Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମତ ଗଣନା ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ଗଡ଼ବଡ଼; ରାସ୍ତା କଡ଼ରୁ ମିଳିଲା VVPAT ସ୍ଲିପ୍

Politics

VVPAT Slips on Road / ମତ ଗଣନା ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ଗଡ଼ବଡ଼; ରାସ୍ତା କଡ଼ରୁ ମିଳିଲା VVPAT ସ୍ଲିପ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମତ ଗଣନା ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ଗଡ଼ବଡ଼; ରାସ୍ତା କଡ଼ରୁ ମିଳିଲା VVPAT ସ୍ଲିପ୍
Hours Before Counting, VVPAT Slips Found on Road

Key Points

ରାତି ପାହିଲେ ପଶ୍ଚିମବଙ୍ଗରେ ଖୋଲିବ ଇଭିଏମ୍ । ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଗଣତିର ପଶ୍ଚିମବଙ୍ଗର କିଛି ସ୍ଥାନରେ VVPAT ସ୍ଲିପ୍ ଫିଙ୍ଗି ଦିଆଯାଇଛି ।
କୋଲକାତା: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ପଶ୍ଚିମବଙ୍ଗରେ ଖୋଲିବ ଇଭିଏମ୍ । ଆରମ୍ଭ ହେବ ଭୋଟ୍ ଗଣତି । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ଗଣତିର ପଶ୍ଚିମବଙ୍ଗର କିଛି ସ୍ଥାନରେ VVPAT ସ୍ଲିପ୍ ଫିଙ୍ଗି ଦିଆଯାଇଥିବା ଖବର ଆସୁଛି ।

ଦାବି କରାଯାଉଛି ଯେ, ଫିଙ୍ଗି ଦିଆଯାଇଥିବା VVPAT ସ୍ଲିପ୍ ଗୁଡ଼ିକ ନୋଆପାରା ବିଧାନସଭା ଆସନର । ଏସବୁ ସ୍ଲିପ୍ ନୀଳଗଞ୍ଜ ସୁଭାଷନଗରର ଏକ ପେଟ୍ରୋଲ୍ ପମ୍ପ ନିକଟରୁ ମିଳିଛି । ଖବର ପାଇବା ପରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ରାତି ପାହିଲେ ୪ ରାଜ୍ୟର ନିର୍ବାଚନୀ ରେଜଲ୍ଟ; ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼, ହେବ କି ସତ୍ତା ପରିବର୍ତ୍ତନ ? 

ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ନୋଆପାରା ବିଧାନସଭା ମଣ୍ଡଳୀ ରହିଛି । ନୋଆପାରା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଅର୍ଜୁନ ସିଂହ ଏହାକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି ।


ଏକ୍ସ ପୋଷ୍ଟରେ ଅର୍ଜୁନ ଲେଖିଛନ୍ତି, "୧୦୭-ନୋଆପାରା ବିଧାନସଭା ଅନ୍ତର୍ଗତ ଗଋଡ଼ିଆ ସ୍ଥିତ ବୁଥ୍ ସଂଖ୍ୟ ୨୯ର ଶତାଧିକ VVPAT ସ୍ଲିପ୍ ଫିଙ୍ଗି ଦିଆ ଯାଇଛି । ଯାହା ଦତ୍ତାପୁକୁର ଥାନା ଓ ମଧ୍ୟମଗ୍ରାମ ବିଧାନସଭାର ସୁଭାଷନଗରର ଅଳିଆ ଗଦାରୁ ମିଳିଛି ।"

ତେବେ ରାସ୍ତା କଡ଼ ଅଳିଆ ଗଦାରୁ ପୁଳା ପୁଳା VVPAT ସ୍ଲିପ୍ ମିଳିବାକୁ ନେଇ ଅର୍ଜୁନ ସିଂହ ପ୍ରଶ୍ନ ଉଠାଇଛନ୍ତି । ପଚାରିଛନ୍ତି ଏହା କିଭଳି ସମ୍ଭବ ? VVPAT ସ୍ଲିପ୍‌କୁ ସମ୍ବନ୍ଧିତ ଇଭିଏମ୍ ସହ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବା କଥା । ତେବେ ଅଳିଆ ଗଦାରେ କିଏ ଫିଙ୍ଗିଲା ?

ବିଜେପି ପ୍ରାର୍ଥୀ ଅର୍ଜୁନ ସିଂହ, VVPAT ସ୍ଲିପ୍ ଫିଙ୍ଗିବା ଘଟଣାର ତଦନ୍ତ ପାଇଁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ମାମଲାରେ ସମ୍ପୃକ୍ତ ଦୋଷୀଙ୍କୁ ଚିହ୍ନଟ କରି ଭୋଟ୍ ଗଣନା ଯେପରି ପ୍ରଭାବିତ ନ ହେବ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ତେବେ ଏସବୁ VVPAT ସ୍ଲିପ୍ ମକ ପୋଲ୍‌ର ନା ଭୋଟିଂର ତାହା ସ୍ପଷ୍ଟ ହୋଇ ନାହିଁ ।

ଏଥିସହ ପଢ଼ନ୍ତୁ: ତ୍ରିସ୍ତରୀୟ ସୁରକ୍ଷା ଘେରା ସହ QR Code Entry; ଭୋଟ ଗଣତି ପାଇଁ ଏପରି ହୋଇଛି ପ୍ରସ୍ତୁତି 

ସକାଳ ୮ଟାରୁ ଭୋଟ୍ ଗଣତି

ସୋମବାର ସକାଳ ୮ଟାରୁ ପଶ୍ଚିମବଙ୍ଗରେ ଭୋଟ୍ ଗଣତି କରାଯିବ । ଫାଲ୍ଟା ବିଧାନସଭା ଆସନରେ ପୁନଃ ମତଦାନ ହେବାକୁ ଥିବାରୁ ଏବେ ୨୯୩ ଆସନର ମତଗଣନ ହେବ । ଗଣତି ଲାଗି ମୋଟ ୫୩୯ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ରାଜ୍ୟ ପୋଲିସ, ରାଜ୍ୟ ସଶସ୍ତ୍ର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନେଇ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି ସମ୍ପୂର୍ଣ୍ଣ ନ ସରିବା ପ୍ଯର୍ଯ୍ୟନ୍ତ ଦଳୀୟ ଏଜେଣ୍ଟ ଗଣତି କେନ୍ଦ୍ର ଛାଡ଼ି ପାରିବେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
VVPAT Slips Found on Road in West Bengal Before Counting, Probe Demanded | Argus News | Argus News