Videos
|
Rath Yatra

Ratha Dakshina Moda / ଆଜି ହେବ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼, ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆଜି ହେବ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼, ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି
Dakshina Moda

Key Points

ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା
ଆଜି ତାଳଧ୍ଵଜ ଓ ନନ୍ଦିଘୋଷର ହେବ ଦକ୍ଷିଣମୋଡ଼
ଗତକାଲି ସରିଛି ଦର୍ପଦଦଳନ ରଥର ଦକ୍ଷିଣ ମୋଡ଼
ଆଜି ତାଳଧ୍ଵଜ ଓ ନନ୍ଦିଘୋଷର ହେବ ଦକ୍ଷିଣମୋଡ଼ । ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ରଥର ଦକ୍ଷିଣମୋଡ କରାଯାଏ । ଗତକାଲି ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ସରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ତାଳଧ୍ଵଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ତାଳଧ୍ଵଜ ଏବଂ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ ।

ସେପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି । ଆସନ୍ତା ୨୪ ତାରିଖରେ ବାହୁଡ଼ାଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।


ଆସନ୍ତା ୨୩ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବାକୁ ଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨୪ ତାରିଖ ବାହୁଡ଼ା ପାଇଁ ସଅଳ ନୀତି କାନ୍ତି କରାଯିବ । ବାହୁଡ଼ା ଯାତ୍ରାରେ ସଅଳ ନୀତିକାନ୍ତି କିଭଳି କରାଯିବ ସେନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା କରାଯାଇଛି । ବାହୁଡ଼ା ପରଦିନ ଅର୍ଥାତ ଆସନ୍ତା ୨୫ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରିବା ନେଇ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ: ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି, ଆଜିଠୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ


ଶ୍ରୀଜଗନ୍ନାଥ ସଂସ୍କୃତିରେ ରଥଯାତ୍ରାର ଅନେକ ନୀତିକାନ୍ତି ମଧ୍ୟରୁ 'ରଥର ଦକ୍ଷିଣ ମୋଡ଼' ବା 'ଦକ୍ଷିଣାଭିମୁଖୀ ଯାତ୍ରା' ଏକ ଅତି ମହତ୍ତ୍ଵପୂର୍ଣ୍ଣ ଓ ଆକର୍ଷଣୀୟ ପରମ୍ପରା । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ବିଜେ ସମୟରେ, ବାହୁଡ଼ା ଯାତ୍ରା ପାଇଁ ରଥଗୁଡ଼ିକୁ ଦକ୍ଷିଣ ଦିଗକୁ ମୁହାଁଇ ରଖାଯିବାର ଏହି ବିଧି ପଛରେ ଗଭୀର ପୌରାଣିକ, ଐତିହାସିକ ଓ ସାଂସ୍କୃତିକ ରହସ୍ୟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Taladhwaja and Nandighosha Rath Dakshina Moda Today | Argus News