WB Governor RN Ravi / ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ; ନିର୍ବାଚନ ହାରିବା ପରେ ଇସ୍ତଫା ଦେବାକୁ ମନା କରିଥିଲେ ମୁଖ୍ୟମନ୍ତ୍ରୀ
·4 months ago·2 min read

Key Points
ଗତ ୩ ଦିନ ଧରି ଛକା ପଞ୍ଝା ଜାରି ରହିବା ପରେ ଶେଷରେ ନିଜର ସାମ୍ବାଧାନିକ ବ୍ୟବହାର କରି ରାଜ୍ୟ ବିଧାନସଭାକୁ ଭଙ୍ଗ କରିଛନ୍ତି ପଶ୍ଟିମବଙ୍ଗ ରାଜ୍ୟପାଳ।
WB Governor Dissolves Assembly: ୨୦୨୬ ବିଧାନସଭା ନିର୍ବାଚଳ ଫଳାଫଳ ପ୍ରକାଶିତ ହେବା ପରେ ପଶ୍ଚିମବଙ୍ଗରେ ଚାଲିଥିବା
ରାଜନୈତିକ ବିବାଦର ହୋଇଛି ଅବସାନ। ବିଧାନସଭା ନିର୍ବାଚନ ହାରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ଅଡ଼ି ବସିଥିଲେ। ଆଉ ଏହା ପରେ ରାଜ୍ୟପାଳ ଆର.ଏନ. ରବି ଗୁରୁବାର (ମେ ୭) ରାଜ୍ୟ ବିଧାନସଭାକୁ ଭଙ୍ଗ କରିଛନ୍ତି।
ଗତକାଲି ଜାରି ହୋଇଥିବା ଏକ ଧାଡି ଆଦେଶରେ ଲେଖା ହୋଇଥିଲା ଯେ, "ଭାରତୀୟ ସମ୍ବିଧାନର ଧାରା ୧୭୪ ର ଉପଧାରା (୨) ର ଉପଖଣ୍ଡ (୨) ଦ୍ୱାରା ମୋତେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ମୁଁ ୨୦୨୬ ମେ ୭ ତାରିଖ ଗୁରୁବାର ଠାରୁ ପଶ୍ଚିମବଙ୍ଗ ବିଧାନସଭାକୁ ଭଙ୍ଗ କରୁଛି। " ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ ହୋଇଥିବା ନେଇ ସରକାରୀ ବିଜ୍ଞପ୍ତି ଜାରି ହୋଇସାରିଛି।
ଏହା ସହ ପଢନ୍ତୁ: ଇସ୍ତଫା ଦେଉନାହାଁନ୍ତି ମମତା; ଆଗାମୀ ୨ ଦିନ ପାଇଁ କିଏ ସମ୍ଭାଳିବେ ବଙ୍ଗ?
ପଶ୍ଚିମବଙ୍ଗର ସପ୍ତଦଶ ବିଧାନସଭାର (2021-26 17th West Bengal Assembly) କାର୍ଯ୍ୟକାଳ ଆଜି (ମେ ୪ ଗୁରୁବାର) ଶେଷ ହେବାକୁ ଯାଉଥିଲା। ସନ୍ଧ୍ୟାରେ, ରାଜଭବନ ସାଧାରଣ ସୂଚନା ପାଇଁ" ଗତକାଲି ଜାରି କରାଯାଇଥିବା ଏହି ଚିଠିକୁ ସାର୍ବଜନୀନ କରିଥିଲା।
ଇସ୍ତଫା ଦେବେ ନାହିଁ ବୋଲି ଜିଦ ଧରିଥିଲେ ମମତା ବାନାଜୀ
୨୦୨୬ ବିଧାନସଭା ନିର୍ବାଚନରେ ହାରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଥିଲେ ଯେ ସେ ଇସ୍ତଫା ଦେବେ ନାହିଁ। ସେ କହିଥିଲେ, ମୁଁ ଇସ୍ତଫା ଦେବି ନାହିଁ, ଏହାର କୌଣସି ପ୍ରଶ୍ନ ଉଠୁନାହିଁ, ମୁଁ ହାରିନାହିଁ, ମୁଁ ରାଜଭବନ ଯିବି ନାହିଁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ନିର୍ବାଚନ ହାରିବା ପରେ ଗାଦି ନଛାଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରିପାରିବେ କି ରାଜ୍ୟପାଳ?
ଗତ ମଙ୍ଗଳବାର (ମେ ୫) ପଶ୍ଚିମବଙ୍ଗର ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ସେ ଇସ୍ତଫା ଦେବେ ନାହିଁ। ସେ ନିର୍ବାଚନରେ ହାରି ନାହାଁନ୍ତି ବୋଲି କହୁଥିଲେ। ନିର୍ବଚନ ଫଳାଫଳ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଟିଏମସି ମୁଖ୍ୟ ଦାବି କରିଥିଲେ ଯେ, ବିଧାନସଭା ନିର୍ବାଚନରେ ତାଙ୍କ ଦଳର ନୈତିକ ବିଜୟ ହୋଇଛି। ମୁଁ ହାରିନାହିଁ କିମ୍ବା ଆମ ଦଳ ନିର୍ବାଚନରେ ହାରିନାହିଁ। ନୈତିକ ଭାବରେ ଆମେ ନିର୍ବାଚନରେ ବିଜୟୀ ହୋଇଛୁ ବୋଲି କହିଥିଲେ ମମତା ବାନାର୍ଜୀ।

Related Topics
Explore more stories