Videos
|
Politics

AP DCM Pawan Kalyan Order / ଟ୍ରାକ୍ଟର ଯୋଗେ ଉପାଡ଼ିଦେଲେ ସରକାରୀ ରାସ୍ତା; ବିରୋଧି ଦଳ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·58 mins ago·2 min read
ଟ୍ରାକ୍ଟର ଯୋଗେ ଉପାଡ଼ିଦେଲେ ସରକାରୀ ରାସ୍ତା; ବିରୋଧି ଦଳ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
AP DCM Pawan Kalyan Order

Key Points

ଆନ୍ଧ୍ର ପ୍ରଦେଶରେ ଟ୍ରାକ୍ଟର ସାହାଯ୍ୟରେ ୧୦୦ ମିଟର ରାସ୍ତା ଉପାଡ଼ି ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ YSRCP ନେତା ସୁବ୍ବା ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ରାସ୍ତା ପାଇଁ ଏବେ ସରଗରମ ହୋଇଉଠିଛି ଆନ୍ଧ୍ର ପ୍ରଦେଶ ରାଜନୀତି। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପବନ କଲ୍ୟାଣ ସୋମବାର (୧୯ ଅକ୍ଟୋବର) "ପଲ୍ଲେ ପାଣ୍ଡୁଗା" ଯୋଜନା (AP Govt Palle Panduga Scheme) ଅଧିନରେ ନିର୍ମିତ ରାସ୍ତାକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ ବିରୋଧି ୱାଇଏସଆ କଂଗ୍ରେସ ପାର୍ଟି (YSR Congres Party) ନେତା ଏବଂ ଅନ୍ୟମାନଙ୍କ ବିରୋଧରେ ଜାମିନ ବିହୀନ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତିରୁପତି ଜିଲ୍ଲାର ପୁଲ୍ଲମପେଟା ମଣ୍ଡଳର ଅନନ୍ତସମୁଦ୍ରମ୍ ଏବଂ ପାପାକ୍କାଗାରିପଲ୍ଲେ ଗ୍ରାମ ମଧ୍ୟରେ ରହିଥିବା ରାସ୍ତାକୁ ନଷ୍ଟ କରିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ସେ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଅଭିଯୋଗରେ YSR କଂଗ୍ରେସ ପାର୍ଟି ନେତା ସୁବା ରେଡ୍ଡୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଞ୍ଜିନିୟରିଂ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। YSR କଂଗ୍ରେସ ପାର୍ଟି ନେତା ସୁବା ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ "ପଲ୍ଲେ ପାଣ୍ଡୁଗା" ଯୋଜନାରେ ନିର୍ମିତ ରାସ୍ତାକୁ କ୍ଷତି ପହଞ୍ଚାଇଛନ୍ତି।

୧୦୦ ମିଟର ରାସ୍ତାକୁ ଉପାଡ଼ି ଦେଇଥିବାର ହୋଇଛି ଅଭିଯୋଗ
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ସରକାରୀ ରାସ୍ତାକୁ ନଷ୍ଟ କରିଥିବା ଲୋକଙ୍କ ବିରୋଧରେ "ରାଜସ୍ୱ ଆଦାୟ ଆଇନ" ଲାଗୁ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ କହିଛନ୍ତି ସରକାରୀ ସମ୍ପତ୍ତିକୁ ହୋଇଥିବା ଭରଣା ଦାୟୀ ଲୋକଙ୍କ ଠାରୁ କରାଯିବ। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଗତ ସୋମବାର ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ ବିଭାଗ ବରିଷ୍ଠ ଇଞ୍ଜିନିୟରିଂ ଅଧିକାରୀଙ୍କ ସହିତ ଘଟଣା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମୀକ୍ଷା କରିଛନ୍ତି।

ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଗ୍ରାମବାସୀଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏକ ଏଫଆଇଆର ମଧ୍ୟ ଦାଏର କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ସୁବ୍ବା ରେଡ୍ଡି ନାମକ ଜଣେ ବ୍ୟକ୍ତି, ଭେଙ୍କଟସୁବ୍ବା ରେଡ୍ଡି ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏକ ଟ୍ରାକ୍ଟର ବ୍ୟବହାର କରି ରାସ୍ତାର ପ୍ରାୟ ୧୦୦ ମିଟର ଅଂଶକୁ ଉପାଡ଼ି ଦେଇଥିଲେ। ମଙ୍ଗଳବାର (୨୦ ଅକ୍ଟୋବର) ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରି ମାଜିଷ୍ଟ୍ରେଟ ସାମ୍ନାରେ ହାଜର କରାଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: 'ବାକ୍ ସ୍ୱାଧିନତାର ଅର୍ଥ ନୁହେଁ କାହାକୁ ଖୋଲାଖୋଲି ଗାଳି ଦେବା'

"ପଲ୍ଲେ ପାଣ୍ଡୁଗା ୩.୦" ଯୋଜନା ଅଧିନରେ ପ୍ରାୟ ୪.୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତା ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ନିର୍ମାଣ କରାଯାଇଥିଲା। ସମ୍ପ୍ରତି ଆରମ୍ଭ ହୋଇଥିବା ଏହି ଯୋଜନା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ।

ଉପମୁଖ୍ୟମନ୍ତ୍ରୀ ଦେଇଛନ୍ତି କଠୋର ନିର୍ଦ୍ଦେଶ
ଏହି ଘଟଣାରେ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି ଯେ ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମିତ ସରକାରୀ ସମ୍ପତ୍ତି ନଷ୍ଟ କରିବା ଏକ ଅକ୍ଷମଣୀୟ ଅପରାଧ। ସରକାରୀ ରାସ୍ତାକୁ ନଷ୍ଟ କରିବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହୀନ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ପାଣ୍ଠିରେ ନିର୍ମିତ ରାସ୍ତାକୁ ନଷ୍ଟ କରିବା ଏକ ଅପରାଧ। ଏନେଇ ସେ କହିଛନ୍ତି ଯେ ସମ୍ପୃକ୍ତ ରାଜନେତା ଏବଂ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ନ୍ୟାୟର ପରିସର ମଧ୍ୟରେ ଆଣିବା ଆବଶ୍ୟକ। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଜନ କଲ୍ୟାଣ ପାଇଁ ସରକାର ଯୋଗାଇ ଦେଇଥିବା ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ପରିଚୟ ସାମ୍ନାକୁ ଆଣିବା ଆବଶ୍ୟକ।