West Bengal Election 2026 / ପଶ୍ଚିମବଙ୍ଗ ନିର୍ବାଚନ: ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ, ଭାଗ୍ୟ ପରୀକ୍ଷା କରୁଛନ୍ତି ୧,୪୪୮ ପ୍ରାର୍ଥୀ
·2 days ago·2 min read

Key Points
ଆଜି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ
ବାକିଥିବା ୧୪୨ ଆସନ ପାଇଁ ଆଜି ଭୋଟଗ୍ରହଣ
୧୪୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩.୨ କୋଟି ଭୋଟର

ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ପୂର୍ବ ବର୍ଦ୍ଧମାନ, ନଦିଆ, ହାୱଡ଼ା, ହୁଗୁଳି, ଉତ୍ତର ୨୪ ପରଗଣା, ଦକ୍ଷିଣ ୨୪ ପରଗଣା ଏବଂ କୋଲକାତା ସମେତ ୮ ଜିଲ୍ଲାର ୧୪୨ ଆସନରେ ମତଦାନ ହେବ । ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ନନ୍ଦିଗ୍ରାମ ପରେ ଭବନୀପୁରରେ ମମତାଙ୍କୁ ଟକ୍କର ଦେଉଛନ୍ତି ଶୁଭେନ୍ଦୁ ଅଧିକାରୀ ।
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩ କୋଟି ୨୧ ଲକ୍ଷ ୭୩ ହଜାର ୮୩୭ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ କୋଟି ୬୪ ଲକ୍ଷ ୩୫ ହଜାର ୬୨୭ ପୁରୁଷ ଏବଂ ୧ କୋଟି ୫୭ ଲକ୍ଷ ୩୭ ହଜାର ୪୧୮ ମହିଳା ଭୋଟର୍ ରହିଛନ୍ତି । ପ୍ରାୟ ୪୧,୦୦୧ ବୁଥ୍ରେ କେନ୍ଦ୍ରରେ ଅନୁଷ୍ଠିତ ହେବ ମତଦାନ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ସମସ୍ତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କରାଯିବ ।
ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୨୩୨୧ କମ୍ପାନୀ କେନ୍ଦ୍ରୀୟ ବଳର ଯବାନଙ୍କୁ ନିୟୋଜିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୪୨ ସାଧାରଣ ପର୍ଯ୍ୟବେକ୍ଷକ, ୯୫ ପୋଲିସ ପର୍ଯ୍ୟବେକ୍ଷକ ଏବଂ ଅନ୍ୟ ୧୦୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ରାଜଧାନୀ କୋଲକାତା ମହାନଗରୀରେ ୨୭୩ କମ୍ପାନୀ କେନ୍ଦ୍ରୀୟ ବାହିନୀ ନିୟୋଜିତ କରାଯାଇଛି । ମତଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରାଯିବ ।
ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଭାନଗଡ଼ ଆସନରେ ସର୍ବାଧିକ ୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ପର୍ଯ୍ୟାୟରେ ଯେଉଁ ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି ତାହା ମଧ୍ୟରେ ରହିଥିବା ପ୍ରମୁଖ ସିଟ୍ ହେଉଛି କୋଲକାତା ସହର ଉପକଣ୍ଠସ୍ଥ ଭବାନୀପୁର ଏବଂ କୋଲକାତା ପୋର୍ଟ ସହିତ ଭାଟପାରା, ଜଗତଦଲ, ବନଗାଓଁ, ଦମଦମ, ସନ୍ଦେଶଖାଲି, ହିଙ୍ଗଲଗଞ୍ଜ, ରାଣାଘାଟ ଉତ୍ତର, ରାଣାଘାଟ ଦକ୍ଷିଣ, ରାସବିହାରୀ, ବାଲିଗଞ୍ଜ ଏବଂ ଯାଦବପୁର ।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖ ଗୁରୁବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ରାଜ୍ୟର ୧୫୨ ଆସନରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ୯୩.୧୯ ପ୍ରତିଶତ ମତଦାନ ହୋଇଛି ।

ଅଧିକ ପଢ଼ନ୍ତୁ: ଗୁଜରାଟର ସମସ୍ତ ୧୫ ମହାନଗର ନିଗମ ହାତେଇଲା ବିଜେପି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories