Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Adapa Mandapa Bije / ଆଜି ଆଡ଼ପ ମଣ୍ଡପ ବିଜେ, ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆଜି ଆଡ଼ପ ମଣ୍ଡପ ବିଜେ, ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ
Adapa Pahandi

Key Points

ଆଜି ଜନ୍ମ ବେଦିକୁ ବିଜେ କରିବେ ଶ୍ରୀଜିଉ
ଆସନ୍ତାକାଲିଠାରୁ ଆଡ଼ପ ଦର୍ଶନ
ଗତକାଲି ଅପରାହ୍ନରେ ଶରଧା ବାଲିରେ ଲାଗିଲେ ତିନି ରଥ
ରତ୍ନ ସିଂହାସନ ଛାଡ଼ି ଶରଧାବାଲିରେ କାଳିଆ ସାଆନ୍ତ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ । ରଥ ଉପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ଅପରାହ୍ମରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ ।

ଆଡ଼ପ ମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଗତକାଲି ଅପରାହ୍ନରେ ଶରଧାବାଲିରେ ଲାଗିଥିଲା ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଗୁରୁବାର ଅଧାରେ ଅଟକିଥିବା ଆସ୍ଥାର ଯାତ୍ରା ଶୁକ୍ରବାର ଶେଷ ହୋଇଥିଲା । ଶୁକ୍ରବାର ଲକ୍ଷ ଲକ୍ଷ ଭକ୍ତଙ୍କ ଭକ୍ତିର ସ୍ପର୍ଶରେ ପହଞ୍ଚିଛି ମା' ଗୁଣ୍ଡିଚାଙ୍କ ଦ୍ବାରରେ ।

ଅଧିକ ପଢ଼ନ୍ତୁ: ପୁରୀରେ ସେବା ପଥରେ ସଂଘ ପରିବାର, ୩୦ ଜିଲ୍ଲାରୁ ୩୦୦୦ରୁ ଅଧିକ ସ୍ୱୟଂସେବକ ସାମିଲ


ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାର ଦ୍ୱିତୀୟ ଦିନରେ ଛୁଟିଥିଲା ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସୁଅ । ସଅଳ ନୀତି ସହ ପୂର୍ବ ନିର୍ଦ୍ଧାରିତ ସମୟରେ ଗଡ଼ିଥିଲା ରଥ । ରାତି ତମାମ ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ କଲେ କୃପା ଲାଭ କଲେ ଲକ୍ଷ ଲକ୍ଷ ଭକ୍ତ । ବିଶ୍ବନିୟନ୍ତାଙ୍କ ଦିବ୍ୟ ଦର୍ଶନ କରି ହୃଦୟର ବେଦନା ଜଣାଇଛନ୍ତି ଶ୍ରଦ୍ଧାଳୁ ।

ଗତକାଲି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଏବଂ ରାତିରେ ବଡ଼ ସିଂହାର ବେଶ ଓ ପହୁଡ଼ ନୀତି ହୋଇଛି । ଆଜି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଚାରମାଳ ବନ୍ଧା ନୀତି ପରେ ପୁଷ୍ପାଞ୍ଜଳି, ଡୋର ଲାଗି ଏବଂ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ଯିବେ ଚାରି ଠାକୁର । ଆସନ୍ତାକାଲିଠାରୁ ଆଡ଼ପରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored