Sri Gundicha Temple / ଶରଧାବାଲିରେ ପହଞ୍ଚିଲେ ଶ୍ରୀଜିଉ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ
·1 hour ago·2 min read

Key Points
ଦ୍ଵିତୀୟ ଦିନରେ ବିଶ୍ଵନିୟନ୍ତାଙ୍କ ରଥଯାତ୍ରା
ଶେଷରେ ଶରଧାବାଲିରେ ଲାଗିଲା ୩ ରଥ
ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ
ଶେଷରେ ଶରଧାବାଲିରେ ଲାଗିଲା ୩ ରଥ
ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ
ପୁରୀ: ଆଜି ରଥଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ, ତା ପଛକୁ ପଛ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆର ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି । ଜନ୍ମସ୍ଥାନରେ ତିନି ରଥ ଲାଗିବା ପୂର୍ବରୁ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମନ୍ଦିରରେ ପହଞ୍ଚି ସ୍ଥିତିକୁ ତଦାରଖ କରିଥିଲେ । ସେପଟେ ଆଜି ତିନି ରଥରେ ତିନି ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବ । ଆସନ୍ତାକାଲି ଗୋଟି ପହଣ୍ଡିରେ ଭାଇ ଭଉଣୀ ଆଡ଼ପ ମଣ୍ଡପ ବିଜେ କରିବେ ।
ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଆଜି ରଥ ଉପରେ ଗୋପାଳବଲ୍ଲଭ, ସକାଳ ଧୂପ ନୀତି, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ବଡ଼ ସିଂହାର ବେଶ ଏବଂ ପହୁଡ଼ ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଭୋରୁ ମଙ୍ଗଳା ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ଘୋଡ଼ା ପିଠା, ଚାରମାଳ ବନ୍ଧା ନୀତି ପରେ ପୁଷ୍ପାଞ୍ଜଳି, ଡୋର ଲାଗି ଏବଂ ଗୋଟି ପହଣ୍ଡିରେ ତିନି ଠାକୁର ଜନ୍ମ ବେଦୀକୁ ଯିବେ ।
ପଢନ୍ତୁ ଏହି ଖବର: ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍; ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି

ଭକ୍ତିମୟ ପରିବେଶରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶ୍ରୀବିଗ୍ରହମାନଙ୍କ ତିନି ରଥ ପହଞ୍ଚିଛି।
— Shree Jagannatha Temple, Puri (@JagannathaDhaam) July 17, 2026
ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏#Rathayatra2026 #JaiJagannatha #RathaJatra2026 #RathaYatra #ShreeJagannathaDhaam #Puri pic.twitter.com/w7ofj5mVWu
- ଭକ୍ତିମୟ ଶ୍ରୀଗୁଣ୍ଡିଚା ମନ୍ଦିର
ପଢନ୍ତୁ ଏହି ଖବର: ପୋଲିସର ନିର୍ଦ୍ଦେଶାବଳୀ ମାନିବାକୁ ଅପିଲ୍; ଛୋଟ ପିଲା ଏବଂ ବୟସ୍କଙ୍କୁ ନେଇ ପୁରୀ ଆସନି
- ସକାଳ ୯ଟାରୁ ଆରମ୍ଭ ହୋଇଥିଲା ରଥଟଣା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories