ECI Directive For Repoll / ଇଭିଏମ ଯାଞ୍ଚ ପରେ ହୋଇପାରେ ପୁନର୍ବାର ମତଦାନ! ନିର୍ଦ୍ଦେଶ ଦେଲେ ନିର୍ବାତନ ଆୟୋଗ
·3 hours ago·2 min read

Key Points
ଫାଲ୍ଟା ଆସନରେ ବିଜେପି ପ୍ରାର୍ଥୀଙ୍କ ଇଭିଏମ ବଟନ୍ ଟେପ୍ ଲଗାଇ ଲୁଟାଇ ଦିଆଯାଇ ଥିବାର ଅଭିଯୋଗ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଯାଞ୍ଚ କରାଯାଇ ପୁନର୍ବାର ମତଦାନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ECI Directive For Repoll in Falta Area: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବୁଧବାର (ଅପ୍ରେଲ ୨୯) ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ସମୟରେ ଡାଇମଣ୍ଡ ହାର୍ବର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଫାଲଟା ଅଞ୍ଚଳରେ ଅନିୟମିତତା ହୋଇଥିବାର ଅଭିଯୋଗ ଆସିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ ଜବାବ ରଖି ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କହିଛନ୍ତି ଯେ ଯଦି କୌଣସି ପୋଲିଂ ବୁଥ୍ରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଟନ୍ ଟ୍ୟାମ୍ପରିଂ ହୋଇଥିବାର ମିଳେ ତାହା ସେଠାରେ ପୁନର୍ବାର ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ କିଛି ବୁଥ୍ରେ ଭୋଟର ତାଙ୍କର ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେଇପାରି ନାହାଁନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି।
ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଯଦି କୌଣସି ଇଭିଏମ ବଟନ୍ ଟ୍ୟାପିଂ ହୋଇଥିବାର ଖବର ଆସେ, ତାହେଲେ ଏହାର ଯାଞ୍ଚ କରାଯିବ। ଯଦି ଯାଞ୍ଚରୁ ଜଣାପଡ଼େ ଯେ ଇଭିଏମ ଟ୍ୟାମ୍ପରିଂ ହୋଇଛି ତାହେଲେ ସେହି ବୁଥ୍ ରେ ପୁନର୍ବାର ମତଦାନ କରାଯିବ।
ପଶ୍ଚିମବଙ୍ଗ ପାଇଁ ବିଜେପି ସହ-ପ୍ରଭାରୀ ଅମିତ ମାଲବୀୟ ଏହି ପ୍ରସଙ୍ଗ ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଫାଲ୍ଟା ଅଞ୍ଚଳରେ ଅନେକ ପୋଲିଂ ବୁଥ୍ରେ ଟେପ୍ ବ୍ୟବହାର କରି ଇଭିଏମ୍ ଉପରେ ବିଜେପି ପ୍ରାର୍ଥୀଙ୍କ ବଟନ୍ ଲୁଚାଇ ଦେଇଛନ୍ତି। ସେ ଏପରି ଅବ୍ୟବସ୍ତା ହୋଇଥିବା ବୁଥ୍ରେ ପୁନର୍ବାର ମତଦାନ କରିବା ପାଇଁ ଦାବି କରିଥିଲେ।
ଏହା ସହ ପଢନ୍ତୁ: ମୋର୍ଚ୍ଚା ସମ୍ଭାଳିବାକୁ ମୈଦାନକୁ ଓହ୍ଲାଇଲେ ୟୁପି ସିଘଂମ; ଭିଡ଼ିଓ ଭାଇରାଲ
ଏକ ଏକ୍ସ ପୋଷ୍ଟ ସେୟାର କରି ମାଲବୀୟ ଲେଖିଛନ୍ତି, ଡାଇମଣ୍ଡ ହାର୍ବର ସ୍ଥିତ ଫାଲଟା ଆସନରୁ ନିର୍ବାଚନ ଲଢୁଥିବା ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନ୍ ଙ୍କୁ ବଞ୍ଚାଇବା ପାଇଁ ମମତା ବାନାଜୀ ପୁରା ଲାଗି ପଡ଼ିଛନ୍ତି। ଅନେକ ପୋଲିଂ ବୁଥ୍ରେ, ବିଜେପି ପ୍ରାର୍ଥୀଙ୍କ ଇଭିଏମ ବଟନ୍ ଟେପ୍ ଲଗାଇ ଲୁଚାଇ ଦିଆଯାଇଛି। ଯାହା ମତଦାତାଙ୍କୁ ସେମାନଙ୍କର ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବାରୁ ଅଟକାଉଛି। ଏହା ହେଉଛି ତଥାକଥିତ 'ଡାଇମଣ୍ଡ ହାର୍ବର ମଡେଲ', ଯାହା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ତାଙ୍କ ଲୋକସଭା ଆସନ ସୁରକ୍ଷିତ କରିବାରେ ସାହାଯ୍ୟ କରିଥିଲା।
ଏହା ସହ ପଢନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ
ଡାଇମଣ୍ଡ ହାର୍ବର ଆସନରେ ଏଥର ବିଜେପି ପ୍ରାର୍ଥୀ ଦିପକ କୁମାର ହାଲଦର ଏବଂ ବର୍ତ୍ତମାନର ଟିଏମସି ବିଧାୟକ ପନ୍ନା ଲାଲ ହାଲଦରଙ୍କ ମଧ୍ୟରେ ଲଢେଇ ହେଉଛି। ଗତ ୨୦୨୧ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଏହି ଆସନରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ସେହିପରି ଫାଲଟା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଏବଂ ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ମଧ୍ୟରେ ଲଢେଇ ହେଉଛି। ଆସନ୍ତା ମେ ୪ ତାରିଖ ସୋମବାର ପ୍ରକାଶ ପାଇବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ।

This is what Mamata Banerjee was defending when she spoke up for Jehangir Khan, a criminal contesting on a TMC ticket from Falta in Diamond Harbour.
— Amit Malviya (@amitmalviya) April 29, 2026
In several polling booths, the option to vote for the BJP has been blocked using a tape, effectively preventing voters from… pic.twitter.com/sKw3mcdA86
ଏକ ଏକ୍ସ ପୋଷ୍ଟ ସେୟାର କରି ମାଲବୀୟ ଲେଖିଛନ୍ତି, ଡାଇମଣ୍ଡ ହାର୍ବର ସ୍ଥିତ ଫାଲଟା ଆସନରୁ ନିର୍ବାଚନ ଲଢୁଥିବା ଟିଏମସି ପ୍ରାର୍ଥୀ ଜହାଙ୍ଗୀର ଖାନ୍ ଙ୍କୁ ବଞ୍ଚାଇବା ପାଇଁ ମମତା ବାନାଜୀ ପୁରା ଲାଗି ପଡ଼ିଛନ୍ତି। ଅନେକ ପୋଲିଂ ବୁଥ୍ରେ, ବିଜେପି ପ୍ରାର୍ଥୀଙ୍କ ଇଭିଏମ ବଟନ୍ ଟେପ୍ ଲଗାଇ ଲୁଚାଇ ଦିଆଯାଇଛି। ଯାହା ମତଦାତାଙ୍କୁ ସେମାନଙ୍କର ପସନ୍ଦଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବାରୁ ଅଟକାଉଛି। ଏହା ହେଉଛି ତଥାକଥିତ 'ଡାଇମଣ୍ଡ ହାର୍ବର ମଡେଲ', ଯାହା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ତାଙ୍କ ଲୋକସଭା ଆସନ ସୁରକ୍ଷିତ କରିବାରେ ସାହାଯ୍ୟ କରିଥିଲା।
ଏହା ସହ ପଢନ୍ତୁ: ଶେଷ ହେଲା ପ୍ରଚାର; ବୁଧବାର ଅନ୍ତିମ ପର୍ଯ୍ୟାୟ ମତଦାନ
ଡାଇମଣ୍ଡ ହାର୍ବର ଆସନରେ ଏଥର ବିଜେପି ପ୍ରାର୍ଥୀ ଦିପକ କୁମାର ହାଲଦର ଏବଂ ବର୍ତ୍ତମାନର ଟିଏମସି ବିଧାୟକ ପନ୍ନା ଲାଲ ହାଲଦରଙ୍କ ମଧ୍ୟରେ ଲଢେଇ ହେଉଛି। ଗତ ୨୦୨୧ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଏହି ଆସନରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ସେହିପରି ଫାଲଟା ଆସନରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଏବଂ ଟିଏମସି ନେତା ଜାହାଙ୍ଗୀର ଖାନଙ୍କ ମଧ୍ୟରେ ଲଢେଇ ହେଉଛି। ଆସନ୍ତା ମେ ୪ ତାରିଖ ସୋମବାର ପ୍ରକାଶ ପାଇବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories