Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତ୍ରିସ୍ତରୀୟ ସୁରକ୍ଷା ଘେରା ସହ QR Code Entry; ଭୋଟ ଗଣତି ପାଇଁ ଏପରି ହୋଇଛି ପ୍ରସ୍ତୁତି

Politics

West Bengal Vote Counting Preparation / ତ୍ରିସ୍ତରୀୟ ସୁରକ୍ଷା ଘେରା ସହ QR Code Entry; ଭୋଟ ଗଣତି ପାଇଁ ଏପରି ହୋଇଛି ପ୍ରସ୍ତୁତି

Subhramjit Ray
Browse all articles by Subhramjit Ray
·1 hour ago·4 min read
 ତ୍ରିସ୍ତରୀୟ ସୁରକ୍ଷା ଘେରା ସହ QR Code Entry; ଭୋଟ ଗଣତି ପାଇଁ ଏପରି ହୋଇଛି ପ୍ରସ୍ତୁତି
West Bengal Vote Counting Preparation

Key Points

ଭୋଟ ଗଣତି ପୂର୍ବରୁ ପଶ୍ଚିମ ବଙ୍ଗରେ ଲାଗୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ଦେଶର ନିର୍ବାଚନ ପ୍ରକ୍ରିୟା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ଗଣତନ୍ତ୍ରର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ ଭାବରେ ସମାପ୍ତ କରିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଡିଜିଟାଲ୍ ନିରୀକ୍ଷଣ, ସୁରକ୍ଷା ବାହିନୀର ବ୍ୟାପକ ମୁତୟନ ଏବଂ କଠୋର ନିୟମ କାର୍ଯ୍ୟକାରୀ କରାଯାଉଛି।
West Bengal Counting Centres Security Arrangement: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମେ ୪ ତାରିଖ ସୋମବାର ହେବାକୁ ଯାଉଛି ଭୋଟ ଗଣତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ଭୋଟ ଗଣତି ହେବାକୁ ଯାଉଥିବାରୁ ମତଗଣନା କେନ୍ଦ୍ରକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ ମଜବୁତ କରାଯାଇଛି। ନିର୍ବାଚନ କମିଶନ ରାଜ୍ୟର ସମସ୍ତ ମତ ଗଣନା କେନ୍ଦ୍ରକୁ ହାଇ ସିକ୍ୟୁରିଟି ଜୋନ୍ ରେ ପରିଣତ କରିଛନ୍ତି ଯେଉଁଠି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କବଚ, ଡିଜିଟାଲ୍ ମନିଟରିଂ, କଠୋର ପ୍ରବେଶ ନିୟମ ଏବଂ କେନ୍ଦ୍ରୀୟ ବାହିନୀ ଯବାନଙ୍କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ମତ ଗଣନା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିରପେକ୍ଷ, ସ୍ୱଚ୍ଛ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରି ସାରିଛନ୍ତି ନିର୍ବାଚନ ଆୟୋଗ।

ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପଶ୍ଚିମବଙ୍ଗର ପ୍ରତ୍ୟେକ ମତ ଗଣନା କେନ୍ଦ୍ରକୁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି।

ପ୍ରଥମ ସ୍ତର: ରାଜ୍ୟ ପୋଲିସ ବାହିନୀ ବାହ୍ୟ ସ୍ତରରେ ମୁତୟନ କରାଯାଇଛି। ଏହି ସର୍କଲ୍ ଗଣନା କେନ୍ଦ୍ର ଠାରୁ ପ୍ରାୟ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ବିସ୍ତୃତ। ଯେକୌଣସି ଅନଧିକୃତ ଯାନବାହନ, ଭିଡ଼ କିମ୍ବା ସନ୍ଦିଗ୍ଧ କାର୍ଯ୍ୟକଳାପକୁ ତୁରନ୍ତ ରୋକା ଯାଉଛି। କେବଳ ଅଧିକୃତ ବ୍ୟକ୍ତି ଏବଂ ଯାନବାହନକୁ ଆଗକୁ ଯିବା ଲାଗି ଅନୁମତି ଦେବା ପାଇଁ ପୋଲିସ ଦାୟୀ।

ଦ୍ୱିତୀୟ ସ୍ତର: କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ (CAPF) ଦ୍ୱିତୀୟ ସ୍ତରରେ ନିୟୋଜିତ କରାଯାଇଛି। ଏଠାରେ ପ୍ରବେଶ କରିବା ପାଇଁ କଡ଼ାକଡ଼ି ଭାବେ ପରିଚୟ ଯାଞ୍ଚ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରବେଶ ପୂର୍ବରୁ ସେମାନଙ୍କ ଦସ୍ତାବିଜ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି।

ତୃତୀୟ ସ୍ତର: ଏହା ସବୁଠାରୁ ସମ୍ବେଦନଶୀଳ ଏବଂ ସୁରକ୍ଷିତ ଅଞ୍ଚଳ। ଯାହା ମତ ଗଣନା କେନ୍ଦ୍ର ବାହାରେ ଅବସ୍ଥିତ। ଏହାର ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରୀୟ ବାହିନୀ ନିୟୋଜିତ ରହିଛି। କେବଳ QR କୋଡ୍-ଆଧାରିତ ଫଟୋ ପରିଚୟ ପତ୍ର ଥିବା ଅଧିକାରୀ, କର୍ମଚାରୀ ଏବଂ ଏଜେଣ୍ଟ ଏଠାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ସ୍କାନିଂ ବିନା କାହାକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ।

ଏହା ସହ ପଢନ୍ତୁ: ଫାଲ୍ଟା ଆସନର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ହେବ ପୁନର୍ବାର ମତଦାନ; ନିର୍ଦ୍ଦେଶ ଦେଲେ ECI

ଡିଜିଟାଲ୍ ନୀରିକ୍ଷଣ ବ୍ୟବସ୍ଥା; ଜ୍ଞାନକୌଶଳ ମାଧ୍ୟମରେ ସ୍ୱଚ୍ଛତା
ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱଚ୍ଛତା: ଏଥର ମତଗଣନା ବେଳେ କୌଣସି ପ୍ରକାରର ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାରେ ଡିଜିଟାଲ୍ ଜ୍ଞାନକୌଶଳର ବ୍ୟାପକ ବ୍ୟବହାର କରାଯାଇଛି। ପ୍ରଥମ ଥର ପାଇଁ, ରିଟର୍ଣ୍ଣିଂ ଅଧିକାରୀ ଏବଂ ଗଣନା ଏଜେଣ୍ଟ ଙ୍କ ପାଇଁ QR କୋଡ୍-ସକ୍ଷମ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ମତଗଣନା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଦସ୍ତାବିଜ ଯାଞ୍ଚ କରାଯିବ। ଯାହା ଜାଲିଆତି ପ୍ରବେଶ ସମ୍ଭାବନାକୁ ଦୂର କରିବ।

ସିସିଟିଭି ଏବଂ ୱେବକାଷ୍ଟିଂ
ଷ୍ଟ୍ରଙ୍ଗ ରୁମ୍ ଠାରୁ ଗଣନା ଟେବୁଲ ପର୍ଯ୍ୟନ୍ତ ସବୁଠି ସିସିଟିଭି କ୍ୟାମେରା ଲଗାଯାଇଛି। ଏଠାରୁ ଲାଇଭ୍ ଫିଡ୍ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଦିଲ୍ଲୀରେ ନିର୍ବାଚନ କମିଶନ ମୁଖ୍ୟାଳୟକୁ ପଠାଯାଉଛି। ଏହା ସମଗ୍ର ପ୍ରକ୍ରିୟାର ପ୍ରକୃତ ସମୟ ମନିଟରିଂ ବ୍ୟବସ୍ଥାକୁ ସକ୍ଷମ କରିଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏପରି ଡିଜିଟାଲ ମନିଟରିଂ କେବଳ ସ୍ୱଚ୍ଛତା ବୃଦ୍ଧି କରେ ନାହିଁ ବରଂ ବିବାଦ ଉପୁଜିଲେ ପ୍ରମାଣ ଭାବରେ ମଧ୍ୟ କାର୍ଯ୍ୟ କରେ।

ମୋବାଇଲ୍ ଫୋନ୍ ବ୍ୟାନ୍: ଗଣନା ହଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାରକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି। କେବଳ ପର୍ଯ୍ୟବେକ୍ଷକ ଏବଂ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। କୌଣସି ସୂଚନା ଲିକ୍, ଗୁଜବ କିମ୍ବା ଅନୁଚିତ ପ୍ରଭାବକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

ତୃଣମୂଳ ସ୍ତରରେ ମଜବୁତ ସୁରକ୍ଷା ବ୍ୟବସ୍ଥା
ସମଗ୍ର ରାଜ୍ୟରେ ୭୮୦ ରୁ ଅଧିକ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀକୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି। କେବଳ କୋଲକାତା ସହରରେ ପ୍ରାୟ ୬୦ କମ୍ପାନୀ ମୁତୟନ କରାଯାଇଛି। ଦକ୍ଷିଣ ୨୪ ପରଗନା ଏବଂ ବୀରଭୂମି ଭଳି ସମ୍ବେଦନଶୀଳ ଜିଲ୍ଲାରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ କେବଳ ୭୭ ଜଣ ସ୍ୱତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ପର୍ଯ୍ୟବେକ୍ଷକ ସିଧାସଳଖ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଯାହା ଫଳରେ କୌଣସି ବିଶୃଙ୍ଖଳା ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ଏହାସ ସହ ପଢନ୍ତୁ: ଶେଷ ହେଲା ପୁନଃ ମତଦାନ; ଟିଏମସି ଧମକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ଧାରା ୧୪୪ ଏବଂ ଚେକ୍ ପଏଣ୍ଟ
ମତ ଗଣନା କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି। ଯାହା ୪ କିମ୍ବା ଏହା ଠାରୁ ଅଧକ ଲୋକଙ୍କ ସମାଗମକୁ ନିଷେଧ କରିଛି। ଆନ୍ତଃରାଜ୍ୟ ଏବଂ ଜିଲ୍ଲା ସୀମାରେ ଯାଞ୍ଚ ପଏଣ୍ଟ ସ୍ଥାପନ କରାଯାଇଛି। ଯାହା ଫଳରେ ଏଠାରେ ଯିବା ଆସିବା କରୁଥିବା ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରାଯାଉଛି। ବାହାର ଲୋକଙ୍କ ପ୍ରବେଶକୁ ରୋକିବା ପାଇଁ ଆବଶ୍ୟକୀୟ ସତର୍କତାମୂଳଖ ପଦକ୍ଷେପ ନିଆଯାଉଛି। ଫାଲଟା ଏବଂ ଅନ୍ୟ କିଛି ଅଞ୍ଚଳରେ ଉତ୍ତେଜନା ଖବର ଆସିବା ପରେ,ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅତିରିକ୍ତ କ୍ୱିକ୍ ରେସପନ୍ସ ଟିମ୍ (QRTs) ସେଠାରେ ନିୟୋଜିତ କରାଯାଇଛି।

ଅଭେଦ୍ୟ ଗଡ଼ ପାଲଟିଛି ଷ୍ଟ୍ରଙ୍ଗ ରୁମ୍
ମତଦାନ ଶେଷ ହେବା ପରେ ଯେଉଁ ଷ୍ଟ୍ରଙ୍ଗ ରୁମ୍ ରେ EVM ଏବଂ VVPAT ମେସିନ୍ ରଖାଯାଇଛି ସେଠାକାର ସୁରକ୍ଷା ବ୍ୟବସ୍ଥା କୌଣସି ଅଭେଦ୍ୟ ଦୁର୍ଗ ଠାରୁ କମ୍ ନାହିଁ। ଏହା ଉପରେ ୨୪ ଘଣ୍ଟିଆ ସତର୍କ ନଜର ରଖାଯାଉଛି। ସେଠାରେ କେନ୍ଦ୍ରୀୟ ବାହିନୀର ନିରନ୍ତର ମୁତୟନ ମଧ୍ୟରେ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଉପସ୍ଥିତ ଅଛନ୍ତି। ଭୋଟ ଗଣତି ପୂର୍ବରୁ କୌଣସି ପ୍ରକାରର ହେରଫେର ସମ୍ଭାବନା ଯେପରି ନ ଉପୁଜେ ତାହାକୁ ନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନିର୍ବାଚନ କମିଶନ ଏଥର ସୁରକ୍ଷା ସମ୍ପର୍କରେ "ଶୂନ୍ୟ ସହନଶୀଳତା" ନୀତି ଗ୍ରହଣ କରିଛନ୍ତି। ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀ କହିଛନ୍ତି ଯେ କୌଣସି ପ୍ରକାରର ଅବହେଳା କିମ୍ବା ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ। ପୂର୍ବ ନିର୍ବାଚନ ସମୟରେ ହିଂସା କିମ୍ବା ଉତ୍ତେଜନା ଘଟଣା ରିପୋର୍ଟ ହୋଇଥିବା ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Election Counting: 3-Tier Security & QR Code Entry Implemented | Argus News