Driver Son Victory / ବିଜୟଙ୍କ ଡ୍ରାଇଭର ପୁଅ ହେଲେ ବିଧାୟକ; DMK ପ୍ରାର୍ଥୀଙ୍କୁ ଚଟାଇଲେ ଧୂଳି
·4 months ago·2 min read

Key Points
ତାମିଲନାଡୁ ବିଧାନସଭା ନିର୍ବାଚନରେ ବଦଳିଛି ଅନେକଙ୍କ ଭାଗ୍ୟ
ଏଠି ଡ୍ରାଇଭରଙ୍କ ପୁଅ ହୋଇଛି ବିଧାୟକ
TVK ମୁଖ୍ୟ ବିଜୟଙ୍କ ଡ୍ରାଇଭର ପୁଅ ନିର୍ବାଚନ ଜିତିଛନ୍ତି
ଏଠି ଡ୍ରାଇଭରଙ୍କ ପୁଅ ହୋଇଛି ବିଧାୟକ
TVK ମୁଖ୍ୟ ବିଜୟଙ୍କ ଡ୍ରାଇଭର ପୁଅ ନିର୍ବାଚନ ଜିତିଛନ୍ତି
ତାମିଲନାଡୁ ବିଧାନସଭା ନିର୍ବାଚନ ଏଥର ରୋଚକ ହୋଇଛି । ବଦଳିଛି ଅନେକଙ୍କ ଭାଗ୍ୟ । ବିଧାୟକ ହେଲେ ଡ୍ରାଇଭରଙ୍କ ପୁଅ । ତାମିଲାଗା ଭେଟ୍ଟି କାଜଗମ (ଟିଭିକେ) ମୁଖ୍ୟ ଥାଲାପତି ବିଜୟଙ୍କ ବ୍ୟକ୍ତିଗତ ଡ୍ରାଇଭର ରାଜେନ୍ଦ୍ରନଙ୍କ ପୁଅ ଆର. ସବରିନାଥନ ତାମିଲନାଡୁର ଭିରୁଗମ୍ବକମ୍ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ଟିଭିକେ ପ୍ରାର୍ଥୀ ସବରିନାଥନ ୨୭,୦୮୬ ଭୋଟର ବିପୁଳ ବ୍ୟବଧାନରେ ଡିଏମକେ ବିଧାୟକ ଏଏମଭି ପ୍ରଭାକର ରାଜାଙ୍କୁ ପରାସ୍ତ କରିଛନ୍ତି ।
ନିର୍ବାଚନରେ ବିଜୟ ହାସଲ କରିବା ପରେ, ଆର. ସବରିନାଥନ କହିଛନ୍ତି, "ମୁଁ ବହୁତ ଖୁସି । ଡିଏମକେ ସମାପ୍ତ ହୋଇଛି ।" ଏହି ବିଜୟ ରାଜ୍ୟର ନିର୍ବାଚନୀ ଦୃଶ୍ୟପଟ୍ଟରେ ଟିଭିକେର ବଢ଼ୁଥିବା ଉପସ୍ଥିତିକୁ ଆହୁରି ମଜଭୁତ କରିଛି । ଟିକେଟ୍ ଦେବା ସମୟରେ କାନ୍ଦି ପକାଇଥିଲେ ବିଜୟଙ୍କ ଡ୍ରାଇଭରର ପୁଅ, ଆଉ ଏବେ ମଧ୍ୟ ବିଜୟ ହାସଲ କରିବା ପରେ ସେ କାନ୍ଦି ପକାଇଛନ୍ତି । ବିଜୟ ତାଙ୍କ ଲୁହ ପୋଛୁଥିବା ଦେଖିବାକୁ ମିଳିଛି ।

- ଏବେ କେତେ ମିଳିବ ଦରମା ?
- ଦୁଇଟି ଆସନରେ ବିଜୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଗୋଟିଏ ପରିବାର, ୨ଟି ବିଧାନସଭା, ୩ଟି ପାର୍ଟି; ଏବେ ସମସ୍ତେ ଯିବେ ବିଧାନସଭା
- TVKର ବଡ଼ ବିଜୟ
Related Topics
Explore more stories