Lucknow Anti India Ravana Poster / ଦଶହରା ବେଳେ ଲାଗିଲା 'ଭାରତ ବିରୋଧି ଦଶାନନ' ପୋଷ୍ଟର? କିଏ କିଏ ଆସିଲେ ନଜର?
·2 hours ago·2 min read

Key Points
ଦଶହରା ପୂର୍ବରୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାସ୍ତାରେ ଏପରି ପୋଷ୍ଟର ଲଗାଯାଇଛି, ଯେଉଁଥିରେ ବିରୋଧିଙ୍କୁ ରାବଣ ବୋଲି ବର୍ଣ୍ଣନା କରାଯାଇଛି।
ଦଶହରା ପୂର୍ବରୁ ରାଜଧାନୀ ଲକ୍ଷ୍ନୌରେ ଲଗାଯାଇଥିବା ପୋଷ୍ଟର ପାଇଁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ରାଜଧାନୀର ବିଭିନ୍ନ ଛକରେ 'ଭାରତ ବିରୋଧି ଦଶାନନ ରାବଣ' ଶୀର୍ଷକ ବିବାଦୀୟ ପୋଷ୍ଟର ଲଗାଯାଇଛି। ସନାତନ ରକ୍ଷା ସଙ୍ଗଠନ ନାମକ ଏକ ସଂଗଠନ ଏହି ପୋଷ୍ଟର ଲଗାଇ ଥିବାର କୁହାଯାଉଛି। ଯେଉଁଥିରେ ଲଙ୍କାପତି ରାବଣର ୧୦ ମୁଣ୍ଡରେ ବିଭିନ୍ନ ଲୋକଙ୍କୁ ସ୍ଥାନ ଦିଆଯାଇଛି।
ଏହି ପୋଷ୍ଟର ଏବେ ବେଶ ଚର୍ଚ୍ଚାରେ ରହିଛି। କାରଣ ଏଥିରେ ମାଫିଆ ନେତା ଅତିକ୍ ଅହମ୍ମଦଙ୍କୁ ମୁଖ୍ୟ ରାବଣ ଭାବରେ ଦର୍ଶାଯାଇଛି। ଏହା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆମେରିକୀୟ ଶିଳ୍ପପତି ଏଲୋନ ମସ୍କ, ଆମେରିକାର କଂଗ୍ରେସ ମହିଳା ସାଂସଦ ଇଲହାନ ଓମାର, ବାଂଲାଦେଶ ପୂର୍ବତନ ରାଷ୍ଟ୍ରମୁଖ୍ୟ ମହମ୍ମଦ ୟୁନୁସ, ଜର୍ଜ ସୋରୋସ, ଓକିଲ ପ୍ରଶାନ୍ତ ଭୂଷଣ ଏବଂ ମୁଖତାର ଅଂସାରୀଙ୍କ ଫଟୋ ମଧ୍ୟ ରାବଣ ମୁଣ୍ଡରେ ଲଗାଯାଇଛି।
ଅଭିଯୋଗ ହେଉଛି ଯେ 'ଭାରତ ବିରୋଧି ଦଶାନନ ରାବଣ' ପୋଷ୍ଟର ମାାଧ୍ୟମରେ ଦର୍ଶାଯାଇଥିବା ସମସ୍ତ ଲୋକ କୌଣସି ନା କୌଣସି ଭାବରେ ଭାରତ ବିରୋଧି କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ଷ୍ଟାରଲିଙ୍କ ସମ୍ପର୍କରେ ତାଙ୍କର ସାମ୍ପ୍ରତିକ ମନ୍ତବ୍ୟ ଯୋଗୁଁ ଟେସଲା ମାଲିକ ଏଲୋନ ମସ୍କ ଏଥିରେ ସାମିଲ କରାଯାଇଛି। ପାକିସ୍ତାନ ସମର୍ଥକ ବୋଲି ବିବେଚିତ ଆମେରିକା କଂଗ୍ରେସ ମହିଳା ସାଂସଦ ଇଲହାନ ଓମାରଙ୍କ ଏକ ଫଟୋ ମଧ୍ୟ ଏଥିରେ ସାମିଲ କରାଯାଇଛି। ମହମ୍ମଦ ୟୁନୁସଙ୍କ ଉପରେ ଦେଶର ଉତ୍ତର-ପୂର୍ବ ରାଜ୍ୟ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ ଆସିଛି।
ଏହା ସହ ପଢନ୍ତୁ: 'ଗୋଟିଏ ମାଫିଆ, ଗୋଟିଏ ଜିଲ୍ଲା'; ଅଖିଳେଶ ଯାଦବଙ୍କ ବିରୋଧରେ ଲାଗିଲା ପୋଷ୍ଟର, କିଏ କିଏ ଆସିଲେ ନଜର?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜର୍ଜ ସୋରୋସ ଉପରେ ପ୍ରାୟତଃ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାର ଅଭିଯୋଗ ଆସିଛି। ସେଥିପାଇଁ ତାହାରର ଫଟୋ ମଧ୍ୟ ଏହି ପୋଷ୍ଟରରେ ସାମିଲ କରାଯାଇଛି। ଅତୀକ୍ ଅହମ୍ମଦ ଏବଂ ମୁଖତାର ଅଂସାରୀଙ୍କ ଭଳି ମାଫିଆ ବ୍ୟକ୍ତିଙ୍କୁ ମଧ୍ୟ ପୋଷ୍ଟରରେ ସ୍ଥାନିତ କରାଯାଇଛି। ସେମାନଙ୍କୁ ଭାରତ ବିରୋଧି ବୋଲି ଦର୍ଶାଯାଇଛି।
ପୂ୍ର୍ବରୁ ଲାଗ ସାରିଛି ପୋଷ୍ଚର
ପୂର୍ବରୁ ସମାଜବାଦୀ ସରକାର ଶାସନ ସମୟରେ ହେଉଥିବା ମାଫିଆ ରାଜ ଏବଂ ଗୁଣ୍ଡାଗିରିକୁ ଦର୍ଶା ଯାଇଥିଲା। ବିଭିନ୍ନ ଅଞ୍ଚଳ ଅନୁଯାୟୀ ଲଗାଯାଇଥିବା ପୋଷ୍ଟର ମାଧ୍ୟାମରେ ସମାଜବାଦୀ ସରକାର ଶାସନ ସମୟରେ ଗୁଣ୍ଡାଗର୍ଦ୍ଦି କରିଥିବା କଥିତ ମାଫିଆ ନେତାଙ୍କ ତାଲିକା ଦିଆଯାଇଛି। ଅୱଧ ଠାରୁ ନେଇ ପୂର୍ବାଞ୍ଚଳ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଅନେକ ଜଣାଶୁଣା ମାଫିଆ, ଗୁ଼ଣ୍ଡା, ଅପରାଧିଙ୍କ ନାମ ଉଲ୍ଲେଖ ଅଛି।
ପୋଷ୍ଟର ମାଧ୍ୟମରେ ଅତୀକ୍ ଅହମ୍ମଦ, ମୁଖତାର ଅଂସାରୀ, ଆଜମ ଖାନ୍, ୟାକୁବ କ୍ୟୁରେଶୀ ଏବଂ ଅନିଲ ଦୁଜାନା ଭଳି ଅପରାଧିଙ୍କ ନାମ ମଧ୍ୟ ଉଲ୍ଲେଖ ଅଛି। ପୋଷ୍ଟର ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ପ୍ରକାଶିତ ରିପୋର୍ଟ ମଧ୍ୟ ରହିଛି। ଯେଉଁଥିରେ ଦାବି କରାଯାଇଛି ଯେ ଅତୀକ୍ ଅହମ୍ମଦ ଲ୍ୟାଣ୍ଡ କ୍ରୁଜର ଗାଡ଼ି ଚଢ଼ି ଅପହରଣ କରୁଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରମୁଖ ବ୍ୟକ୍ତି ରାଜନୈତିକ ପୋଷ୍ଟର ଯୁଦ୍ଧରେ ସାମିଲ ଅଛନ୍ତି। ଅୱଧ, ରୋହିଲଖଣ୍ଡ, ବ୍ରଜ, ବୁନ୍ଦେଲଖଣ୍ଡ, ପୂର୍ବାଞ୍ଚଳ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ ମାଫିଆ ଅପରାଧିଙ୍କ ପୋଷ୍ଟର ମଧ୍ୟ ଲଗାଯାଇଛି।

Related Topics
Explore more stories