Election Violence / ପଶ୍ଚିମବଙ୍ଗ ନିର୍ବାଚନରେ ହିଂସା; ଫୁଟିଲା ବୋମା, TMC ଓ AUJP କର୍ମୀ ଧସ୍ତାଧସ୍ତି
·4 months ago·3 min read

Key Points
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ
୧୬ଟି ଜିଲ୍ଲାରେ ୧୫୨ଟି ଆସନରେ ପଡୁଛି ଭୋଟ୍
ମତଦାନ ଜାରି ଥିବାବେଳେ ମୁର୍ଶିଦାବାଦରେ ଫୁଟିଲା ବୋମା
୧୬ଟି ଜିଲ୍ଲାରେ ୧୫୨ଟି ଆସନରେ ପଡୁଛି ଭୋଟ୍
ମତଦାନ ଜାରି ଥିବାବେଳେ ମୁର୍ଶିଦାବାଦରେ ଫୁଟିଲା ବୋମା
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି । ଆଜି ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ୧୫୨ଟି ଆସନରେ ଭୋଟ୍ ଦେଉଛନ୍ତିଭୋଟର । ଏହାରି ଭିତରେ ଫୁଟୁଛି ବୋମା । ମୁର୍ଶିଦାବାଦ ଜିଲ୍ଲାର ନୌଡାରେ ଏକ ବିସ୍ଫୋରଣରେ ଅନେକ ଲୋକ ଆହତ ହେବା ପରେ ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଆମ ଜନତା ଉନ୍ନୟନ ପାର୍ଟି (ଏଜେୟୁପି) କର୍ମୀ ପରସ୍ପର ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ଏଜେୟୁପି ପ୍ରତିଷ୍ଠାତା ହୁମାୟୁନ କବୀରଙ୍କୁ ଟିଏମସି କର୍ମୀ ମାଡ଼ ମାରିଥିବା ଅଭିଯୋଗ । ବୋମାମାଡ଼ ଖବର ପାଇ ହୁମାୟୁନ କବୀର ଘଟଣା ସ୍ଥଳକୁ ଯାଇଥିଲେ ।
ଜଣେ ଆହତ ଯୁବକ କହିଛନ୍ତି ଯେ ସେ ସକାଳ ପ୍ରାୟ ୮ଟାରେ ନମାଜ ପଢିବାକୁ ଯାଉଥିଲେ । ସେ ଠିଆ ହୋଇଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ଗୋଡ଼ ପାଖରେ ଏହି ବୋମା ଫିଙ୍ଗିଥିଲେ । ଏହି ଘଟଣାରେ ଏଜେୟୁପି କର୍ମୀଙ୍କ ସମ୍ପୃକ୍ତି ଥିବା ଆହତ ଯୁବକ ଜଣକ ଅଭିଯୋଗ କରିଛନ୍ତି । ସେପଟେ ଟିଏମସି ସାଂସଦ ଅବୁ ତାହିର ଖାନ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏହି ବୋମାଟି ଶିବନଗର ପ୍ରାଥମିକ ବିଦ୍ୟାଳୟ ନିକଟରେ ଫିଙ୍ଗାଯାଇଥିବା ଜଣାପଡ଼ିଛି । ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
- AJUP ମୁଖ୍ୟଙ୍କୁ ମାଡ଼
- କିଏ ଫିଙ୍ଗିଲା ବୋମା ?
ଜଣେ ଆହତ ଯୁବକ କହିଛନ୍ତି ଯେ ସେ ସକାଳ ପ୍ରାୟ ୮ଟାରେ ନମାଜ ପଢିବାକୁ ଯାଉଥିଲେ । ସେ ଠିଆ ହୋଇଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ଗୋଡ଼ ପାଖରେ ଏହି ବୋମା ଫିଙ୍ଗିଥିଲେ । ଏହି ଘଟଣାରେ ଏଜେୟୁପି କର୍ମୀଙ୍କ ସମ୍ପୃକ୍ତି ଥିବା ଆହତ ଯୁବକ ଜଣକ ଅଭିଯୋଗ କରିଛନ୍ତି । ସେପଟେ ଟିଏମସି ସାଂସଦ ଅବୁ ତାହିର ଖାନ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଏହି ବୋମାଟି ଶିବନଗର ପ୍ରାଥମିକ ବିଦ୍ୟାଳୟ ନିକଟରେ ଫିଙ୍ଗାଯାଇଥିବା ଜଣାପଡ଼ିଛି । ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
West Bengal Poll Violence: ନିର୍ବାଚନ ବେଳେ ହିଂସା | West Bengal Election | TMC vs AJUP
- ବିସ୍ଫୋରଣ ପରେ ଦୌଡ଼ାଦୌଡ଼ି ସ୍ଥିତି
ପଢନ୍ତୁ ଏହି ଖବର: କିଏ ମାରିବ ବାଜି ? ପଶ୍ଚିମବଙ୍ଗରେ ୧୫୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ
- ପୂର୍ବାହ୍ନ ୧୧ଟା ସୁଦ୍ଧା ୪୧.୧୧% ମତଦାନ
Related Topics
Explore more stories