Bengal Repolling / ଆଜି ପଶ୍ଚିମବଙ୍ଗର ୧୫ଟି ବୁଥ୍ରେ ରିପୋଲିଂ; ସକାଳ ୭ଟାରୁ ପଡୁଛି ଭୋଟ୍
·4 months ago·2 min read

Key Points
ବେଙ୍ଗଲର ୧୫ଟି ବୁଥ୍ରେ ଆଜି ପୁନଃ ମତଦାନ
ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟିଂ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟଗଣତିର ୨ ଦିନ ପୂର୍ବରୁ ଆଜି ପଶ୍ଚିମବଙ୍ଗର ୧୫ଟି ବୁଥ୍ରେ ପୁନଃ ମତଦାନ ହେଉଛି । ଡାଇମଣ୍ଡ ହାର୍ବର ଓ ମଗରାହାଟ ପଶ୍ଚିମ ନିର୍ବାଚନ ମଣ୍ଡଳୀର ୧୫ଟି ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମଗରାହାଟ ପଶ୍ଚିମରେ ୧୧ଟି ବୁଥ୍ରେ ଓ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରରେ ୪ଟି ବୁଥ୍ରେ ଭୋଟିଂ ହେବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେଉଛି ମତଦାନ ।
ଗତ ଏପ୍ରିଲ ୨୯ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଏହି ବୁଥ୍ଗୁଡ଼ିକରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଭିତ୍ତି କରି ନିର୍ବାଚନ କମିଶନ ସେହି ଦିନର ମତଦାନକୁ ଅବୈଧ ଘୋଷଣା କରିଛନ୍ତି । କିଛି ଦୁର୍ବୃତ୍ତ ଇଭିଏମ୍ ବଟନ୍ ଉପରେ କଳା ଟେପ୍, କାଳି ଓ ଅଠା ଲଗାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ।
ଏପରିକି କିଛି ସ୍ଥାନରେ ସେଣ୍ଟ ବା ପରଫ୍ୟୁମ୍ ମଧ୍ୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗର ଗ୍ରାଉଣ୍ଡ୍ ରିପୋର୍ଟ ଯାଞ୍ଚ ପାଇଁ ନିର୍ବାଚନ କମିଶନ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତାଙ୍କୁ ଦାୟିତ୍ୱ ଦେଇଥିଲେ । ଆଜି ହେବାକୁ ଥିବା ମତଦାନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

- ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସ୍ଵାଗତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିର୍ବାଚନ ଫଳ ପୂର୍ବରୁ TMCକୁ ବଡ଼ ଝଟକା, ଆବେଦନ ଖାରଜ କଲେ କୋଲକାତା ହାଇକୋର୍ଟ
- ୨ ପର୍ଯ୍ୟାୟରେ ହୋଇଥିଲା ମତଦାନ
Related Topics
Explore more stories