Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

CAPF Security for WB Poll / ସୈନ୍ୟ ଶିବିର ପାଲଟିବ ପଶ୍ଚିମବଙ୍ଗ! ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ CAPF

Subhramjit Ray
Browse all articles by Subhramjit Ray
·3 months ago·2 min read
ସୈନ୍ୟ ଶିବିର ପାଲଟିବ ପଶ୍ଚିମବଙ୍ଗ! ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ରହିବେ CAPF
CAPF Security for WB Poll

Key Points

ବିଧାନସଭା ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମଗ୍ର ପଶ୍ଚିମବଙ୍ଗକୁ ସୈନ୍ୟ ଶିବରରେ ପରିଣତ କରାଯିବ।   
CAPF Deployment for WB Poll 2026: ଶାନ୍ତିପୂର୍ଣ୍ଣ ଉପାୟରେ ଅନୁଷ୍ଠିତ ହେବ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ​​ମତଦାନ। ଆଉ ଏଥିପାଇଁ
ନିର୍ବାଚନ ଆୟୋଗ (ଇସିଆଇ) ନିରନ୍ତର ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟରେ ନିରାପଦ ଏବଂ ସୁରକ୍ଷିତ ମତଦାନ ସୁନିଶ୍ଚିତ କରିବା ପାଇଁ ଇସିଆଇ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରିବାକୁ ଯୋଜନା କରଛନ୍ତି। କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (ସିଆରପିଏଫ) ର ୨୪୦୦ କମ୍ପାନୀ ପଶ୍ଚିମବଙ୍ଗରେ ନିୟୋଜଡିତ କରିବାକୁ ପୂର୍ବରୁ ଯୋଜନା ହୋଇଥିଲା। ହେଲେ ବର୍ତ୍ତମାନ ପୃଥକ ଭାବରେ ୩୦୦୦ ସଶସ୍ତ୍ର ପୋଲିସ ବଳଙ୍କୁ ମୁତୟନ କରିବା ନେଇ ବିଚାର କରାଯାଉଛି। ଏତେ ସଂଖ୍ୟାରେ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବାର ଅର୍ଥ ହେଉଛି ବିଧାନସଭା ନିର୍ବାଚନ ସମୟରେ ସମଗ୍ର ପଶ୍ଚିମବଙ୍ଗକୁ ସମ୍ପୂର୍ଣ୍ଣ ସୈନ୍ୟ ଶିବିରରେ ପରିଣତ କରାଯିବ।

ନିର୍ବାଚନ କମିଶନ ଅନ୍ୟ ରାଜ୍ୟରୁ ମୁଖ୍ୟତଃ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶରୁ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ସୋମବାର (ଅପ୍ରେଲ ୬) ଏନେଇ ଘୋଷଣା କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଏହି ସୁରକ୍ଷା ବାହିନୀ ଅପ୍ରେଲ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କେନ୍ଦ୍ରୀୟ ବାହିନୀର ଉପସ୍ଥିତିକୁ ଆହୁରି ମଜବୁତ କରିବ।

Also Read: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ମାର୍ଚ୍ଚ ୮ରୁ ସ୍ଥିତି ପରଖିବେ ନିର୍ବାଚନ ଆୟୋଗ

ସମ୍ବେଦନଶୀଳତା ଯୋଗୁଁ ନିଷ୍ପତ୍ତି ନିଆଯାଇଛି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଅନ୍ୟ ରାଜ୍ୟରୁ ପ୍ରାୟ ୩,୦୦୦ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ନିୟୋଜିତ ହୋଇଥିବା ବାହିନୀରେ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଅତିରିକ୍ତ ବାହିନୀର ଯବାନଙ୍କୁ ଆଣି ପଶ୍ଚିମବଙ୍ଗରେ ମୁତୟନ କରାଯିବ।

୨୪୦୦ କମ୍ପାନୀ ମୁତୟନ ପାଇଁ ପୂର୍ବରୁ ହୋଇଛି ଯୋଜନା
ଅଧିକାରୀ କହିଛନ୍ତି ଯେ ଅପ୍ରେଲ ୧୩ ତାରିଖରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ କେନ୍ଦ୍ରୀୟ ବଳର ଯବାନ ପଶ୍ଚିମବଙ୍ଗ ଆସିବେ। ନିର୍ବାଚନ କମିଶନ ପୂର୍ବରୁ ସମଗ୍ର ରାଜ୍ୟରେ ୨୪୦୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ ଯୋଜନା କରିଛନ୍ତି।

କେବଳ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନୁହେଁ ବରଂ ଇଭିଏମ୍ ଏବଂ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ପାଇଁ ମଧ୍ୟ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯିବ। ନିର୍ବାଚନ କମିଶନ ଏ ସମ୍ପର୍କିତ ନିଷ୍ପତ୍ତି ଆଗୁଆ ନେଇ ସାରିଛନ୍ତି। ମତଦାନ ପରେ ଇଭିଏମ୍ ଏବଂ ଷ୍ଟ୍ରଙ୍ଗ ରୁମ୍ ର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମିଶନ ଅପ୍ରେଲ ୨୯ ତାରିଖ ପରେ ସିଆରପିଏଫ (CRPF) ର ୨୦୦ କମ୍ପାନୀ ମୁତୟନ କରିବାକୁ ଘୋଷଣା କରିଛନ୍ତି। ନିର୍ବାଚନ ପରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମିଶନ କହିଛନ୍ତି। ପଶ୍ଟିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କମିଶନ ମୋଟ ୨୪୦୦ ସିଆପପିଏଫ୍ କମ୍ପାନୀ ମୁତୟନ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WB Election 2026: 2400 CAPF Companies to Secure West Bengal Polls | Argus News