Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Huge Rush Puri / ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି; ଅବଢା ପାଇଁ ଆନନ୍ଦିତ ଭକ୍ତ

Debashree Debasmita Sahoo
Browse all articles by Debashree Debasmita Sahoo
·15 hours ago·2 min read
ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି; ଅବଢା ପାଇଁ ଆନନ୍ଦିତ ଭକ୍ତ
Huge Rush Puri

Key Points

ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
ପ୍ରଥମ ଦିନରେ ଦେଖିବାକୁ ମିଳିଛି ଭକ୍ତଙ୍କ ଅସମ୍ଭବ ଭିଡ଼
ପୁରୀ: ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ଦର୍ଶନ। ଆଜି ପ୍ରଥମ ଦିନ ହୋଇଥିବାରୁ ଭକ୍ତଙ୍କ ଅସମ୍ଭବ ଭିଡ । ବ୍ୟାରିକେଡ଼ରେ ଭକ୍ତ ଶ୍ରଦ୍ଧାଳୁ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରିବା ପରେ ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି ଭକ୍ତ । ଏହାସହ ଆଡପ ମଣ୍ଡପରେ ଆଡପ ପ୍ରସାଦ ପାଇ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି ଭକ୍ତ।

  • ଆଡ଼ପ ଅବଢା ପାଇ ଆନନ୍ଦିତ ଭକ୍ତ
ସୁଆର ମହାସୁଆର ନିଯୋଗ ପକ୍ଷରୁ ୫୦ ହଜାରରୁ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ଧୂପରେ ଆଡପ ଅବଢ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି ସେବାୟତ। ଶ୍ରୀବିଗ୍ରହଙ୍କ ମଇଲମ, ତଡପ ଲାଗି , ଅବକାଶ ପୂଜା ପରେ ଅଧର ପୋଛା ନୀତି ସମ୍ପନ୍ନ ହୋଇଥିଲା । ଦତ୍ତମହାପାତ୍ର ସେବାୟତଙ୍କ ଦ୍ବାରା ଏହି ଅଧର ପୋଛା ନୀତି ସମ୍ପାଦିତ ହୋଇଥିଲା । ଏପଟେ ଆଜି ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ କରିବା ପରେ ସମସ୍ତ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା ।

  • ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ଵ
ଠାକୁରଙ୍କର ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ପହୁଡ କରାଯାଇନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ସହିତ ଠାକୁରଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇପାରିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ପଢନ୍ତୁ ଏହି ଖବର: ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି... ଆଜିଠୁ ଭକ୍ତଙ୍କୁ ମିଳିବ ଆଡପ ମଣ୍ଡପ ଦର୍ଶନ

  • ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଆଜି ପ୍ରଥମ ଦିନରେ ଆଡ଼ପ ମଣ୍ଡପରେ ବର୍ଷର ପ୍ରଥମ ଦର୍ଶନ ଦେଇଛନ୍ତି ଦାରୁ ଦିଅଁ । ରାତି ୩ଟାରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ରହିଥିଲା । ଶୀତତାପ ନିୟନ୍ତ୍ରିତ ନାଟମଣ୍ଡପ ଓ ସ୍ୱତନ୍ତ୍ର ରାମ୍ପ୍ ବ୍ୟବସ୍ଥା ହୋଇଛି । ପ୍ରଥମ ଆଡ଼ପ ଅବଢ଼ା ପାଇ କୃତାର୍ଥ ହୋଇଛନ୍ତି ଭକ୍ତ । ଏପଟେ ଶ୍ରୀଅଙ୍ଗ ଚମକ ପାଇଁ ଆଜି ହେବ ମହାପ୍ରଭୁଙ୍କ ଗୁପ୍ତ ବନକଲାଗି ନୀତି । ଏଥିଲାଗି ରାତି ୯ଟାରୁ ଭୋର ୩ଟା ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored