WB New CM / ଆଜି ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର; କୋଲକାତାରେ ଅମିତ ଶାହ
·19 hours ago·3 min read

Key Points
ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଢୁଛି ଉତ୍କଣ୍ଠା
ଆଜି ନାମ ଘୋଷଣା କରିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ମେ ୯ ତାରିଖରେ ଶପଥ ନେବେ ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ
ଆଜି ନାମ ଘୋଷଣା କରିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ମେ ୯ ତାରିଖରେ ଶପଥ ନେବେ ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ
ପଶ୍ଚିମହଙ୍ଗରୁ ଦିଦି ବିଦା ହେବା ପରେ କିଏ ହେବେ ବିଜେପି ମୁଖ୍ୟମନ୍ତ୍ରୀ ତାକୁ ନେଇ ବଢ଼ିଛି ଉତ୍କଣ୍ଠା । ଏହାରି ଭିତରେ ବିଜେପି ବିଧାୟକ ଦଳ ନେତା ନିର୍ବାଚନ କରିବାକୁ ଓ ମୁଖ୍ୟମନ୍ତ୍ରୀ ଚେହେରା ବାଛିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପର୍ଯ୍ୟବେକ୍ଷକ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେପି ସଂସଦୀୟ ବୋର୍ଡ । ସେପଟେ ଆଗାମୀ ୯ ତାରିଖରେ ବଙ୍ଗରେ ନୂଆ ସରକାର ଶପଥ ଗ୍ରହଣ କରିବାକୁ ଥିବାରୁ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଅମିତ ଶାହ । ଆଜି ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରନ୍ତି ଶାହ ।
ପଢନ୍ତୁ ଏହି ଖବର: ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ; ନିର୍ବାଚନ ହାରିବା ପରେ ଇସ୍ତଫା ଦେବାକୁ ମନା କରିଥିଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗରେ ବିଜେପି ପ୍ରଥମ ଥର ଲାଗି ସରକାର ଗଢିବାକୁ ଯାଉଥିବାରୁ ରାଜ୍ୟରେ ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୯ ତାରିଖରେ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ସମସ୍ତ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର ସମ୍ଭାବନା ରହିଛି ।
- ଅପରାହ୍ନ ୩ଟାରେ ବସିବ ବୈଠକ
- ଶାହଙ୍କୁ 'ଆଧୁନିକ ଯୁଗର ଚାଣକ୍ୟ' କହିଲେ ଶୁଭେନ୍ଦୁ
Extended a Hearty Welcome to the Hon'ble Union Home Minister Shri @AmitShah Ji on his arrival at the Netaji Subhash Chandra Bose International Airport at Kolkata.
— Suvendu Adhikari (@SuvenduWB) May 8, 2026
This is the first time 'The Modern Day Chanakya' is visiting the Pious Land of West Bengal following the resounding… pic.twitter.com/HEoz1ZNFbP
- ପଶ୍ଚିମବଙ୍ଗ ପାଲଟିବ 'ସୁନାର ବଙ୍ଗଳା'
- ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୋଦି
ପଢନ୍ତୁ ଏହି ଖବର: ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ; ନିର୍ବାଚନ ହାରିବା ପରେ ଇସ୍ତଫା ଦେବାକୁ ମନା କରିଥିଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗରେ ବିଜେପି ପ୍ରଥମ ଥର ଲାଗି ସରକାର ଗଢିବାକୁ ଯାଉଥିବାରୁ ରାଜ୍ୟରେ ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୯ ତାରିଖରେ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ ଏବଂ ସମସ୍ତ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର ସମ୍ଭାବନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories