Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Jagannath Rath Yatra / ଆଜି ପାଇଁ ସରିଲା ମହାପ୍ରଭୁଙ୍କ ରଥ ଟଣା, କାଲି ପୁଣି ଥରେ ଟଣାଯିବ ମହାପ୍ରଭୁଙ୍କ ରଥ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଆଜି ପାଇଁ ସରିଲା ମହାପ୍ରଭୁଙ୍କ ରଥ ଟଣା, କାଲି ପୁଣି ଥରେ ଟଣାଯିବ ମହାପ୍ରଭୁଙ୍କ ରଥ
Rath Yatra

Key Points

ଆଜି ପାଇଁ ମହାପ୍ରଭୁଙ୍କ ରଥ ଟଣା ସରିଲା
କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା
କାଲି ପୁଣି ଥରେ ଟଣାଯିବ ମହାପ୍ରଭୁଙ୍କ ୩ ରଥ
କୋଟି କୋଟି ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଶ୍ରୀଜିଉଙ୍କ ରଥଟଣା ଆଜି ପାଇଁ ଶେଷ ହୋଇଛି । ଆସନ୍ତାକାଲି ସକାଳ ଧୂପ ପରେ ପୁଣି ରଥଟଣା ଆରମ୍ଭ ହେବ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ସିଂହଦ୍ବାରରୁ ମାତ୍ର କେତେ ହାତ ଗଡ଼ିବା ପରେ ଅଟକି ଯାଇଛି । ସେହିପରି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଉନ ଥାନା ନିକଟରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ଛେରା ପହଁରା ପରେ ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ


ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ମରିଚକୋଟ ଛକ ନିକଟରେ ପହଞ୍ଚିଛି । ଭାଇ ଉଭଣୀ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ ମଧ୍ୟ ସିଂହଦ୍ବାର ସମ୍ମୁଖରେ ଅଟକି ରହିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥିଲେ କେତେ ବେଳେ ଗଡିବ ମହାପ୍ରଭୁଙ୍କ ରଥ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଗଡିଥିଲା ନନ୍ଦିଘୋଷ ।

ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ଟାଣି ଆଣିଛି । କାଳିଆର ଅଦୃଶ୍ୟ ଡୋରି । ସକାଳୁ ସକାଳୁ ଜନସମୁଦ୍ର ହୋଇସାରିଥିଲା ବଡ଼ଦାଣ୍ଡ । ଆଗ ହେଲା ରଥ ପ୍ରତିଷ୍ଠା ନୀତି । ପ୍ରଥମେ ପହଣ୍ଡି ହୋଇ ଆସିଲେ ଚକ୍ରରାଜ ସୁଦର୍ଶନ । ତାଙ୍କ ପରେ ତାଳଧ୍ବଜକୁ ବିଜେ କଲେ ବଡ଼ ଭାଇ ବଳଭଦ୍ର । ପଛେ ପଛେ ଆସିଲେ ସାନ ଭଉଣୀ ଦେବୀ ସୁଭଦ୍ରା । ଶ୍ରୀଜୀଉଙ୍କ ଝଲକ ମାତ୍ରେ ଉପରକୁ ଉଠୁଥିଲା ହଜାର ହଜାର ହାତ । ସବୁ ପଛରେ ଗୋଟିଏ ବିଶ୍ୱାସ । ହଜାର ହଜାର ଆଖି । କିନ୍ତୁ ସମସ୍ତଙ୍କର ଥିଲା ଗୋଟିଏ ଅପେକ୍ଷା । କେବେ ମିଳିବ କାଳିଆ ସାଆନ୍ତଙ୍କର ସେହି ଅମୂଲ୍ୟ ଦର୍ଶନ । ଶେଷରେ ପ୍ରତୀକ୍ଷାର ହେଲା ଅନ୍ତ । ହଲି ଦୋହଲି ଆସିଲେ କାଳିଆ ସାଆନ୍ତ । ତାଙ୍କ ଦାଣ୍ଡରେ ତାଙ୍କ ଯାତ୍ରାରେ ବର୍ଷାରେ ଭିଜୁଥିଲେ ଲକ୍ଷ ଲକ୍ଷ ଭକ୍ତ । ସେଥିପାଇଁ ବୋଧହୁଏ ନିଜ ମୁଣ୍ଡରୁ ଟାହିଆ ଓହ୍ଲାଇ ଆସିଥିଲେ ଜଗତର ନାଥ । ରଥରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ଭାବ ବିହ୍ବଳ ହେଲେ ଭକ୍ତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored