍ୟ କାହାଣୀ।