Videos
|
Politics

West Bengal Civic Polls 2026 / ଦଳୀୟ ଟିକେଟ ପାଇଁ ବିଜେପି ନେଲା ଅନନ୍ୟ ନିଷ୍ପତ୍ତି; ପ୍ରାର୍ଥୀ କରିବେ ଏପରି ଆବେଦନ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦଳୀୟ ଟିକେଟ ପାଇଁ ବିଜେପି ନେଲା ଅନନ୍ୟ ନିଷ୍ପତ୍ତି; ପ୍ରାର୍ଥୀ କରିବେ ଏପରି ଆବେଦନ
West Bengal Civic Polls 2026

Key Points

ପଶ୍ଚିମବଙ୍ଗରେ ଆଗାମୀ ନଗର ନିଗମ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପାଇଁ ଶାସକ ବିଜେପି ଏକ ଅନନ୍ୟ ପ୍ରକ୍ରିୟା ଆରମ୍ଭ କରିଛି। ଦଳୀୟ କାର୍ଯ୍ୟାଳୟରେ ଡ୍ରପ୍ ବାକ୍ସ ସ୍ଥାପନ କରାଯାଇଛି ଯେଉଁଠାରେ ବିଜେପି ଟିକେଟ୍ ଚାହୁଁଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ଦାଖଲ କରିବାକୁ ହେବ। 
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ପରେ ଏବେ ପୌର ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରୁଥିବା ବିଜେପି, ଏହି ନିର୍ବାଚନରେ ଆଶାୟୀ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍ ଦେବା ପାଇଁ ଏକ ଅନନ୍ୟ ପଦ୍ଧତି ଗ୍ରହଣ କରିଛି। ଯଦି କୌଣସି ପ୍ରାର୍ଥୀ ବିଜେପି ଟିକେଟ୍ ଚାହୁଁଛନ୍ତି, ତାହେଲେ ସେ ତାଙ୍କର ଆବେଦନ ପତ୍ର ଏକ ଡ୍ରପ୍ ବାକ୍ସ ମଧ୍ୟରେ ପକାଇ ପାରିବେ। ବିଗତ କିଛି ଦିନ ପରେ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଦଳ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିଛି।

ହାୱଡ଼ା-କୋଲକାତା ନଗର ନିଗମରେ ହେବାକୁ ଯାଉଛି ନିର୍ବାଚନ
ବିଗଛି ଦିନ ମଧ୍ୟରେ ପଶ୍ଚିମବଙ୍ଗର ଦୁଇ ପ୍ରମୁଖ ସହର ହାୱଡ଼ା ଏବଂ କୋଲକାତା ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ। ଏହି ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହେବାକୁ ଆଗ୍ରହୀ ରହିଥିବା ଆଶାୟୀ ଆବେଦନ ପତ୍ର ଦାଖଲ କରିପାରିବେ। ଉତ୍ତର କୋଲକାତା ସ୍ଥିତ ମୁରଲୀଧର ସେନ ଲେନ୍ ଠାରେ ଅବସ୍ଥିତ ରହିଥିବା ଦଳୀୟ କାର୍ଯ୍ୟାଳୟରେ ରକାଯାଇଥିବା ଏକ ଡ୍ରପ୍ ବାକ୍ସରେ ଆବେଦନ ପତ୍ର ଦାଖଲ କରାଯାଇ ପାରିବ।

ଏଥି ସହ ପଢନ୍ତୁ:  ମମତା ଗଡରେ ଧସେଇ ପଶିବାରେ ବିଜେପି ସଫଳ ହୋଇଛି

କେନ୍ଦ୍ରମନ୍ତ୍ରୀ କହିଲେ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଦାଖଲ କରିହେବ ଆବେଦନ
କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି ଯେ କୋଲକାତା ଏବଂ ହାୱଡା ନଗର ନିଗମ ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀ ଅକ୍ଟୋବର ୨୬ ତାରିଖ ସୋମବାର ସନ୍ଧ୍ୟା ପାଞ୍ଚଟା (05:00 PM) ସୁଦ୍ଧା ସେମାନଙ୍କର ଆବେଦନ ଦାଖଲ କରିପାରିବେ। ସେ କହିଛନ୍ତି ଯେ ପ୍ରାର୍ଥୀ ଚୟନରେ ସେମାନଙ୍କର ସାର୍ବଜନୀନ ଭାବମୂର୍ତ୍ତିକୁ ପ୍ରାଥମିକତା ଦିଆଯିବ। ଦଳ ବିଭିନ୍ନ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଆବେଦନ ଲୋଡୁଛି।

ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ୩ ଦିନ ପରେ ପ୍ରକାଶ କରାଯିବ ପ୍ରାର୍ଥୀ ତାଲିକା
କୋଲକାତା ନଗର ନିଗମ (କେଏମସି) ନିର୍ବାଚନ ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ମନ୍ତ୍ରୀ କହିଛନ୍ତି ଯେ ଦଳ ନଗର ନିଗମ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବାର ୩ ଦିନ ମଧ୍ୟରେ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ରାଜ୍ୟର ବିକାଶରେ ଯୋଗଦାନ ଦେବା ପାଇଁ ପ୍ରମୁଖ ବ୍ୟକ୍ତିଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ନିବେଦନ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁମାନେ ଦଳକୁ କଷ୍ଟକର ସମୟରେ ସମର୍ଥନ କରିଛନ୍ତି ସେମାନଙ୍କୁ ଦିଆଯିବ ପ୍ରାଥମିକତା 
ପୂର୍ବତନ ପଶ୍ଚିମବଙ୍ଗ ବିଜେପି ସଭାପତି ତଥା ରାଜ୍ୟର ବାଲୁରଘାଟ ଲୋକସଭା ଆସନର ସାଂସଦ ସୁକାନ୍ତ ମଜୁମଦାର ପୁନରାବୃତ୍ତି କରିଥିଲେ ଯେ, "ନଗର ନିଗମ ନିର୍ବାଚନ ଘୋଷଣା ହେବାର ୩ ଦିନ ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ତାଲିକା ସାର୍ବଜନୀନ କରାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରାର୍ଥୀ ଚୟନ କରାଯିବା ସମୟରେ, କଷ୍ଟକର ସମୟରେ ଦଳ ସହ ଛିଡ଼ା ହୋଇଥିବା ଦଳୀୟ କର୍ମକର୍ତ୍ତା, ସମର୍ଥକ, ନେତାଙ୍କୁ ପ୍ରାଥମିକତା ଦିଆଯିବ।