Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...

Politics

UP CM Yogi Adityanath / ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...

Subhramjit Ray
Browse all articles by Subhramjit Ray
·2 hours ago·2 min read
ମହିଳା ସଂରକ୍ଷଣକୁ ନେଇ ସପାକୁ ଘେରିଲେ ମୁଖ୍ୟମନ୍ତ୍ରୀ ଯୋଗୀ; କହିଲେ...
CM Yogi Chameleon Remark

Key Points

ମହିଳା ସଂରକ୍ଷଣ ଉପରେ ସମାଜବାଦୀ ପାର୍ଟି ବିରୋଧରେ ବର୍ଷି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ରଙ୍ଗ ବଦଳାଇବାରେ ଆପଣ ମାହିର। ଏହି ପ୍ରସଙ୍ଗରେ ସଂସଦରେ ଆପଣଙ୍କ ଦଳର ଆଭିମୁଖ୍ୟ କ'ଣ ରହିଛି? ଆଉ ବିଧାନସଭାରେ ସଂସଦରେ ଆପଣ ରଖିଥିବା ଆଭିମୁଖ୍ୟ କିପରି ବଦଳି ଯାଉଛି? ରଙ୍ଗ କେମିତି ବଦଳା ଯାଏ ତାହା ଲୋକେ ଦେଖୁଛନ୍ତି?
CM Yogi Targets Akhilesh Yadav: ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାଜ୍ୟ ବିଧାନସଭାରେ ଏହି ପ୍ରସଙ୍ଗରେ ନିଜର ମତ ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଆପଣ (ସମାଜବାଦୀ ପାର୍ଟି) ଯାହାଙ୍କୁ ବିରୋଧ କରୁଛନ୍ତି ଆମେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚାହୁଁଛୁ। ମହିଳା ସଂରକ୍ଷଣ ପ୍ରସଙ୍ଗରେ ଆପଣଙ୍କ ଆଭିମୁଖ୍ୟ ଏବଂ ଆଚରଣ ଦେଖି ରଙ୍ଗ ବଦଳାଉଥିବା ବହୁରୂପୀ ଏଣ୍ଡୁଆ ମଧ୍ୟ ନିଜକୁ ଲଜ୍ଜିତ ଅନୁଭବ କରିବ। ସଂସଦରେ ଆପଣଙ୍କ ଦଳର ଆଭିମୁଖ୍ୟ କ'ଣ ରହିଛି? ଆଉ ବିଧାନସଭାରେ ସଂସଦରେ ଆପଣ ରଖିଥିବା ଆଭିମୁଖ୍ୟ କିପରି ବଦଳି ଯାଉଛି? ରଙ୍ଗ କେମିତି ବଦଳା ଯାଏ ତାହା ଲୋକେ ଦେଖୁଛନ୍ତି? ଯେତେବେଳେ ଦିଲ୍ଲୀରୁ ଆସି ଲକ୍ଷ୍ନୌରେ ପହଞ୍ଚିବା ଅଧା ଜନସଂଖ୍ୟାର କ୍ରୋଧର ସାମ୍ନା କରିବାକୁ ପଡ଼େ, ସେତେବେଳ ଆପଣ ନିଜର ରଙ୍ଗ ବଦଳାଇ ଦେଉଛନ୍ତି। ଆଉ ବର୍ତ୍ତମାନ ଆପଣ କହୁଛନ୍ତି ଯେ ୩୩% ସଂରକ୍ଷଣ ରହିବା ଆବଶ୍ୟକ। ହେଲେ ଆପଣ ମହିଳା ସଂରକ୍ଷଣକୁ ସଂସଦରେ କାହିଁକି ବିରୋଧ କରୁଥିଲ?

ମହିଳାଙ୍କ ସମ୍ମାନ ରକ୍ଷା କରିଛୁ ଆମେ: ମୁଖ୍ୟମନ୍ତ୍ରୀ ଯୋଗୀ
ବିରୋଧି ଦଳ ସମାଜବାଦୀ ପାର୍ଟି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, " ଗାଁରେ ଚଲାବୁଲା କରିବା କଷ୍ଟକର ହୋଇପଡୁଥିଲା। ମହିଳା ଅସୁସ୍ଥ ହୋଇପଡୁଥିଲେ। ସନ୍ଧ୍ୟା ସମୟରେ ସେମାନେ କୌଣସି ଉପାୟରେ ରାସ୍ତାରେ ଶୌଚ ହେଉଥିଲେ। ଯେତେବେଳେ ସେମାନେ ଶୌଚ ହେବା ପାଇଁ ବାହାରକୁ ଆସୁଥିଲେ ସେତେବେଳେ ସମାଜବାଦୀ ପାର୍ଟି ବଦମାଶ ସେମାନଙ୍କୁ ହଇରାଣ କରୁଥିଲେ। ଅଧା ଜନସଂଖ୍ୟାର ସମ୍ମାନ ରକ୍ଷା କରିବା ସହିତ, ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ରକ୍ଷା କରିବା ପାଇଁ ମଧ୍ୟ ଆମ ସରକାର କାର୍ଯ୍ୟ କରୁଛନ୍ତି।"

ଏହା ସହ ପଢନ୍ତୁ: ପୂରଣ ହେଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱପ୍ନର ପ୍ରକଳ୍ପ; କ'ଣ ରହିଛି ଏହାର ବିଶେଷତ୍ୱ

ଆପଣ ମହିଳାଙ୍କୁ ହତୋତ୍ସାହିତ କରୁଛନ୍ତି: ମୁଖ୍ୟମନ୍ତ୍ରୀ ଯୋଗୀ

ସମାଜବାଦୀ ପାର୍ଟି ଉପରେ ବର୍ଷି ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ ଅଧା ଜନସଂଖ୍ୟାକୁ ଦିଆଯାଉଥିବା ସମ୍ମାନକୁ ଉତ୍ସାହିତ କରିବା ପରିବର୍ତ୍ତେ, ଆପଣ ସେମାନଙ୍କୁ ହତୋତ୍ସାହିତ କରୁଛନ୍ତି। ମହିଳା ସଂରକ୍ଷଣରେ ଆପଣ ବାଧା ସୃଷ୍ଟି କରୁଛନ୍ତି। ଗୃହର ଅଧ୍ୟକ୍ଷ (ବାଚସ୍ପତି) ବୁଝାଇଥିଲେ ଯେ ଆପଣ କିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗଙ୍କୁ ଲୁଟୁଛନ୍ତି। ଆପଣଙ୍କ ଅଧ୍ୟକ୍ଷତାରେ ଗୃହରେ ପ୍ରସ୍ତାବ ଗୃହୀତ ହୋଇ କଂଗ୍ରେସ ସରକାର ପାଖକୁ ପଠାଯାଉଥିଲା। ଏହା ଥିଲା ଆପଣଙ୍କର ଆଚରଣ।

ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନାରୀ ଶକ୍ତି ବନ୍ଦନା ଆଇନ ହେଉଛି ଏନଡ଼ିଏ ସରକାରର ପ୍ରାଥମିକତା
ଅନୁସୂଚିତ ଜାତି ଏବଂ ଜନଜାତିଙ୍କୁ ସେମାନଙ୍କର ଅଧିକାର ମିଳିବା ଆବଶ୍ୟକ। ମହିଳାଙ୍କୁ ସେମାନଙ୍କର ଅଧିକାର ମିଳିବା ଉଚିତ। ପଛୁଆ ବର୍ଗଙ୍କୁ ପ୍ରାଥମିକତା ମିଳିବା ଦରକାର। ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ମିଳିବା ଉଚିତ। ଏହା ହେଉଛି ଏନଡ଼ିଏ ସରକାରଙ୍କ ପ୍ରାଥମିକତା। ଏହା ହେଉଛି ପ୍ରତିବଦ୍ଧତା ଯେ ନାରୀ ଶକ୍ତି ବନ୍ଦନା ଆଇନ ସେହି ପ୍ରତିବଦ୍ଧତାର ପରିଣାମ। ଆମେ ସମସ୍ତେ ଏହାକୁ ଉପସ୍ଥାପନ କରିବା ପାଇଁ ଏଠାକୁ ଆସିଛୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Chameleons Would Blush': CM Yogi’s Scathing Attack on SP Over Women’s Reservation | Argus News