Puri Rath Yatra 2026 / ଛେରା ପହଁରା ପରେ ଆରମ୍ଭ ହେଲା ରଥଟଣା, ପ୍ରଥମେ ଗଡ଼ିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ
·2 months ago·2 min read

Key Points
ଜନ୍ମବେଦୀ ଅଭିମୁଖେ ବାହାରିଲେ ତିନି ଠାକୁର
ଛେରା ପହଁରା ପରେ ଗଡ଼ିଲା ରଥ
ହରିବୋଲ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର
ଛେରା ପହଁରା ପରେ ଗଡ଼ିଲା ରଥ
ହରିବୋଲ ଧ୍ୱନିରେ କମ୍ପିଲା ଶ୍ରୀକ୍ଷେତ୍ର
ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍ ଘର୍ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ । ପ୍ରଥମେ ବଡ଼ ଭାଇ ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି । ଏହାପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଗଡ଼ିବ ।
ରଥ ଉପରେ ଛେରାପହଁରା ନୀତି ସମାପନ ହେବା ପରେ ଚାରମାଳ ଖୋଲା ହୋଇଥିଲା । ଏହା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହୋଇଛି । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କୁ ସାଥୀରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରିଲେ ମହାପ୍ରଭୁ । ୯ ଦିନ ଧରି ଜନ୍ମବେଦୀରେ ଲୀଳାଖେଳା କରିବେ ଚତୁର୍ଦ୍ଧା ମୂରତି ।
ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ଛେରା ପହଁରା ନୀତି: ଜାଣନ୍ତୁ ମହାବାହୁଙ୍କ ଘୋଷଯାତ୍ରାର ଦୁର୍ଲଭ ନୀତି...
ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଯାଇ ଛେରା ପହଁରା ନୀତି ସମାପନ କରିଛନ୍ତି ।
ଜଗାର ରଥଯାତ୍ରା ଦେଖିବାକୁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭାବ ଓ ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ । ଭଗବାନ ଓ ଭକ୍ତଙ୍କ ମଧ୍ୟରେ ବାଧକ ସାଜିପାରୁନି ବର୍ଷା । ଚକାଆଖିର ପ୍ରେମରେ ବିଭୋର ମନ ଓ ଆତ୍ମା । ରଥାରୂଢ଼ କଳାଶ୍ରୀମୁଖର ଦର୍ଶନ ଅପେକ୍ଷାରେ କୋଟି କୋଟି ଭକ୍ତ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଝଲକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଅଦ୍ଭୁତ ଶିହରଣ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ବଡ଼ ଦାଣ୍ଡକୁ ଘୋଡ଼େଇଛି ଭକ୍ତଙ୍କ ମାଳମାଳ ଛତା, ଯାହାର ଦୃଶ୍ୟ ବେଶ ମନୋରମ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର
ସେପଟେ କଡ଼ା ସୁରକ୍ଷା ବଳୟରେ ଅଛି ପୁରୀ ସହର । AI ଓ ସିସିଟିଭି ନଜରରେ ସାରା ସହରକୁ ରଖାଯାଇଛି । ୧୨ ହଜାର ପୋଲିସଙ୍କ ସହ ସଜାଗ ଅଛନ୍ତି କୋଷ୍ଟଗାର୍ଡ ଓ ନୌସେନା । ପୋଲିସ ଡିଜି ୱାଇ ବି ଖୁରାନିଆ କହିଲେ, ସବୁ ଠିକ୍ ସମୟରେ ଚାଲୁଛି । ସୁରୁଖୁରୁରେ ହେବ ରଥ ଟଣା । ଅନ୍ୟପଟେ ସବୁ ଠିକ୍ଠାକ୍ ଚାଲିଛି କହିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ । ସେ ସବୁ ବ୍ୟବସ୍ଥାକୁ ତନତନ କରି ତଦାରଖ କରିଛନ୍ତି ।

Related Topics
Explore more stories