West Bengal Voting / କିଏ ମାରିବ ବାଜି ? ପଶ୍ଚିମବଙ୍ଗରେ ୧୫୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ
·2 months ago·4 min read

Key Points
ଆଜି ପଶ୍ଚିବମଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ
ରାଜ୍ୟର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ପଡୁଛି ଭୋଟ୍
୧,୪୫୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
ରାଜ୍ୟର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ପଡୁଛି ଭୋଟ୍
୧,୪୫୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୬ଟି ଜିଲ୍ଲାର ୧୫୨ଟି ଆସନ (ଉତ୍ତର ବଙ୍ଗରେ ୮ଟି ଏବଂ ଦକ୍ଷିଣ-ମଧ୍ୟ ବଙ୍ଗରେ ୮ଟି)ରେ ହେଉଛି । ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବାବେଳେ ପ୍ରାୟ ୩ କୋଟି ୬୦ ଲକ୍ଷ ଭୋଟର ୧,୪୫୨ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକମାନେ ସକାଳଠାରୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରୟୋଗ କରିବା ପାଇଁ ବୁଥ୍ ଆଗରେ ଲମ୍ବା ଧାଡ଼ି ଲଗାଇଛନ୍ତି ।
ରାଜ୍ୟରେ ୨୦୧୧ ମସିହାଠାରୁ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) କ୍ଷମତାରେ ଅଛି । ଏଥର ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚତୁର୍ଥ ଥର ପାଇଁ ଶାସନ କ୍ଷମତା ହାତେଇବାକୁ ଉଦ୍ୟମ କରୁଛନ୍ତି । ତେବେ ବିଜେପି ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ଵପୂର୍ଣ୍ଣ କାରଣ ବିଜେପି ଦ୍ଵାରା ଶାସିତ ହୋଇନଥିବା ରାଜ୍ୟମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଗୋଟିଏ । ବିଜେପି ପଶ୍ଚିମବଙ୍ଗରେ ଅନେକ ରାଜନୈତିକ ସଫଳତା ହାସଲ କରିଥିଲେ ସୁଦ୍ଧା ରାଜ୍ୟ ଶାସନଭାରକୁ ହାତକୁ ନେଇନାହିଁ ।
ପଢନ୍ତୁ ଏହି ଖବର: ପ୍ରଥମ ପର୍ଯ୍ୟାୟ ଲାଗି ସରିଛି ପ୍ରଚାର; ଗୁରୁବାର ଭୋଟ୍, ଚର୍ଚ୍ଚାରେ ଏହି ୭ ଆସନ
ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ପଶ୍ଚିମବଙ୍ଗ ନିର୍ବାଚନ, ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ ଏକ ଦୃଢ଼ ନେତୃତ୍ୱ ଥିବା ସରକାର ହିଁ ବଙ୍ଗର ଜନସଂଖ୍ୟାକୁ ପରିବର୍ତ୍ତନ କରୁଥିବା ଅନୁପ୍ରବେଶକାରୀ, ସିଣ୍ଡିକେଟ୍ ଏବଂ କଟ-ମନି ନିୟମରୁ ରାଜ୍ୟକୁ ମୁକ୍ତ କରିପାରିବ । ବଙ୍ଗର ମାଆ ଏବଂ ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ରାଜ୍ୟ ଗଠନ କରିବା ପାଇଁ ଆଜି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ସମସ୍ତ ଭୋଟର, ବିଶେଷକରି ଯୁବପିଢ଼ି, ଏକ ସମୃଦ୍ଧ ଏବଂ ବିକଶିତ ବଙ୍ଗଳା ଗଠନ କରିବା ପାଇଁ ପ୍ରଥମେ ଭୋଟ ଦେବା ଉଚିତ ।"
ପଢନ୍ତୁ ଏହି ଖବର: ଭୋଟ ପୂ୍ର୍ବରୁ ବନ୍ଦ ହେଲା ଜୟଗାଓଁ ଗେଟ୍; ଯାତାୟତ ଉପରେ ଲାଗିଲା ରୋକ୍

- ଭବାନିପୁର ଆସନରେ କଡା ଟକ୍କର
- ଭୋଟରଙ୍କୁ ପିଏମ ମୋଦିଙ୍କ ଅପିଲ୍
Phase 1 of the West Bengal Assembly elections takes place today. I urge all citizens to participate in this festival of democracy with full strength. I especially appeal to my young friends and to the women of West Bengal to vote in large numbers.
— Narendra Modi (@narendramodi) April 23, 2026
ପଢନ୍ତୁ ଏହି ଖବର: ପ୍ରଥମ ପର୍ଯ୍ୟାୟ ଲାଗି ସରିଛି ପ୍ରଚାର; ଗୁରୁବାର ଭୋଟ୍, ଚର୍ଚ୍ଚାରେ ଏହି ୭ ଆସନ
आज बंगाल में पहले चरण का मतदान है। इस बार का बंगाल चुनाव प्रदेश के वर्तमान के साथ-साथ भविष्य के लिए भी बहुत महत्त्वपूर्ण है। एक मजबूत नेतृत्व वाली सरकार ही बंगाल की डेमोग्राफी बदलने वाले घुसपैठियों, सिंडिकेट और कटमनी राज से प्रदेश को मुक्ति दिला सकती है। बंगाल की माताओं, बेटियों…
— Amit Shah (@AmitShah) April 23, 2026
ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥର ପଶ୍ଚିମବଙ୍ଗ ନିର୍ବାଚନ, ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେବଳ ଏକ ଦୃଢ଼ ନେତୃତ୍ୱ ଥିବା ସରକାର ହିଁ ବଙ୍ଗର ଜନସଂଖ୍ୟାକୁ ପରିବର୍ତ୍ତନ କରୁଥିବା ଅନୁପ୍ରବେଶକାରୀ, ସିଣ୍ଡିକେଟ୍ ଏବଂ କଟ-ମନି ନିୟମରୁ ରାଜ୍ୟକୁ ମୁକ୍ତ କରିପାରିବ । ବଙ୍ଗର ମାଆ ଏବଂ ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ରାଜ୍ୟ ଗଠନ କରିବା ପାଇଁ ଆଜି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ । ସମସ୍ତ ଭୋଟର, ବିଶେଷକରି ଯୁବପିଢ଼ି, ଏକ ସମୃଦ୍ଧ ଏବଂ ବିକଶିତ ବଙ୍ଗଳା ଗଠନ କରିବା ପାଇଁ ପ୍ରଥମେ ଭୋଟ ଦେବା ଉଚିତ ।"
- ଏପ୍ରିଲ ୨୯ରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ
ପଢନ୍ତୁ ଏହି ଖବର: ଭୋଟ ପୂ୍ର୍ବରୁ ବନ୍ଦ ହେଲା ଜୟଗାଓଁ ଗେଟ୍; ଯାତାୟତ ଉପରେ ଲାଗିଲା ରୋକ୍
- ତାମିଲନାଡୁରେ ବି ଆଜି ଭୋଟିଂ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories