West Bengal Elections / ପ୍ରଥମ ପର୍ଯ୍ୟାୟ ଲାଗି ସରିଛି ପ୍ରଚାର; ଗୁରୁବାର ଭୋଟ୍, ଚର୍ଚ୍ଚାରେ ଏହି ୭ ଆସନ
·2 months ago·3 min read

Key Points
୨୩ ଗୁରୁବାର ପଶ୍ଚିମବଙ୍ଗର ୧୫୨ଟି ଆସନରେ ଭୋଟିଂ ହେବ । ୧୬ ଜିଲ୍ଲାର ୧୫୨ ବିଧାନସଭା ଆସନରେ ମତଦାନ ଲାଗି ବୁଧବାର ସନ୍ଧ୍ୟାରେ ପ୍ରଚାର ଥମିଛି । ନଜର ପକାନ୍ତୁ ପ୍ରଥମ ପର୍ଯ୍ୟାୟର ପ୍ରମୁଖ ଆସନ, ବଡ଼ ଚେହେରା ଉପରେ...
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆସନ୍ତାକାଲି ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏପ୍ରିଲ୍ ୨୩ ଗୁରୁବାର ପଶ୍ଚିମବଙ୍ଗର ୧୫୨ଟି ଆସନରେ ଭୋଟିଂ ହେବ । ୧୬ ଜିଲ୍ଲାର ୧୫୨ ବିଧାନସଭା ଆସନରେ ମତଦାନ ଲାଗି ବୁଧବାର ସନ୍ଧ୍ୟାରେ ପ୍ରଚାର ଥମିଛି ।
ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ମତଦାନ ପରେ ବଳକା ଆସନରେ ଏପ୍ରିଲ୍ ୨୯ରେ ଭୋଟିଂ ହେବ । ମେ ୪ ତାରିଖରେ ଆସାମ, କେରଳ, ତାମିଲନାଡ଼ୁ, ପୁଡୁଚେରୀ ସହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
ଏଥିସହ ପଢ଼ନ୍ତୁ: ଦିନକ ପରେ ବେଙ୍ଗଲ ଭୋଟିଂ, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର
ପଶ୍ଚିମବଙ୍ଗରେ ଦ୍ଵିପାକ୍ଷିକ ଲଢ଼େଇ
ପଶ୍ଚିମବଙ୍ଗରେ ହାଇ ଭୋଲଟେଜ୍ ଫାଇଟ୍ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ସହ ବିଜେପିର ଟକ୍କର ହେଉଛି । ପ୍ରଥମ ପର୍ଯ୍ୟାୟରେ ସିଲିଗୁଡ଼ି, ଦାର୍ଜିଲିଂ, କୁଚ୍ଚ ବିହାର, ରାଇଗଞ୍ଜ, ବାଲୁରଘାଟ, ମାଲଦା, ମୁର୍ଷିଦାବାଦ, ଆସାନସୋଲ, ବାଙ୍କୁରା ଓ ବହରମପୁର ଆଦି ପ୍ରମୁଖ ଆସନରେ ମତଦାନ ହେବ ।
ପ୍ରଥମ ପର୍ଯ୍ୟାୟର ପ୍ରମୁଖ ଆସନ, ବଡ଼ ଚେହେରା
ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ବନାମ ପବିତ୍ର କର
ଦିନେ ଟିଏମସିରେ ମମତା ବାନାର୍ଜୀଙ୍କ ଘନିଷ୍ଠ ଥିବା ଶୁଭେନ୍ଦୁ ଅଧିକାରୀ ବର୍ଷାଧିକ ସମୟ ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ବିରୋଧୀ । ଏବେ ନନ୍ଦିଗ୍ରାମ ଆସନରୁ ଲଢ଼ୁଛନ୍ତି ଶୁଭେନ୍ଦୁ ଅଧିକାରୀ । ବିଗତ ୨୦୨୧ ନିର୍ବାଚନରେ ଶୁଭେନ୍ଦୁ ଏହି ନନ୍ଦିଗ୍ରାମ ଆସନରେ ମମତାଙ୍କୁ ପରାସ୍ତ କରିଥିଲେ । ଟିଏମସରୁ ୨୦୨୦ରେ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଶୁଭେନ୍ଦୁ । ଏବେ ଏହି ଆସନରେ ଟିଏମସିର ପବିତ୍ର କରଙ୍କ ସହ ଶୁଭେନ୍ଦୁଙ୍କ ମୁକାବିଲା ହେଉଛି । ପୂର୍ବରୁ ପବିତ୍ର କର, ଶୁଭେନ୍ଦୁଙ୍କ ଘନିଷ୍ଠ ଥିଲେ । ଏବେ ସେ ଟିଏମସିରେ ଯୋଗ ଦେବାପରେ ଶୁଭେନ୍ଦୁଙ୍କ ବିପକ୍ଷରେ ଲଢ଼ୁଛନ୍ତି ।
ବରହମପୁରରେ ଅଧିର ରଞ୍ଜନ ଚୌଧୁରୀ ବନାମ ସୁବ୍ରତ ମୈତ୍ର
ବରହମପୁର ଆସନରୁ ପାଞ୍ଚ ପାଞ୍ଚ ଥରର ସାଂସଦ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ୨୦୨୪ରେ ଟିଏମସି ନେତା ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ଠାରୁ ଏହି ଆସନରୁ ଲୋକସଭା ନିର୍ବାଚନ ହାରିଥିଲେ । ଏବେ ସେ ବିଧାନସଭା ଲାଗି ଭାଗ୍ୟ ପରୀକ୍ଷା କରୁଛନ୍ତି ବରହମପୁର ଆସନରୁ । ତାଙ୍କ ବିପକ୍ଷରେ ଅଛନ୍ତି ବର୍ତ୍ତମାନର ବିଧାୟକ ବିଜେପିର ସୁବ୍ରତ ମୈତ୍ର ।
ଆସାନସୋଲ ଦକ୍ଷିଣରେ ଅଗ୍ନିମିତ୍ର ପଲ୍ ବନାମ ତାପସ ବାନାର୍ଜୀ
ପଶ୍ଚିମବଙ୍ଗ ବିଜେପିର ଆଗ ଧାଡ଼ିର ନାରୀ ନେତ୍ର ହେଉଛନ୍ତି ଅଗ୍ନିମିତ୍ର ପଲ୍ । ୨୦୧୯ରେ ଅଗ୍ନିମିତ୍ର ବିଜେପିର ସାମିଲ୍ ହୋଇ ୨୦୨୧ ବିଧାନସଭା ନିର୍ବାଚନରେ ଟିଏମସିର ସାୟୋନୀ ଘୋଷଙ୍କୁ ହରାଇଥିଲେ । ଏବେ ଅଗ୍ନିମିତ୍ରଙ୍କ ସହ ଟିଏମସିର ତାପସ ବାନାର୍ଜୀ ମୁହାଁମୁହିଁ ହେଉଛନ୍ତି ।
ଖଡ଼ଗପୁର ସଦରରେ ଦିଲୀପ ଘୋଷ ବନାମ ପ୍ରଦୀପ ସର୍କାର
ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବରିଷ୍ଠ ନେତା ଦିଲୀପ ଘୋଷ । ପଶ୍ଚିମବଙ୍ଗରେ ବିଜେପିର ଅଭିବୃଦ୍ଧିର ମଙ୍ଗ ଦିଲୀପ ଘୋଷ ଧରିଥିଲେ । ୨୦୧୬ରେ ପଶ୍ଚିମ ମେଦିନୀପୁରର ଖଡ଼ଗପୁର ସଦର ଆସନରେ ବିଜୟୀ ହୋଇଥିବା ଦିଲୀପ ପୁଣି ଥରେ ଲଢ଼ୁଛନ୍ତି । ଦିଲୀପ ଘୋଷଙ୍କ ବିପକ୍ଷରେ ଅଛନ୍ତି ଟିଏମସିର ପ୍ରଦୀପ ସର୍କାର ।
ମାଥାଭାଙ୍ଗା ଆସନରେ ନିଶୀଥ ପରମାଣିକ ବନାମ ସବ୍ଲୁ ବର୍ମାନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶୀଥ ପରମାଣିକ ବିଜେପି ଟିକେଟରେ ମାଥାଭାଙ୍ଗାରୁ ଲଢ଼ୁଛନ୍ତି । ନିଶୀଥଙ୍କ ବିପକ୍ଷରେ ସବ୍ଲୁ ବର୍ମାନଙ୍କୁ ଛିଡ଼ା କରାଇଛି ଟିଏମସି । ଉତ୍ତର ବଙ୍ଗର ମାଥାଭାଙ୍ଗା ହେଉଛି ଏକ ଚର୍ଚ୍ଚିତ ଆସନ ।
ଏଥିସହ ପଢ଼ନ୍ତୁ: ଭୋଟ ପୂ୍ର୍ବରୁ ବନ୍ଦ ହେଲା ଜୟଗାଓଁ ଗେଟ୍; ଯାତାୟତ ଉପରେ ଲାଗିଲା ରୋକ୍
ଡୋମକଲ ଆସନରରେ ହ୍ୟୁମାୟୁଁ କବୀର ବନାମ ମୋସ୍ତାଫିଜରୁ ରହମାନ
ମମତାଙ୍କ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ହ୍ୟୁମାୟୁଁ କବୀରଙ୍କୁ ଟିଏମ୍ସି ୨୦୨୫ରେ ଦଳରୁ ବହିଷ୍କାର କରିଥିଲା । ଏହାପରେ ହ୍ୟୁମାୟୁଁ ଆମ ଜନତା ଉନ୍ନୟନ ପାର୍ଟି ଗଢ଼ି ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ସିପିଆଇ(ଏମ୍)ର ଏମ୍ଡି ମୋସ୍ତାଫିଜରୁ ରହମାନ ।
ପାଣିହାତୀ ଆସନରୁ ରତ୍ନା ଦେବନାଥ ବନାମ ନିର୍ମଳ ଘୋଷ
ଆର୍ଜି କର ପୀଡ଼ିତାଙ୍କ ମାଆ ହେଉଛନ୍ତି ରତ୍ନା ଦେବନାଥ । ଯାହାଙ୍କୁ ବିଜେପି ଉତ୍ତର ୨୪ ପ୍ରଗଣାର ପାଣିହାତୀ ଆସନରୁ ପ୍ରାର୍ଥୀ କରିଛି । ରତ୍ନାଙ୍କ ବିରୋଧରେ ଲଢ଼ୁଛନ୍ତି ବର୍ତ୍ତମାନର ଟିଏମସି ବିଧାୟକ ନିର୍ମଳ ଘୋଷ । ଏହି ଆସନରୁ ନିର୍ମଳ ୧୯୯୬ରୁ କ୍ରମାଗତ ବିଜୟୀ ହୋଇ ଆସୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories