Videos
|
Rath Yatra

Rath Yatra Incident / ରଥଯାତ୍ରାରେ ଅଘଟଣ, ଅଣନିଃଶ୍ବାସୀ ହୋଇ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ରଥଯାତ୍ରାରେ ଅଘଟଣ, ଅଣନିଃଶ୍ବାସୀ ହୋଇ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ
Ratha Yatra

Key Points

ପୁରୀ ରଥଯାତ୍ରାରେ ଅଣନିଃଶ୍ବାସୀ ହୋଇ ଜଣେ ମୃତ
ଅଣନିଃଶ୍ବାସୀ ହୋଇ ଜଣେ ତଳେ ପଡ଼ିଯିବାରୁ ମୃତ୍ୟୁ
ପୁରୀ ମେଡିକାଲ୍‌ରେ ମୃତ ଘୋଷଣା କଲେ ଡାକ୍ତର
ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ଅଘଟଣ । ଅଣନିଶ୍ବାସୀ ହୋଇ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଆଉ ଜଣେ ଶ୍ରଦ୍ଧାଳୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ଛେରା ପହଁରା ନୀତି: ଜାଣନ୍ତୁ ମହାବାହୁଙ୍କ ଘୋଷଯାତ୍ରାର ଦୁର୍ଲଭ ନୀତି...



ସୂଚନା ଅନୁସାରେ, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ବର୍ଷାକୁ ଖାତିର ନ କରି ବଡ଼ଦାଣ୍ଡରେ ରୁଣ୍ଡ ହୋଇଛନ୍ତି ଲକ୍ଷାଧିକ ଲୋକ । ପ୍ରତିଟି ଲୋତକ ତା'ର ପ୍ରାଣ ପ୍ରିୟ ଠାକୁରକୁ ଚାହିଁ ରହିଛନ୍ତି । ଲକ୍ଷାଧିକ ଲୋକ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାତକ ଭଳି ଅନାଇ ରହିଛନ୍ତି । ଆଉ ଏତିକି ବେଳେ ମରିଚିକୋଟ ଛକରେ ଘଟିଛି ବଡ଼ ଅଘଟଣ । ଶ୍ବାସରୁଦ୍ଧ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Puri Rath Yatra 2026: Devotee Dies of Suffocation During Grand Festival | Argus News