Assembly Election 2027 / ୫ ରାଜ୍ୟରେ ଆଗୁଆ ହୋଇପାରେ ବିଧାନସଭା ନିର୍ବାଚନ; ସାମ୍ନାକୁ ଆସିଲା କାରଣ
·1 hour ago·2 min read
Key Points
ସରକାରୀ ଅଧିକାରୀ ଉଭୟ ନିର୍ବାଚନ ଏବଂ ଜନଗଣନା ଦାୟିତ୍ୱରେ ନିୟୋଜିତ ହୋଇଥାନ୍ତି। ବିଧାନସଭା ନିର୍ବାଚନ ସମ୍ପର୍କରେ ନିଷ୍ପତ୍ତି ଏହାକୁ ଧ୍ୟାନରେ ରଖି ନିଆଯିବ। ଯାହା ଦ୍ଵାରା କୌଣସି ଦ୍ୱନ୍ଦ୍ୱ ଉପୁଜିବ ନାହିଁ।
Assembly Election 2027 may hold advanced: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଆଗୁଆ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯଦିଓ ଏହି ନିର୍ବାଚନ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। ହେଲେ ତଥାପି ଜନଗଣନାକୁ ଦୃଷ୍ଟିରେ ରଖି ରଖି ନିର୍ବାଚନ ତାରିଖ ସ୍ଥିର କରାଯିବ।
ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶୀଘ୍ର ହୋଇପାରେ। କୁହାଯାଉଛି ଯେ ରାଜନୈତିକ ଦଳ ଏଥିପାଇଁ ଭିତିରିଆ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଆୟୋଜିତ ହେବା ନେଇ ଚର୍ଚ୍ଚା ହେଉଛି। କାରଣ ଆସନ୍ତାବର୍ଷ ଫେବୃଆରୀ ମାସରେ ହେବାକୁ ଯାଉଥିବା ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାରେ ଯେପରି କୌଣସି ଅସୁବିଧା ନହୁଏ, ତାହାକୁ ନଜରରେ ରଖି କେନ୍ଦ୍ର ସରକାର ୨୦୨୭ ଫେବୃଆରୀ ପୂର୍ବରୁ ନିର୍ବାଚନ କରିବା ନେଇ ବିଚାର କରୁଛନ୍ତି।
ଏହା ସହ ପଢନ୍ତୁ: ୨୦୨୭ ଜନଗଣନାକୁ ନେଇ ଆସିଲା ବଡ଼ ଖବର
କେବେ ହେବେ ଉତ୍ତର ପ୍ରଦେଶ-ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ? ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନଗଣନାର ଗୋଟିଏ ମାସ କିମ୍ବା ଏହା ଠାରୁ ଅଧିକ ସମୟ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ବୈଠକରେ ନିର୍ବାଚନ ତାରିଖ ସ୍ଥିର କରାଯିବ। ସରକାରୀ ଅଧିକାରୀ ପ୍ରାୟତଃ ନିର୍ବାଚନ ଏବଂ ଜନଗଣନା ଦାୟିତ୍ୱରେ ରହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ସ୍ଥିର କରାଯିବ। ୨୦୨୭ ଫେବୃଆରୀ ମାସରେ ଦେଶବ୍ୟାପୀ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ଆଦି ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।
ଫେବୃଆରୀ ମାସରେ ହେବ ଦେଶବ୍ୟାପୀ ଜନଗଣନା କାର୍ଯ୍ୟ
ଗୋଆ ବିଧାନସଭାର କାର୍ଯ୍ୟକାଳ ୨୦୨୭ ମାର୍ଚ୍ଚ ୧୪ ତାରିଖରେ ଶେଷ ହେଉଛି। ଉତ୍ତର ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୭ ମେ ୨୨ ତାରିଖରେ ଶେଷ ହେଉଛି। ଉତ୍ତରାଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୭ ମେ ୨୮ ତାରିଖରେ ଶେଷ ହେଉଛି। ପଞ୍ଜାବ ବିଧାନସଭାର କାର୍ଯ୍ୟକାଳ ୨୦୨୭ ମାର୍ଚ୍ଚ ୧୬ ତାରିଖରେ ଶେଷ ହେଉଛି। ମଣିପୁର ବିଧାନସଭାର କାର୍ଯ୍ୟକାଳ ୨୦୨୭ ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୭ ଜନଗଣନା ପାଇଁ ଦେଶବ୍ୟାପୀ ଟୋଲ୍-ଫ୍ରି ନମ୍ବର ୧୮୫୫ ସକ୍ରିୟ କରାଯାଇଛି। ଏହି ନମ୍ବର ସହ ଯୋଗାଯୋଗ କରି ଆପଣ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ସୂଚନା ହିନ୍ଦୀ ଏବଂ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ ହେବ। ଏହି ସୂଚନା ସମ୍ପ୍ରତି ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା ଆୟୋଗଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Assembly Election 2027 Latest UpdateUP early assembly electionsUttarakhand assembly elections advancedWhy early elections in 5 statesUP assembly poll schedule updateCensus 2027 election clashUP Uttarakhand Punjab Goa Manipur advanced pollsWhy 2027 state elections might happen earlyECI assembly election preponement newsUP assembly elections December 2026Political reasons behind early state polls