Videos
|
Politics

Yogi Adityanath on Hamid Ansari / ହମିଦ ଅଂସାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଲଟା ଜବାବ; କହିଲେ...

Subhramjit Ray
Browse all articles by Subhramjit Ray
·1 hour ago·2 min read
ହମିଦ ଅଂସାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଲଟା ଜବାବ; କହିଲେ...
Yogi Adityanath on Hamid Ansari

Key Points

ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା ଉପରେ ବୟାନ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ବୟାନକୁ ଭୟଙ୍କର ଏବଂ ଭାରତୀୟ ସଂସ୍କୃତି ଏବଂ ସନାତନ ପରମ୍ପରା ବିରୁଦ୍ଧରେ ବୋଲି କହି ପ୍ରତିକ୍ରିୟା ଦେଇଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ ଦେଇଥିବା ସଦ୍ୟତମ ବୟାନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେ ଦେଇଥିବା ବୟାନ ଉପରେ ପାଲଟା ଜବାବ ଦେଇଛନ୍ତି। ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ହମିଦ ଅଂସାରୀ ଜାତୀୟ ସୁରକ୍ଷା ଏବଂ ସାମ୍ପ୍ରଦାୟିକତା ସମ୍ପର୍କରେ ଏକ ବୟାନ ଦେଇଥିଲେ। ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କଥାକୁ ଉଦ୍ଧୃତ କରି କହିଥିଲେ ଯେ, ଭାରତ ପାଇଁ ପ୍ରକୃତ ବିପଦ ସାମ୍ୟବାଦ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।

ହିନ୍ଦୁଙ୍କ ବିଷୟରେ କ'ଣ କହିଥିଲେ ହମିଦ ଅଂସାରୀ?
ହମିଦ ଅଂସାରୀ କହିଛନ୍ତି, "ନେହେରୁଙ୍କ ପର୍ଯ୍ୟବେକ୍ଷଣ ଯେ ଭାରତ ପାଇଁ ବିପଦ ସାମ୍ୟବାଦ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।" ଏହି ବୟାନ ସହଜେ ଗ୍ରହଣ କରି ପାରିନଥିଲେ ହିନ୍ଦୁ ସଙ୍ଗଠନ। ପୂର୍ବତନ ରାଷ୍ଟ୍ରପତିଙ୍କ ନାମ ନନେଇ ମୁଖ୍ୟମନ୍ତ୍ରୀ ଯୋଗୀ ପାଲଟା ଜବାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "କିଛି ଲୋକଙ୍କ ମତ ଭାରତୀୟ ଏବଂ ସନାତନ ପରମ୍ପରା ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ। ଭାରତର ଉପରାଷ୍ଟ୍ରପତି ଭାବରେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିଥିବା ହମିଦ ଅଂସାରୀ ଗତକାଲି ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୟାନ ଦେଇଛନ୍ତି। ଆମ ପରି ଲୋକଙ୍କ ପାଇଁ ଏହାକୁ ନିନ୍ଦା କିମ୍ବା ପ୍ରଶଂସା କରିବା ଉପଯୁକ୍ତ ନୁହେଁ। କିନ୍ତୁ ତାଙ୍କର ବୟାନ ପ୍ରକୃତରେ ବିପଦପୂର୍ଣ୍ଣ।"

ପାଲଟା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ
ମୁଖ୍ୟମନ୍ତ୍ରୀ ଯୋଗୀ ଅଭିଯୋଗ କରିଛନ୍ତି ଯେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିବା ସତ୍ତ୍ୱେ, କିଛି ଲୋକ ସେମାନଙ୍କର ମର୍ଯ୍ୟାଦା ଭୁଲିଯାଇଥାନ୍ତି। ଏପରି ବୟାନ ଜାଣିଶୁଣି ସନାତନ ପରମ୍ପରାକୁ ଅପମାନିତ କରିବାକୁ ଏବଂ ଭାରତ ବର୍ଷର ପ୍ରତିଛବିକୁ ଖରାପ କରିବାକୁ ଚେଷ୍ଟା କରନ୍ତି। ଭାରତୀୟତା ଏବଂ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ବିଷୟରେ ଏହି ବୟାନ ବିଶ୍ୱ ସ୍ତରରେ ଦେଶର ପ୍ରତିଛବିକୁ ଖରାପ କରିବାର ଏକ ଏଜେଣ୍ଡା। ଯାହା ଭାରତ ବିରୋଧି ଶକ୍ତି ଦ୍ୱାରା ନିରନ୍ତର ପ୍ରଚାରିତ ହେଉଛି। ବିଶ୍ୱ ହିନ୍ଦୁ ପରିଷଦ ସମେତ ଅନେକ ବରିଷ୍ଠ ବିଜେପି ଅନେକ ବରିଷ୍ଠ ନେତା ମଧ୍ୟ ଏହାକୁ ଦେଶକୁ ବିଭାଜିତ କରୁଥିବା ଏବଂ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟକୁ ଅପମାନିତ କରୁଥିବା ଏକ ଏଜେଣ୍ଡା ଭାବରେ ବର୍ଣ୍ଣନା କରିଛନ୍ତି।

ଏହା ସହ ପଢନ୍ତୁ: ପୁଣି ବିଷ ଓଗାଳିଲେ ହମିଦ୍ ଅଂସାରୀ, 'ଭାରତ ପାଇଁ ପ୍ରକୃତ ବିପଦ ହେଉଛି ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହମିଦ ଅଂସାରୀ ଆଉ କ’ଣ କହିଥିଲେ?
ହମିଦ ଅଂସାରୀ ରାଷ୍ଟ୍ରବାଦ, ପରିଚୟ ଏବଂ ଭାରତର ରାଜନୈତିକ ଦିଗ ସହିତ ଜଡି଼ତ ପ୍ରସଙ୍ଗକୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ସାମ୍ପ୍ରତିକ ବର୍ଷରେ ଏକ ଧାରା ଏବଂ ପରମ୍ପରା ଦେଖାଦେଇଛି ଯାହା ନାଗରିକ ଜାତୀୟତାବାଦର (Civic Nationalism) ପ୍ରତିଷ୍ଠିତ ନୀତିକୁ ଚ୍ୟାଲେଞ୍ଜ କରିଥାଏ। ଏହା ସ୍ଥାନରେ ସାଂସ୍କୃତିକ ଜାତୀୟତାବାଦର (Cultural Nationalism) ଧାରଣାକୁ ପ୍ରୋତ୍ସାହିତ କରେ।

ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ଏହି ଧାରାର କିଛି ସାମ୍ପ୍ରତିକ ଉଦାହରଣ ଚିନ୍ତାଜନକ ଏବଂ ଆଇନର ଶାସନର ଦାବିକୁ ଦୁର୍ବଳ (Rule of Law) କରିଥାଏ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସେହି କଥିତ ବୟାନର ଉଦାହରଣ ଦେଇଥିଲେ। ଯେଉଁଥରେ କୁହାଯାଇଥିଲା ଯେ, "ଭାରତ ପାଇଁ ପ୍ରକୃତ ବିପଦ ସାମ୍ୟବାଦ ନୁହେଁ, ବରଂ ହିନ୍ଦୁ ଦକ୍ଷିଣପନ୍ଥୀ ସାମ୍ପ୍ରଦାୟିକତା।"