Rath Yatra Health Advisory / ରଥଯାତ୍ରା ପାଇଁ ସ୍ବାସ୍ଥ୍ୟ ବିଭାଗର ଗାଇଡଲାଇନ୍, ଥଣ୍ଡା-ଜ୍ବର ଥିଲେ ଗହଳିକୁ ନ ଯିବାକୁ ପରାମର୍ଶ
·6 hours ago·2 min read

Key Points
ରଥଯାତ୍ରାକୁ ଯାଉଛନ୍ତି କି ?
ପ୍ରଥମେ ଜାଣନ୍ତୁ ସ୍ୱାସ୍ଥ୍ୟ ବିଭାଗର ନୂଆ ଗାଇଡଲାଇନ୍
ହିଟ୍ଷ୍ଟ୍ରୋକ୍, ଫ୍ଲୁ ଓ ଖାଦ୍ୟକୁ ନେଇ ସତର୍କତା

ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ମାର୍ଗ ଦର୍ଶିକା ଆଣିଲା ସ୍ୱାସ୍ଥ୍ୟ ବିଭାଗ । ସର୍ଦ୍ଦି, ଜ୍ୱର, କାଶ କିମ୍ବା ଫ୍ଲ' ଭଳି ଲକ୍ଷଣ ଥିବା ବ୍ୟକ୍ତି ଜନ ଗହଳି ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ରଥଯାତ୍ରାକୁ ଗଲେ ବିଶୁଦ୍ଧ ପାଣି ପିଅ ଏବଂ ଖାଇବା ପୂର୍ବରୁ ହାତ ଭଲଭାବେ ଧୋଇବାକୁ ମାର୍ଗଦର୍ଶିକାରେ କୁହାଯାଇଛି । ସେହିପରି ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ, କୃତ୍ରିମ ରଙ୍ଗ ଦିଆ ଖାଦ୍ୟ, ବାସି ଓ ଦୁର୍ଗନ୍ଧ ଯୁକ୍ତ ଖାଦ୍ୟ, ମାଛି ବସୁଥିବା ଖାଦ୍ୟ କିମ୍ବା ପଚାସଢ଼ା ଫଳ ଓ ପନିପରିବା ନ ଖାଇବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିପରି ଅଂଶୁଘାତରୁ ରକ୍ଷା ପାଇବାକୁ ମୁଣ୍ଡରେ ଧଳା ଟୋପି କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ । ଯଥେଷ୍ଟ ପରିମାଣର ଓ.ଆର୍.ଏସ୍. ପିଅନ୍ତୁ । ସମୁଦ୍ର ସ୍ନାନ ସମୟରେ କୌଣସି ଅଘଟଣ ଏଡ଼ାଇବା ପାଇଁ ସୁରକ୍ଷାକର୍ମୀଙ୍କ ପରାମର୍ଶ ମାନନ୍ତୁ ଏବଂ ସତର୍କ ରୁହନ୍ତୁ । ପୁରୀରେ ରାତିରେ ରହଣି ବେଳେ ମଶାରି / ମଶା ନିବାରକ ବ୍ୟବହାର କରନ୍ତୁ । ବୟସ୍କ, ଭିନ୍ନକ୍ଷମ ବ୍ୟକ୍ତି ଓ ପିଲାମାନଙ୍କୁ ଭିଡ଼ ଠାରୁ ଦୂରେଇ ରଖନ୍ତୁ । ଅସୁସ୍ଥ ଅନୁଭବ କଲେ ନିକଟସ୍ଥ ଆଶୁ ଚିକିତ୍ସା କେନ୍ଦ୍ରରେ ତୁରନ୍ତ ପରାମର୍ଶ କରନ୍ତୁ । ପୁରୀ ହସ୍ପିଟାଲ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୫୨-୨୨୨୧୭୫ କିମ୍ଭା ରାଜ୍ୟ ସ୍ୱାସ୍ଥ୍ୟସେବା ହେଲ୍ପ ଲାଇନ୍ ୧୦୪, ଆମ୍ବୁଲାନ୍ସ ୧୦୮ରେ କଲ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେପଟେ ରଥଯାତ୍ରା ପୂର୍ବରୁ ଜନସମୁଦ୍ର ପାଲଟି ସାରିଛି ଶ୍ରୀକ୍ଷେତ୍ର । ଗୋଟିଏ ପଟେ ବଡ଼ଦେଉଳ ଭିତରେ ମହାପ୍ରଭୁଙ୍କ ଗୁପ୍ତ ନୀତିକାନ୍ତି ଚାଲିଥିବା ବେଳେ ବାହାରେ ସିଂହଦ୍ୱାର ସମ୍ମୁଖରେ ଧାଡ଼ି ହୋଇ ରହିଛନ୍ତି ତିନି ରଥ । ଗୋପାଳ ବଲ୍ଲଭ, ସକାଳ ଧୂପ ନୀତି ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଆସିଲା ଆଜ୍ଞାମାଳ । ତିନିରଥକୁ ଆଜ୍ଞା ମାଳ ବିଜେ କରାଇଲେ ତିନି ବାଡ଼ର ପୂଜାପଣ୍ଡା ସାମନ୍ତ ରଥ । ତା ପରେ ଆରମ୍ଭ ହେଲା ରଥଟଣା । ରଥଖଳାରୁ ସିଂହଦ୍ବାର ଚକଡ଼ାକୁ ବିରାଜିଲେ ଗୋଟିଏ ପରେ ଗୋଟିଏ ରଥ । ଠିକ୍ ସେହିଭଳି ପରିବେଶ, ରଥ ଉପରେ ଘଣ୍ଟୁଆଙ୍କ ଘଣ୍ଟନାଦ, ରଥ ଚକର ଘର୍ଘର ଶବ୍ଦ । ତା ଭିତରେ ପ୍ରଥମେ ଗଡ଼ି ଗଡ଼ି ସିଂହଦ୍ୱାର ନିକଟରେ ପହଞ୍ଚିଲେ କାଳିଆର ନନ୍ଦିଘୋଷ । କାଳିଆ ଠାକୁରଙ୍କ ପରେ ଦେବୀ ସୁଭଦ୍ରାଙ୍କ ରଥ । ସିଂହଦ୍ବାର ସାମ୍ନାରେ ଆସି ଲାଗିଲେ କଳା-ନାଲି ସଜ୍ଜିତ ଦେବଦଳନ । ଶେଷରେ ତାଳଧ୍ୱଜ । ସବୁଜ-ନାଲି ରଙ୍ଗର ତାଳଧ୍ୱଜ ରଥକୁ ଭକ୍ତିପୂତ ଚିତ୍ତରେ ଟାଣି ଆଣି ସିଂହଦ୍ୱାର ସମ୍ମୁଖରେ ଛିଡ଼ା କରାଇଲେ ଭକ୍ତଗଣ ।
ତିନି ରଥ ସିଂହଦ୍ୱାର ଆଗରେ ପହଞ୍ଚିବା ପରେ ଆହୁରି ଆଧ୍ୟାତ୍ମିକ ହୋଇଉଠିଛି ବଡ଼ଦାଣ୍ଡର ସମ୍ପୂର୍ଣ୍ଣ ଦୃଶ୍ୟ । କାଳିଆ ଠାକୁରଙ୍କ ଆସିବା ବାଟକୁ ଚାହିଁ ରହିଛି ସାରା ବିଶ୍ୱ । ବର୍ଷକର ପ୍ରତୀକ୍ଷାର ଅନ୍ତ ଘଟାଇବା ପାଇଁ ଭକ୍ତଙ୍କ ନୟନ ହୋଇଉଠିଛି ଅଶ୍ରୁପୂର୍ଣ୍ଣ । ରଥଗୁଡ଼ିକୁ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଣାମ କରୁଛନ୍ତି । ବଡ଼ଦାଣ୍ଡରେ ଧୂପ, ଦୀପ, କର୍ପୂରର ବାସ୍ନା ସହିତ କୀର୍ତ୍ତନ ମଣ୍ଡଳୀର ଭଜନ-ଜଣାଣ ପରିବେଶକୁ ଅତି ଭକ୍ତିମୟ କରି ଗଢ଼ି ତୋଳିଛି ।

ଅଧିକ ପଢ଼ନ୍ତୁ: ପୁରୀ ରଥଯାତ୍ରା ନୀତି ନିର୍ଘଣ୍ଟ; ସକାଳ ସାଢ଼େ ୯ରେ ପହଣ୍ଡି; ୪ଟାରେ ରଥଟଣା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories